ସାଇକେଲରେ ବାରାଣସୀରୁ ଗଞ୍ଜାମ ଯାତ୍ରା: ରାସ୍ତାରେ ଅଟକାଇ କ୍ୱାରାଣ୍ଟାଇନ୍‌ରେ ରଖିଲା ବନହରପାଲି ଥାନା ପୋଲିସ

ଲଖନପୁର,୮।୫(ଡି.ଏନ୍‌.ଏ.)- ସାରା ବିଶ୍ୱରେ ମହାମାରୀ କରୋନା ଆଲୋଡନ ସୃଷ୍ଟି କରିଛି। ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବାପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଏଥିମଧ୍ୟରେ ଯାନବାହାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ପ୍ରବାସୀ ଓଡିଆମାନେ ନିଜ ରାଜ୍ୟକୁ ଫେରିବାପାଇଁ ବ୍ୟାକୁଳ ହେଉଛନ୍ତି। ଏପରିକି କେତେକ ପ୍ରବାସୀ ଓଡିଆ ନଖାଇ ନପିଇ ଭୋକ ଉପବାସରେ ଶତାଧିକ କିଲୋମିଟର ସାଇକେଲ୍‌ ଓ ପାଦରେ ଚାଲିଚାଲି ଆସୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ୫ଜଣ ଶ୍ରମିକ ସାଇକେଲ୍‌ ଯୋଗେ ଉତ୍ତରପ୍ରଦେଶ ବାରାଣସୀରୁ ବାହାରି ଗଞ୍ଜାମ ଜିଲାକୁ ଯାଉଥିଲେ। ରାସ୍ତାରେ ବନହରପାଲି ଥାନା ପୋଲିସ୍‌ ଶୁକ୍ରବାର ସେମାନଙ୍କୁ ଅଟକାଇ ପଚରା ଉଚରା କରିବା ପରେ ନିକଟସ୍ଥ ତେଲେନପାଲି ପଞ୍ଚାୟତ ବନହରପାଲି ସ୍କୁଲ୍‌ କ୍ୱାରାଣ୍ଟାଇନ୍‌ ସେଣ୍ଟର୍‌ରେ ରଖିଛି। ସେଠାରେ ୧୪ଦିନ ରହିଲାପରେ ସେମାନଙ୍କୁ ଗଞ୍ଜାମ ଛଡାଯିବବୋଲି ପୋଲିସ୍‌ କହିଛ।

ଶ୍ରମିକମାନେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନୂଆଗାଁ ଥାନା ଅଞ୍ଚଳର ବୋଲି ଜଣାପଡିଛି। ଏହି ଶ୍ରମିକମାନେ ଉତ୍ତରପ୍ରଦେଶ ବାରାଣାସୀକୁ କାମ କରିବାପାଇଁ ଯାଇଥିଲେ। ସେଠାରେ ସେମାନେ ଗୃହନିର୍ମାଣ କାମରେ ନିୟୋଜିତ ହୋଇଥିଲେ। ଲକ୍‌ଡାଉନ୍‌ ପରେ କାମଦାମ ସବୁ ବନ୍ଦ ହୋଇଯାଇଥିଲା। ଯାହା ରୋଜଗାର କରିଥିଲେ ସେଥିରେ ମାସେ ଧରି ବସି ଖାଉଥିଲେ। ଆଗକୁ ପରିସ୍ଥିତି କଣହେବ ଆଶଙ୍କାକରି ସମ୍ପୁକ୍ତ ଶ୍ରମିକମାନେ ଗୋଟିଏ ଲେଖା ସାଇକେଲ୍‌ କିଣି ଘର ଅଭିମୁଖେ ବାହାରିଛନ୍ତି। ଗତ ମଙ୍ଗଳବାର ସକାଳ ୫ଟାରେ ସେମାନେ ବାରାଣାସୀର ସିରିପୁର ରୋଡ୍‌ରୁ ସାଇକେଲ୍‌ରେ ବାହାରିଛନ୍ତିା ଏଥିମଧ୍ୟରେ ସେମାନେ ୬ଶହ କିଲୋମିଟର ଅତିକ୍ରମକରି ଗତ ଗୁରୁବାର ଅପରାହ୍ନରେ ଛତିଶଗଡ ଓ ଓଡିଶା ସୀମାନ୍ତ କନକତୋରା ଫାଟକରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କର ନାମ ପଞ୍ଜୀକରଣ ଯାଞ୍ଚ କରିବା ପରେ ହାତରେ ଷ୍ଟାମ୍ପିଂ କରାଯାଇଥିଲା। ତାପରେ ସେମାନେ ଗନ୍ତବ୍ୟ ପଥରେ ବାହାରିଥିଲେ। ରାସ୍ତା ଯାଉଥିବାବେଳେ ବନହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେର ସେମାନଙ୍କୁ ଅଟକାଇ ନିକଟସ୍ଥ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାପାଇଁ ପରାମର୍ଶ ଦେଇଥିଲେ। ଏସମ୍ପର୍କରେ ପୋଲିସ୍‌ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତା’ପରେ ଦାୟୀତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବୃଷଭାନୁ ଭୋଇ, ପ୍ରୋଗ୍ରାମ ଅଫିସ୍‌ର ସୁରେନ୍ଦ୍ର ମେହେର ପ୍ରମୁଖ ଅଧିକାରୀ ଶ୍ରମିକମାନଙ୍କୁ ନେଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥଇଥାନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri