ଛଟେଇ ଆରମ୍ଭ କଲେଣି ଠିକା ସଂସ୍ଥା

ଝାରସୁଗୁଡା ଅଫିସ,୯ା୫: ଝାରସୁଗୁଡାରେ ଏବେ ଠିକା ସଂସ୍ଥାଗୁଡିକ ଛଟେଇ ଆରମ୍ଭ କଲେଣି। ଫଳରେ ବାହାର ଅଞ୍ଚଳରୁ ଆସୁଥିବା ଶ୍ରମିକ ଏବେ ଘର ମୁହାଁ ହେଲେଣି। ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶନିବାର ଛଟେଇ ହୋଇଥିବା ଶ୍ରମିକ ଘରକୁ ଯିବା ପାଇଁ ବସ୍‌ ଅପେକ୍ଷାରେ ଥିଲେ। ସୂଚନା ମୁତାବକ ଝାରସୁଗୁଡା ସହରରେ ଥିବା ଏକ ପ୍ରତିଷ୍ଠିତ କମ୍ପାନୀ ଅଧୀନରେ ବିଭିନ୍ନ ଠିକା ସଂସ୍ଥା ଜରିଆରେ ଶ୍ରମିକମାନେ କାମ କରିଥାନ୍ତି। ତେବେ ଏହି କମ୍ପାନୀଗୁଡ଼ିକ କାମ ବନ୍ଦ କରିଥିବାରୁ ଠିକା ସଂସ୍ଥାଗୁଡିକ ମଧ୍ୟ ଶ୍ରମିକଙ୍କୁ ଛଟେଇ କରି ନିଜ ନିଜ ଘରକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି। ଲକ୍‌ ଡାଉନ୍‌ ଯୋଗୁ କୌଣସି କାମ ନ ପାଇ ଶ୍ରମିକମାନେ ଉପାୟ ଶୂନ୍ୟ ହୋଇ ବସିଛନ୍ତି। ଜିଲାପାଳଙ୍କ କାଯର୍ର୍‌ୟାଳୟ ପରସରରେ ୩୦ରୁ ୪୦ ଶ୍ରମିକ ବସ୍‌ ଅପେକ୍ଷାରେ ଥିଲେ। ସେମାନଙ୍କ ଘର ଝାଡ଼ଖଣ୍ଡରେ ହୋଇଥିବା ବେଳେ ଠିକା ସଂସ୍ଥା ସେମାନଙ୍କୁ ଘରକୁ ଯିବା ପାଇଁ କୌଣସି ବ୍ୟବସ୍ଥା କରି ନ ଥିଲା। ଫଳରେ ଏହି ଶ୍ରମିକମାନେ ନିଜ ଉଦ୍ୟମରେ ତାଙ୍କ ଅଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କୁ ଯୋଗଯୋଗ କରି ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ପରେ ସେଠାରୁ ଦୁଇଟି ବସ ଏଠାକୁ ଆସି ପହଞ୍ଚିଛି। ଏହି ବସ୍‌ରେ ଶନିବାର ରାତିରେ ସେମାନେ ଝାଡ଼ଖଣ୍ଡ ଯିବେ। ତେବେ କେବଳ ଗୋଟିଏ କିମ୍ବା ଦୁଇଟି ଠିକା ସଂସ୍ଥା ନୁହନ୍ତି ବହୁ ଠିକା ସଂସ୍ଥା ନିଜ ନିଜ କାର୍ଯ୍ୟ ବନ୍ଦ କରିବା ଆରମ୍ଭ କଲେଣି। ଫଳରେ ଶ୍ରମିକମାନେ କାମ ପାଇ ଘର ବାହୁଡୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ଆଗକୁ କଡ଼ା ଟକ୍କର: ମଜଭୁତ ହେଉଛି ଭାଜପା ସଙ୍ଗଠନ

ଝାରସୁଗୁଡ଼ା,୧୫ା୪ (ସଞ୍ଜୟ ମାଲି): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରବିବାର ଅନ୍ୟ ଦଳର ବହୁ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri