ଝାରସୁଗୁଡ଼ା

ମନ୍ତ୍ରୀ ହତ୍ୟା ମାମଲା, ଡିଜିପି କହିଲେ…

ଝାରସୁଗୁଡ଼ା ଅଫିସ,୩।୨: ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏଥିମଧ୍ୟରେ ଶୁକ୍ରବାର ପ୍ରଥମ ଥର ପାଇଁ ପୋଲିସ ଡିଜି ସୁନିଲ କୁମାର ବଂଶଲ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଜଷ୍ଟିସ ଦାସଙ୍କ ତତ୍ତ୍ୱାବଧାନରେ ମାମଲାର…

ଗୋପାଳଙ୍କ ଏମ୍‌ସିଏଲ୍‌ କ୍ବାର୍ଟର୍ସରେ କ୍ରାଇମବ୍ରାଞ୍ଚର ତନାଘନା: ଗୁଳିକାଣ୍ଡ ସ୍ଥାନରେ ହେବ ସିନ୍‌ ରିକ୍ରିଏସନ

ଝାରସୁଗୁଡ଼ା ଅଫିସ,୩।୨: ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ନେଇ କ୍ରାଇମବ୍ରାଞ୍ଚ ଲାଗିପଡ଼ିଛି। ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ରିମାଣ୍ଡର ଶୁକ୍ରବାର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି…

ନିଆଁରେ ପୋଡ଼ି ସ୍ତ୍ରୀ ମୃତ: ବାପ, ପୁଅ ଗୁରୁତର

ଝାରସୁଗୁଡ଼ା ଅଫିସ/ବ୍ରଜରାଜନଗର,୨ା୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଇଟାଭଟା ଝରନ୍‌ପଡାରେ ଏକ ଅଭାବନୀୟ ଘଟଣା ଘଟିଛି। ପଡ଼ାର ଟିକେଶ୍ୱର ଦେବାଙ୍ଗନ(୪୫)ଙ୍କ ପରିବାର ଲୋକେ ଶୋଇଥିବାବେଳେ ଘରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଟିକେଶ୍ୱରଙ୍କ ଶରୀରର ୩୦ ପ୍ରତିଶତ, ପୋଡି ଯାଇଥିବା ବେଳେ…

ପାଇଖାନା ଟାଙ୍କିରୁ ମିଳିଲା କାଗଜ ଟୁକୁଡ଼ା: ହ୍ୟାଣ୍ଡରାଇଟିଂ ଏକ୍ସପର୍ଟର ସାହାଯ୍ୟ ନେବ କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା ଅଫିସ,୨।୨: ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିଛି। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ରିମାଣ୍ଡର ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚର କେତେକ ଅଧିକାରୀ ଗୋପାଳଙ୍କୁ…

ନବ ଦାସଙ୍କ ପିଏସ୍‌ଓ ନିଲମ୍ବିତ

ଝାରସୁଗୁଡ଼ା ଅଫିସ,୧ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୋଲିସ ଏଏସ୍‌ଆଇ ଗୁଳିକରି ହତ୍ୟା କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରିସ୍ଥଳେ ରାଜ୍ୟ ସରକାର ଜଣଙ୍କ ପରେ ଜଣେ ଅଧିକାରୀଙ୍କୁ ବଦଳି ତ କାହାକୁ ନିଲମ୍ବିତ କରିଚାଲିଛନ୍ତି।…

ମନ୍ତ୍ରୀଙ୍କୁ ହତ୍ୟା ଘଟଣା: ୪ ଦିନ ରିମାଣ୍ଡରେ ଗଲେ ଅଭିଯୁକ୍ତ ଗୋପାଳ

ଝାରସୁଗୁଡ଼ା ଅଫିସ,୧।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାରୀ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ତେବେ ୧ ସପ୍ତାହ ରିମାଣ୍ଡରେ ନେବାପାଇଁ କ୍ରାଇମବ୍ରାଞ୍ଚ ପୋଲିସ ଝାରସୁଗୁଡ଼ା ଜେଏମ୍‌ଏଫସି କୋର୍ଟରେ ଆବେଦନ କରିଥିଲେ।…

୭ ଦିନ ରିମାଣ୍ଡ ପାଇଁ ଆବେଦନ

ଝାରସୁଗୁଡ଼ା ଅଫିସ,୧।୨: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କୁ ପୋଲିସ ଗିରଫ କରି ସୋମବାର ରାତିରେ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। ସେଠାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।…

ଏସ୍‌ଡିପିଓଙ୍କ ପରେ ବଦଳିଲେ ଝାରସୁଗୁଡ଼ା ଏସ୍‌ପି

ଝାରସୁଗୁଡ଼ା ଅଫିସ,୩୧।୧: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଗୁଳିକାଣ୍ଡ ଘଟଣା ପରେ ଆକ୍‌ଶନ ମୁଡ୍‌ରେ ଏବେ ରାଜ୍ୟ ପ୍ରଶାସନ। ମଙ୍ଗଳବାର ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ବଦଳି ହେବାର କିଛି ସମୟ ପରେ ରାଜ୍ୟ ସରକାର ଝାରସୁଗୁଡ଼ା ଏସ୍‌ପି ରାହୁଲ…

ବଦଳିଲେ ବ୍ରଜରାଜନଗର ଏସ୍‌ଡିପିଓ

ଝାରସୁଗୁଡ଼ା ଅଫିସ,୩୧।୧: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଗୁଳିକାଣ୍ଡ ଘଟଣା ପରେ ମଙ୍ଗଳବାର ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବଦଳି କରାଯାଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ଥାନରେ ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି।…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲା: ଗିରଫ ହେଲେ ଗୋପାଳ ଦାସ

ଝାରସୁଗୁଡା ଅଫିସ,୩୦।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ ସୋମବାର ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଗୋପାଳଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି। ଘଟଣାସ୍ଥଳ ଯାଞ୍ଚ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କୁ…

ପଞ୍ଚଭୂତରେ ବିଲୀନ ହେଲେ ନବ କିଶୋର

ଝାରସୁଗୁଡ଼ା ଅଫିସ,୩୦।୧: ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଝାରସୁଗୁଡ଼ା ଖେରୁଆଲ ଶ୍ମଶାନରେ ସ୍ବାସ୍ଥ୍ୟ ମନ୍ତ୍ରୀ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦାର ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ସନ୍ଧ୍ୟା ୫ଟାରେ ପୁଅ ବିଶାଳ ମୁଖାଗ୍ନି ଦେଇଥିଲେ।…

ଝାରସୁଗୁଡ଼ାରେ ନବ ଦାସଙ୍କ ପାର୍ଥିବ ଶରୀର

ଝାରସୁଗୁଡ଼ା ଅଫିସ,୩୦ା୧: ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମରଶରୀର ସୋମବାର ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଣାଯାଇଛି। ଝାରସୁଗୁଡ଼ା ବିମାନବନ୍ଦରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସରବାହାଲସ୍ଥିତ ତାଙ୍କ ବାସଭବନକୁ ନିଆଯାଉଛି। ଶେଷଦର୍ଶନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?