ମୃତଦେହ ପ୍ୟାକିଂ ବେଳେ ଚୋରି ହୋଇଥିଲା ସୁନା ଚେନ
ଝାରସୁଗଡ଼ା ଅଫିସ୍,୯।୬: ଝାରସୁଗୁଡ଼ା ଜିଲା କୋଭିଡ୍ ହସ୍ପିଟାଲ୍ରେ କନକତୋରା ଗ୍ରାମର ନନ୍ଦଲାଲ୍ ବିଶ୍ୱାଳଙ୍କ ନାମକ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୩୦ ତାରିଖରେ ମୃତ୍ୟୁ ଘଟିଥିଲା। ବୃଦ୍ଧ ନନ୍ଦଲାଲ୍ଙ୍କ ନିକଟରୁ ସୁନାଚେନ୍ ଓ ୧୦ ହଜାର ଟଙ୍କା…
ମାମୁ ଘରେ ରହିବେ ଅନାଥ ଭଉଣୀ ଭାଇ: ମିଳିବ ସରକାରୀ ସୁବିଧା
ଝାରସୁଗୁଡା ଅଫିସ୍,୭।୬: ମହାମାରୀ କରୋନା ଅନେକଙ୍କୁ ମା’ ବାପା ଛେଉଣ୍ଡ କରିଛି। ସେମାନେ କିପରି ସମାଜରେ ମଣିଷ ହେବେ ଏନେଇ ସୁପ୍ରୀମକୋର୍ଟ ଥଇଥାନ ଚିନ୍ତା କରିଛନ୍ତି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଅନାଥଙ୍କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି।…
ଗାଈ ଗୋଠରେ ବଜ୍ରପାତ
ଝାରସୁଗୁଡ଼ା ଅଫିସ,୫।୬: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଖଡାମ ଗ୍ରାମ ନିକଟରେ ଶନିବାର ରାତିରେ ଏକ ଗାଈ ଗୋଠରେ ବଜ୍ରପାତ ଘଟିଛି। ଫଳରେ ୨ ଗାଈଙ୍କ ମୃତ୍ୟୁ ଘଟିଛି। ଗାଁ ଲୋକଙ୍କ କହିବା ମୁତାବକ, ଏକ ମହୁଳ ଗଛ ମୂଳରେ ଗାଈ…
ବ୍ୟବସାୟୀଙ୍କୁ ଅତିରିକ୍ତ ତହସିଲଦାର ପିଟିବା ଘଟଣା: ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ
ଝାରସୁଗୁଡ଼ା ଅଫିସ,୫।୬: କୋଭିଡ୍ ତଦାରଖ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ଗତ ବୁଧବାର ଜଣେ ବୃଦ୍ଧ ତରଭୁଜ ବିକାଳି ଓ ତାଙ୍କ ନାବାଳକ ପୁଅଙ୍କୁ ବାଡିରେ ପିଟିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଘଟଣାର ତଦନ୍ତ…
ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼: ମାଜିଷ୍ଟ୍ରେଟଙ୍କୁ ମହଙ୍ଗା ପଡ଼ିଲା
ଝାରସୁଗୁଡା ଅଫିସ୍,୪।୬: କୋଭିଡ୍ ତଦାରଖ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ବୁଧବାର ଜଣେ ବୃଦ୍ଧ ତରଭୂଜ ବିକାଳୀ ଏବଂ ତାଙ୍କର ନାବାଳକ ପୁଅଙ୍କୁ ବାଡିରେ ମାଡ଼ ମାରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲା…
ଆଇନକୁ ହାତକୁ ନେଲେ ମାଜିଷ୍ଟ୍ରେଟ: ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼ ମାରିଲେ
ଝାରସୁଗୁଡ଼ା ଅଫିସ୍,୩।୬: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅନ୍ୟ ଜିଲା ଭଳି ଝାରସୁଗୁଡ଼ାରେ ମଧ୍ୟ ଲକ୍ଡାଉନ୍ ଓ ଶଟ୍ଡାଉନ୍ ଜାରି ରହିଛି। ଏହାକୁ ତଦାରଖ କରିବା ପାଇଁ ଜିଲାରେ ୧୭ଟି ସ୍କ୍ବାର୍ଡ ଗଠନ କରାଯାଇଛି। ଏଥିରେ ମାଜିଷ୍ଟ୍ରେଟ୍, ପ୍ରଶାସନିକ ଅଧିକାରୀ…
ଗାଡ଼ି ଯାଞ୍ଚ ବେଳେ ଗୁଳି ଭର୍ତ୍ତି ବନ୍ଧୁକ ସହ ଚାଳକ ଗିରଫ
ଝାରସୁଗୁଡା ଅଫିସ୍,୨୮।୫: ଝାରସୁଗୁଡା ଜିଲା ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାସ ଶୁକ୍ରବାର ସନ୍ଧ୍ୟାରେ ଲକ୍ଡାଉନ ପାଇଁ ସ୍ଥାନୀୟ ସ୍ବାଧୀନ କମ୍ପ୍ଲେକ୍ସ ନିକଟରେ ଯାନବାହାନ ଯାଞ୍ଚ କରୁଥିଲେ। ସେତିକିବେଳେ ଜଣେ ବାଇକ୍ ଚାଳକ ପହଞ୍ଚି ଥିଲେ। ପୋଲିସ ଯାଞ୍ଚ ବେଳେ ତାଙ୍କଠାରୁ…
ବୋହୂ କରୋନା ଆକ୍ରାନ୍ତ ହେବା ପରେ ଘରୁ ମିଳିଲା ଶାଶୁ-ଶ୍ୱଶୁରଙ୍କ ମୃତଦେହ
ବ୍ରଜରାଜନଗର,୨୮ା୫: ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା କାଳୀନଗର କଲୋନୀ ଏକ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଶୁକ୍ରବାର ପୋଲିସ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ ଉକ୍ତ କ୍ୱାର୍ଟର୍ସରେ ସଦାନନ୍ଦ ବିଶ୍ୱାଳ (୮୦) ଓ ତାଙ୍କର ସ୍ତ୍ରୀ ମାୟା ବିଶ୍ୱାଳ ପୁଅ…
ପ୍ରେମୀଯୁଗଳଙ୍କ ବିବାହ କରାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ
ଝାରସୁଗୁଡ଼ା ଅଫିସ,୨୮ା୫: ଝାରସୁଗୁଡ଼ା ଜିଲାର ଏକ ପ୍ରେମୀଯୁଗଳ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଭିନ୍ନ ଜାତିର ହୋଇଥିବାରୁ ଯୁବକଙ୍କ ପରିବାର ଲୋକେ ସ୍ବୀକୃତି ଦେଇ ନ ଥିଲେ। ପରେ ପ୍ରେମିକା ଜଣକ ସମଲେଶ୍ୱରୀ ମା’ଘର ଚେରିଟେବୁଲ୍ ଟ୍ରଷ୍ଟ ସ୍ବେଚ୍ଛାସେବୀ ଅନୁଷ୍ଠାନର…
ଏକତରଫା ପ୍ରେମକୁ ନେଇ ପରିବାରର ୪ଜଣଙ୍କୁ ଆକ୍ରମଣ
ଝାରସୁଗୁଡ଼ା ଅଫିସ୍,୨୪।୫: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ସାପଡ଼ାର ଗୋଟିଏ ପରିବାରର ୪ଜଣଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସେହି ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଗିିରଫ ଅଭିଯୁକ୍ତ ହେଲେ ଶିବ ଭଇଁସାଲ(୨୦)।…
କମ୍ପାନୀକୁ ୧୨ କୋଟି ଟଙ୍କାର ଚୂନା ଲଗାଇଥିଲେ କ୍ୟାସିୟର
ଝାରସୁଗୁଡା ଅଫିସ୍,୨୩।୫, ଝାରସୁଗୁଡ଼ା ସରବାହାଲ ସ୍ଥିତ ଓଡ଼ିଶା-ବେଙ୍ଗଲ କ୍ୟାରିୟର ଲିଃ ନାମକ ଟ୍ରାନ୍ସପୋର୍ଟ କମ୍ପାନୀରୁ ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ କମ୍ପାନୀରେ କାର୍ଯ୍ୟରତ କ୍ୟାସିୟର ଏବଂ ତାଙ୍କର ସହଯୋଗୀଙ୍କୁ ଗିରଫ କରିଛି।…
ଶିଶୁ ବିଶେଷଜ୍ଞ ବୋଲାଉଥିବା ନକଲି ଡାକ୍ତର ଗିରଫ
ଝାରସୁଗୁଡ଼ା ଅଫିସ,୨୩ା୫: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଅଞ୍ଚଳରୁ ଜଣେ ନକଲି ଡାକ୍ତରଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିିଛି। ସେ ହେଲେ ଛତିଶଗଡ଼ ଦୁର୍ଗ ଜିଲା ଭଂସୁଲିର ରମେଶ କୁମାର ସାହୁ(୪୫)। ଏ ନେଇ ବେଲପାହାଡ଼ ଥାନା ପୋଲିସ…
Archives


