ସାଇକେଲ ଚାଳକଙ୍କୁ ଧକ୍କା ଦେଇ ଗାଡ଼ି ଫେରାର

ଝାରସୁଗୁଡା ଅଫିସ୍‌,୨୩।୬: ଝାରସୁଗୁଡା ସଦର ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ଏଚ୍‌ କଂଟାପାଲି ଛକରେ ଏକ ଗାଡି ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଳିଡିହି ଗ୍ରାମର ଉମେଶ ଚନ୍ଦ୍ର ପଟେଲ(୬୨)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ସଦର ଥାନା ପୋଲିସ ଏକ ମାମଲା(ନଂ.୧୦୪।୨୧) ରୁଜୁ କରି ତଦନ୍ତ ଚଳାଇଛି।

ଗାଡି ସମ୍ପର୍କରେ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ବୋଲି ଆଇଆଇସି ସୁଚିସ୍ମିତା ମହାନ୍ତି କହିଛନ୍ତି। ସାଇକେଲ୍‌ ଚାଳକ ଜଣଙ୍କ କୌଣସି କାମରେ ଛକକୁ ଆସିଥିଲେ। ସାଇକେଲ୍‌ ଧରି ଛକର ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ବେଳେ ଏକ ଗାଡି ତାଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେଉନି ରୀନାଙ୍କ ଦୁଃଖ

ଆଠମଲ୍ଲିକ, ୧ା୬(ଡି.ଏନ.ଏ.)  ଭିନ୍ନକ୍ଷମ ବୋଲି ଚିହ୍ନଟ କରିଛି ପ୍ରଶାସନ। ପ୍ରମାଣପତ୍ର ମଧ୍ୟ ଦେଇଛି ତାଙ୍କୁ। ହେଲେ ସେ କେମିତି ସରକାରୀ ଯୋଜନାରେ ସାମିଲ ହୋଇ ଉପକୃତ ହେବେ...

ମାନସିକ ବିକୃତଙ୍କୁ ପଥରରେ ଛେଚି ହତ୍ୟା

କେନ୍ଦୁଝର,୫ା୧୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ପଦ୍ମପୁର ବଜାରରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କୁ କେହି ପଥର ରେ ଛେଚ଼ି ହତ୍ୟା କରିଛି। ଏହି...

ଜନ ପ୍ରତିନିଧି, ସରକାରୀ ଅଧିକାରୀ ପ୍ରସ୍ତୁତ ରହିବାକୁ ଆହ୍ବାନ

ଯାଜପୁର ଅଫିସ,୨୨ା୪: ଯେନତେନ ପ୍ରକାରେ ବାହାର ରାଜ୍ୟରୁ ବିଶେଷ କରି କୋଲକତାରୁ ଆସିଥିବା ବ୍ୟକ୍ତିମାନେ ପଞ୍ଜୀକୃତ ହୋଇ ନାହାନ୍ତି। ସେମାନେ ଦୟାକରି ତୁରନ୍ତ ପଞ୍ଜୀକରଣ କରାଇ...

ସଖୀ କେନ୍ଦ୍ର ଉଦ୍‌ଘାଟିତ: ନିର୍ଯାତିତା ମହିଳା, ଯୁବତୀଙ୍କୁ ଯୋଗାଇ ଦିଆଯିବ ସୁବିଧା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ନିକଟରେ ବୁଧବାର ସଖୀ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ନିର୍ଯାତିତା ମହିଳା ଓ ଯୁବତୀମାନଙ୍କୁ...

ଅଭିଯୁକ୍ତଙ୍କ ମାମଲା ଲଢ଼ିବାକୁ ମନାକଲା ଜିଲା ଓକିଲ ସଂଘ: ୩୦ରେ କଳାହାଣ୍ଡିର ସମସ୍ତ କେନ୍ଦ୍ର, ରାଜ୍ୟ ସରକାର କାର୍ଯ୍ୟାଳୟ ବନ୍ଦ କରାଯିବ

ଭବାନୀପାଟଣା,୨୬।୯ (ଡି.ଏନ.ଏ.)  କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଜିଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆସନ୍ତା ୩୦ ତାରିଖରେ କୋର୍ଟ କଚେରୀ,...

ଜିଲାସ୍ତରୀୟ ରାଷ୍ଟ୍ରିୟ ପୋଷଣ ମାସ:ଘର ତିଆରି ପୋଷକ ଉପରେ ଗୁରୁତ୍ୱ ଦେଲେ ଜିଲାପାଳ

ନୂଆପଡା ଅଫିସ,୨୮ା୯ ଘର ତିଆରି ଖାଦ୍ୟରେ ହିଁ ଉପଯୁକ୍ତ ପୋଷକ ତତ୍ୱ ରହିଥାଏ । ଆବହମାନ କାଳରୁ ଆମେ ଘରେ ମା’ ତିଆରି କରୁଥିବା ଖାଦ୍ୟରେ...

ପଥର ମାଫିଆଙ୍କୁ ସୁହାଉଛି ଲକ୍‌ଡାଉନ୍‌

ଖୋର୍ଦ୍ଧା ଅଫିସ,୨ା୬: ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି ଲକ୍‌ଡାଉନ ଓ ଶଟ୍‌ଡାଉନ ଜାରି ରହିଛି। ଏହି ସମୟରେ ପଥର ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି।...

ବସ୍‌ରେ ଲାଗିଲା ୧୧କେଭି ବିଦ୍ୟୁତ୍‌ ତାର: ଅଳ୍ପକେ ରକ୍ଷା ପାଇଲେ ୭୦ ପର୍ଯ୍ୟଟକ

ବାଲିଆପାଳ, ୯।୨(ସ୍ବ.ପ୍ର.)-ବାଲିଆପାଳ ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତି ଯୋଗୁ ଡଗରା ବେଳାଭୂମି ରାସ୍ତାରେ ନିଶ୍ଚିତ ବିପଦରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ୭୦ ପର୍ଯ୍ୟଟକ। ଏହାକୁ ନେଇ...

Advertisement
Archives

Model This Week