ଝାରସୁଗୁଡ଼ା

ଲାଗିରହିଛି ଆରୋପ ପ୍ରତ୍ୟାରୋପ

ଝାରସୁଗୁଡ଼ା ଅଫିସ/ବେଲପାହାଡ଼,୨୦ା୧୨: ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ଓ ବେଲପାହାଡ ପୌର ପରିଷଦ ପରିଚାଳନାକୁ ନେଇ ଏବେ ଦେଖାଦେଇଛି ଅଚଳାବସ୍ଥା। ଅଧିକାରୀ, କର୍ମଚାରୀ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଥିବାବେଳେ ଅନ୍ୟପଟେ ପୌରାଞ୍ଚଳରେ ଉନ୍ନୟନ କାମ ଆଗେଇ ପାରୁନାହିଁ। ସରକାର...

ବିସ୍ଥାପିତଙ୍କ ପୁନର୍ବାସ ଥଇଥାନ ନେଇ ଗ୍ରାମସଭା

ଝାରସୁଗୁଡ଼ା ଅଫିସ,୧୭ା୧୨: ଏନ୍‌ଏଲ୍‌ସି ଇଣ୍ଡିଆ ଲିଃର ତଲାବିରା ଦ୍ୱିତୀୟ ଓ ତୃତୀୟ କୋଇଲା ଖଣି ଦ୍ୱାରା ବିସ୍ଥାପିତ ପରିବାରଙ୍କ ପୁନର୍ବାସ ଓ ଥଇଥାନ ନେଇ ଜିଲା ପ୍ରଶାସନ ତରଫରୁ ପତ୍ରାପାଲି ଗ୍ରାମରେ ଶୁକ୍ରବାର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲାପାଳ...

ବେଲପାହାଡ଼ ପୌର ପରିଷଦରେ ଅଚଳାବସ୍ଥା

ଝାରସୁଗୁଡ଼ା ଅଫିସ/ବେଲପାହାଡ଼,୧୬ା୧୨: ବେଲପାହାଡ ପୌର ନିର୍ବାହୀ ଅଧିକାରୀଙ୍କ ତରଫରୁ ଗୁରୁବାର ୩ନଂ କାଉନିସଲ ବୈଠକ ଆହ୍ବାନ କରାଯାଇଥିଲା। ବୈଠକରେ ପୌର ଉପାଧ୍ୟକ୍ଷାଙ୍କ ସମେତ ୧୩ଜଣ କାଉନସିଲର ଅନୁପସ୍ଥିତ ରହିଥିଲେ। ଫଳରେ କୋରମ ଅଭାବରୁ ବୈଠକ ହୋଇପାରି ନ ଥିଲା। ଏହା...

ଝାରସୁଗୁଡା ଗୁଳିକାଣ୍ଡ ଘଟଣାରେ ୪ ଫେରାର ଅଭିଯୁକ୍ତ ଗିରଫ

ଝାରସୁଗୁଡା ଅଫିସ,୧୩।୧୨: ଝାରସୁଗୁଡା ସହରରେ ଗତ ୪ ତାରିଖରେ ଗୁଳିକାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏହି ଘଟଣାର ପର୍ଦ୍ଦାଫାସ କରି ପୋଲିସ ୧ ସପ୍ତାହ ପରେ ସୁଦୂର କୋଲକାତାରୁ ଫେରାର ୪ ଅଭିଯୁକ୍ତଙ୍କୁ ଗିରଫକରି ମଙ୍ଗଳବାର କୋର୍ଟ ଚାଲାଣ...

ଉଦ୍ଧାର ଶାଗୁଣାକୁ ନନ୍ଦନକାନନରେ ଛାଡ଼ିଲା ବନବିଭାଗ

ଝାରସୁଗୁଡା ଅଫିସ୍‌,୧୨।୧୨: ଝାରସୁଗୁଡା ଜିଲା ବେଲପାହାଡ ରେଞ୍ଜ ଅଧିନ ବାଘମୁଣ୍ଡା ବନ ବିଭାଗ ତରଫରୁ ଉଦ୍ଧାର କରାଯାଇଥିବା ହିମାଲୟନ ଗ୍ରୀଫୋନ ଭୁଲ୍ଟୁରେ ପକ୍ଷୀ (ବିରଳ ଶାଗୁଣା)କୁ ଶନିବାର ଭୁବନେଶ୍ୱରସ୍ଥିତ ନନ୍ଦନକାନନରେ ଛଡା ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୫ତାରିଖରେ ଝାରସୁଗୁଡା...

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଜେଲ ଗଲେ ସ୍ବାମୀ

ଝାରସୁଗୁଡ଼ା ଅଫିସ୍‌,୯ା୧୨: ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ବନହରପାଲି ଥାନା ପୋଲିସ ଅଭିଯୁକ୍ତ ସ୍ବାମୀ ଶ୍ୟାମଲାଲ୍‌ ଓରାମ(୪୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସ୍ତ୍ରୀ ବାସନ୍ତି ଓରାମଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୨୭୪/୨୨) ରୁଜୁକରି ତଦନ୍ତ...

ମାଛ ବଜାର ସ୍ଥାନାନ୍ତରକୁ ବିରୋଧ

ବ୍ରଜରାଜନଗର,୮ା୧୨(ଡି.ଏନ.ଏ.): ବ୍ରଜରାଜନଗର ପୌରାଞ୍ଚଳ ଅଧୀନ ଗୋଲ ଛକଠାରେ ଦୀର୍ଘ ଦିନରୁ ଚାଲିଆସୁଥିବା ମାଛ ବଜାରକୁ ବୁଧବାର ଥାନା ପାର୍ଶ୍ୱରେ ଥିବା ଓରିଏଣ୍ଟ ପେପର ମିଲ ଅଧୀନରେ ଥିବା ଜାଗାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିବା ସହ...

ବାର୍ଥଡେ ପାର୍ଟିରେ ଦୁଇଗୋଷ୍ଠୀ ମଧ୍ୟରେ ବଚସା: ଫୁଟିଲା ଗୁଳି

ଝାରସୁଗୁଡ଼ା ଅଫିସ,୫।୧୨: ଝାରସୁଗଡ଼ା ସହରରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ କଥା କଥାରେ ଗୁଳି ଫୁଟୁଛି। ଫଳରେ ସାଧାରଣ ଲୋକେ ଭୟଭିତ ଅବସ୍ଥାରେ ରହୁଛନ୍ତି। ଏଭଳି ସ୍ଥିତିରେ ରବିବାର ରାତିରେ କଳିଙ୍ଗବାରରେ ଏକ ବାର୍ଥଡେ ପାର୍ଟି...

ଚଳନ୍ତା ଗାଡ଼ିରୁ ଖସିପଡ଼ି ଚାଲିଗଲା ଡ୍ରାଇଭରଙ୍କ ଜୀବନ

ବ୍ରଜରାଜନଗର,୪ା୧୨(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ବ୍ରଜରଜନଗର ଥାନା ଅଧୀନ ଲାଜକୁରା ଖୋଲାମୁଁହ ଖଣିରେ କାର୍ଯ୍ୟ କରୁଥିବା ଜଣେ ଡମ୍ପର ଡ୍ରାଇଭରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ଦେବଗଡ଼ ଜିଲାର ବିଜୟ ପ୍ରଧାନ(୪୫)। ବିଜୟ ଖଣିରେ ଓଡି୨୩ସି-୩୪୧୦ନମ୍ବର ଡମ୍ପର ଚଳାଉଥିଲେ। ଶୁକ୍ରବାର...

ଝାରସୁଗୁଡ଼ାରେ ନୂତନ ଆଇଟିଡିଏ

ଝାରସୁଗୁଡ଼ା ଅଫିସ,୨୯ା୧୧: ଝାରସୁଗୁଡ଼ା ଜିଲାର ଆଦିବାସୀ ଅଧ୍ୟୁଷିତ କିର୍ମିରା ଓ ଲଇକେରା ବ୍ଲକକୁ ଆଦିବାସୀ ଉପଯୋଜନା (ଟିଏସ୍‌ପି)ରେ ସାମିଲ କରାଯାଇଛି। ଗତ ୨୪ ତାରିଖରେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତିରେ ଏହା ଘୋଷଣା କରାଯାଇଛି। ଏହା ସହିତ ଝାରସୁଗୁଡ଼ାଠାରେ...

ଏସ୍‌ଏମ୍‌ସି ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ: ତରଳ ଲୁହା ପଡ଼ି ଶ୍ରମିକ ଗୁରୁତର

ଝାରସୁଗୁଡ଼ା ଅଫିସ,୨୮।୧୧: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଅଧୀନ ହିର୍ମାସ୍ଥିତ ଏସ୍‌ଏମ୍‌ସି ଷ୍ଟିଲ୍‌ ଆଣ୍ଡ ପାୱାର ପ୍ଲାଣ୍ଟରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ତରଳ ଲୁହା ପଡ଼ି ଶ୍ରମିକ ଜଣକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

ଅସ୍ବାସ୍ଥ୍ୟକର ପରିବେଶରେ ଅଙ୍ଗନଓ୍ବାଡି କେନ୍ଦ୍ର

ଝାରସୁଗୁଡ଼ା ଅଫିସ,୨୭ା୧୧: ଝାରସୁଗୁଡା ପୌରପରିଷଦ ୬ନଂ ଓ୍ବାର୍ଡ ଏକତାଳି ଗ୍ରାମର ମଝାପଡାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି। ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ା ଗ୍ରାମର ରାସ୍ତା ପାର୍ଶ୍ୱରେ କେନ୍ଦ୍ର ରହିଥିବାବେଳେ ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri