ଅନାସ୍ଥା ଭୋଟ ପୂର୍ବରୁ ନବ ଦାସଙ୍କ ପୁଅ ବିଶାଲଙ୍କୁ ଅଟକ ରଖିଲା ପୋଲିସ

ଝାରସୁଗଡା,୧୦।୧: ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି। ଛତିଶଗଡ଼ ମହାସମୁଦ ଜିଲା ସରେଇପାଲି ଥାନାରେ ସେ ଅଟକ ରହିଛନ୍ତି। ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଛନ୍ତି। ଆଜି କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ରହିଛି। ଏହା ପୂର୍ବରୁ ବିଶାଲଙ୍କୁ ଅଟକ ରଖାଯାଇଛି। ପୋଲିସ କାର୍ଯ୍ୟାନୁଷ୍ଠାନ ବେଆଇନ ବୋଲି ବିଶାଲ କହିଛନ୍ତି।
ତେବେ ବିଶାଲଙ୍କୁ ଅଟକ ନେଇ ପୂର୍ବତନ ବିଧାୟିକା ତଥା ତାଙ୍କ ଭଉଣୀ ଦୀପାଳି ଦାସ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ମୋ ଭାଇକୁ ଅଟକ ରଖିବା ଦୁଃଖନୀୟ, ଗଣତନ୍ତ୍ରର ହତ୍ୟା। ଲଇକେରା ପୋଲିସ ଅଟକ ରଖି ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରିଛି। ଅଟକ ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଭେଟିବାକୁ ବିଶାଲ ଯାଇଥିଲେ। ଏହାପରେ ରାତି ୧ଟାରୁ ମୋ ଭାଇକୁ ବି ସେମାନେ ଅଟକ ରଖିଛନ୍ତି। ସେମାନେ ନିଜସ୍ବ ମତରେ ଆସିଥିବା କହିବା ପରେ ବି ଅଟକ ରଖିଛନ୍ତି। ଦୀପାଳିଙ୍କ ଅଭିଯୋଗରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି।
ସୂଚନାଯୋଗ୍ୟ, ଝାରସୁଗୁଡା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ଆଜି ହେବ। ଏହି ପରିପ୍ରେକ୍ଷୀରେ ଗୁରବାର ସକାଳେ ସମିତି ସଭ୍ୟ, ସରପଞ୍ଚ ଲୁଚି ଥିବା ସନ୍ଦେହରେ ବିଶାଳ ଦାସଙ୍କ ଘରେ ଝାରସୁଗୁଡ଼ା ପୋଲିସ ଯାଞ୍ଚ କରିଥିଲା। ସୂଚନା ଅନୁସାରେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଶୁକ୍ରବାର କିର୍ମିରା ପଞ୍ଚାୟତ ସମିତିଠାରେ ଅନାସ୍ଥା ଭୋଟ ହେବ। ଏହାକୁ ନେଇ ଦୀର୍ଘ ୫ ମାସ ହେବ ଉଭୟ ଗୋଷ୍ଠୀ ମଧ୍ୟରେ ଛକପଞ୍ଝା ଚାଲିଥିଲା। ହାଇକୋର୍ଟ ଅନାସ୍ଥା ପ୍ରସ୍ତାବ ଭୋଟ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଭୋଟ ଶୁକ୍ରବାର ହେବା ପାଇଁ ଉପଜିଲାପାଳ ସବ୍ୟସାଚୀ ପଣ୍ଡା ବିଜ୍ଞପ୍ତି ଓ ସମସ୍ତ ପ୍ରତିନିଧିଙ୍କୁ ନୋଟିସ ଜାରି କରିଥିଲେ।
ଏହି ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟା ଚାଲୁ ହେବା ଦିନଠାରୁ ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ଆଜ୍ଞାତବାସରେ ଅଛନ୍ତି। ପୂର୍ବତନ ବିଧାୟିକା ଦୀପାଳି ଦାସ କହିଛନ୍ତି, ଓଡ଼ିଶା ପୋଲିସର ଜଣେ ହାବିଲଦାର ତାଙ୍କ ବାପା ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ପୁଣି ଗୁରୁବାର ସକାଳ ୯ଟାରେ ଲଇକେରା ଆଇଆଇସି ଦିଲୀପ ବେହେରା ବିନା ସର୍ଚ୍ଚ ୱାରେଣ୍ଟରେ ତାଙ୍କ ବଡ଼ ଭାଇ ବିଶାଳ ଦାସଙ୍କ ସମ୍ବଲପୁର ମାଝିପାଲିସ୍ଥିତ ହୋଟେଲ ଡି ଲାଉଞ୍ଜରେ ପ୍ରବେଶ କରି ହୋଟେଲ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସେଠାରେ ତଲାସି କରିଥିଲେ। ସେ କହିଛନ୍ତି, ଓଡ଼ିଶା ପୋଲିସର ଏପରି ଘଟଣା ଆମକୁ ମର୍ମାହତ କରିଛି। ଏ ନେଇ ବିଶାଳ ଦାସ ଆଇଜି ହିମାଂଶୁ ଲାଲଙ୍କୁ ଭେଟି ତାଙ୍କ ପରିବାର ପାଇଁ ସୁରକ୍ଷା ମାଗିଛନ୍ତି। ଶୁକ୍ରବାର କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ସମୟରେ କୌଣସି ଅସୁବିଧା ତଥା ଦୁର୍ଘଟଣା ହେଲେ ସ୍ଥାନୀୟ ବିଧାୟକ, ଜିଲା ପ୍ରଶାସନ ଓ ପୋଲିସ ଦାୟୀ ରହିବେ ବୋଲି ବିଶାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ହାତୀଦାନ୍ତ ଜବତ, ୪ ଅଭିଯୁକ୍ତ ଅଟକ

ବାରିପଦା,୨୨ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜଙ୍ଗଲରେ ହାତୀମାନେ ଅସୁରକ୍ଷିତ ହୋଇପଡ଼ିଲେଣି। ଶିକାରୀମାନେ ଜଙ୍ଗଲ ଭିତରେ ପଶି ହାତୀଙ୍କୁ ମାରି ସେମାନଙ୍କ ଦାନ୍ତ ଚୋରାଚାଲାଣ କରୁଛନ୍ତି। ବୁଧବାର ଧରାପଡ଼ିଛନ୍ତି...

ଖୋଲିବ ଗୁମର, ଫସିବେ ବବି !

ଭୁବନେଶ୍ୱର,୨୨ା୧: ଖୋଲିବ ଗୁମର। ପୁଣି ଫସିବେ ବିଜେଡି ନେତା ବବି ଦାସ। ଭାଜପା ସରକାର ବବିଙ୍କ ଉପରେ କଡ଼ା ଆକ୍ସନ ନେବେ ବୋଲି ରାଜନୈତିକ ମହଲରେ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦: ଲାଗୁ ହେଲେ ବନ୍ଦ ହୋଇଯିବ ଅଙ୍ଗନବାଡି!

ଭୁବନେଶ୍ୱର,୨୨।୧: ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ବିତ କରି, ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୬ ବର୍ଷରୁ ଅଧିକ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ଭତ୍ତା ଟଙ୍କା, ଏଣିକି ମିଳିବ ୨୫ହଜାର ଟଙ୍କା

ଭୁବନେଶ୍ୱର,୨୨।୧: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୁଣି ବଡ଼ ଘୋଷଣା । ବଢାଇଲେ ଭତ୍ତା । ପାଚକ ଓ ପାଚିକାଙ୍କ ପାରିଶ୍ରମିକ ୧ ହଜାର ଟଙ୍କା ବୃଦ୍ଧିକରି...

ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ବଣାଇଁ,୨୨ା୧(ପ୍ରଦୀପ ତ୍ରିପାଠୀ): ବିଗତ ୧୯୧୩ ଅର୍ଥାତ୍‌ ସ୍ବାଧୀନତାର ୩୫ ବର୍ଷ ପୂର୍ବରୁ ସ୍ଥାପିତ ଝିର୍ଡ଼ାପାଲୀ ପ୍ରାଥମିକ ବିଦ୍ୟାଳୟରେ ଅଚଳାବସ୍ଥା ନେଇ ବୁଧବାର ଗ୍ରାମବାସୀ ଓ ଅଭିଭାବକ...

ଡିଜିଟାଲ ସ୍କିଲିଂ ଉପରେ ସଚେତନତା କାର୍ଯ୍ୟକ୍ରମ: ଯୋଗଦେଲେ ୪୫୦ ଛାତ୍ରୀଛାତ୍ର

ଅନୁଗୋଳ,୨୨।୧(ମାନସ ବିଶ୍ୱାଳ): ଅନୁଗୋଳର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଡିଜିଟାଲ ସ୍କିଲିଂ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ୪୫୦ରୁ ଅଧିକ ୟୁଜି ଓ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ସୁଭଦ୍ରାରେ ୧୫୭ ପୁରୁଷ କରିଛନ୍ତି ଆବେଦନ

ଭୁବନେଶ୍ୱର,୨୨ା୧: ସୁଭଦ୍ରା ଯୋଜନାରେ ପୁରୁଷମାନେ ଆବେଦନ କରିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ରାଜ୍ୟର ୧୫୭ ଜଣ ପୁରୁଷ ସୁଭଦ୍ରାରେ ଆବେଦନ...

ସାଇଧାରା-ଚନ୍ଦନଧାରା ଜଳପ୍ରପାତର ହେବ ପର୍ଯ୍ୟଟନ ବିକାଶ

ଝରିଗାଁ,୨୨।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଛି ଚାରି ଗୋଟି ଜଳପ୍ରପାତ। ସେଗୁଡିକ ହେଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ଗୋସେଇଁ ଧାରା ଜଳପ୍ରପାତ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri