ପାରିବାରିକ ପରାଜୟର ସମ୍ମୁଖୀନ ହେଲେ ବବି
ଭୁବନେଶ୍ୱର,୪।୬: ଓଡ଼ିଶାରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି ବିଜୁ ଜନତା ଦଳ। ଲୋକ ସଭାରେ ଦଳ ଅମାନତା ହରାଇଥିବା ବେଳେ ବିଧାନସଭାରେ ଖବର ଲେଖା ହେଲା ବେଳକୁ ୧୬ ଆସନରେ ବିଜୟୀ ହୋଇଥିବା ବେଳେ ୩୩ ଆସନରେ ଆଗୁଆ ଚାଲିଛି। ତେବେ…
ଯାଜପୁରରୁ ଆସିଲା ବିଜେଡି ପାଇଁ ଖୁସି ଖବର
ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ରେ ଓଡ଼ିଶାରେ ପରିବର୍ତ୍ତନର ସ୍ବର ଦେଖିବାକୁ ମିଳିଛି। ଏଠାରେ ବିଜେଡି ଗଡ଼ ଭୁଶୁଡି ଥିବାବେଳେ ଭାଜପା ସରକାର ଗଢିବାକୁ ଯାଉଛି। ରାଜ୍ୟରେ ଲୋକ ସଭାରେ ମଧ୍ୟ ଭାଜପା ଏପର୍ଯ୍ୟନ୍ତ ୨୧ ଆସନରୁ ୧୯ରେ ଆଗୁଆ ରହିଛି। ବିଜେଡି…
ବଡଚଣାରେ ପଛରେ ପଡିଲେ ବର୍ଷା
ଭୁବନେଶ୍ୱର,୪।୬: ଓଡ଼ିଶାରେ ଭାଜପାକୁ ୭୮ ଆସନ ମିଳିଥିବାବେଳେ ବିଜେଡିକୁ ୫୪ ସିଟ୍ ମିଳିଛି। ୨୫ବର୍ଷ ପରେ ଏପରି ସମୀକରଣ ଦେଖିବାକୁ ମିଳିଛି। ଯେଉଁଠି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସରକାର ୨୫ବର୍ଷ ଧରି କ୍ଷମତାରେ ରହି ଆସୁଥିଲା ତା’ର ସମ୍ପୂର୍ଣ୍ଣ ବିପରୀତ ଦୃଶ୍ୟ…
ଇଭିଏମ୍ ବଦଳ ସନ୍ଦେହରେ ଧର୍ମଶାଳା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା
କାଏମା,୨ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଚତୁର୍ଥ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଛି। ହେଲେ ଇଭିଏମ୍ ବଦଳ ସନ୍ଦେହରେ ରାତି ପ୍ରାୟ ୮ଟା ସମୟରେ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ବାଧୀନ ପ୍ରାର୍ଥୀ…
ନିର୍ବାଚନ ଡ୍ୟୁଟି ସମୟରେ ଚାଲିଗଲା ବିଏଲ୍ଓଙ୍କ ଜୀବନ
ଯାଜପୁର,୧ା୬(ହର୍ଷବର୍ଦ୍ଧନ ବେହେରା): ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଜଣେ ବିଏଲ୍ଓଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲା ବିଞ୍ଝାରପୁରରେ। ଓଳେଇ-ଚନ୍ଦନପୁରର ୧୫୭ ନଂ ବୁଥ୍ରେ କାର୍ଯ୍ୟରତ ବିଏଲ୍ଓ ମନୋରଞ୍ଜନ ସାହୁ(୫୬)ଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି। ତାଙ୍କ ଘର…
ଯାଜପୁରରେ ଭୋଟ ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ
ଯାଜପୁର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଚାଲିଛି। ଏହି କ୍ରମରେ ଯାଜପୁରରେ ଭୋଟ ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏଥର ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢୁଛନ୍ତି ପ୍ରଣବ । ସୂଚନାଯୋଗ୍ୟ, ଆଜି ୬଼…
ବଡ଼ଚଣା: ନିର୍ଣ୍ଣାୟକ ଭୂମିକା ନେବେ ନୀରବ ଭୋଟର
ଚଣ୍ଡିଖୋଲ,୩୧ା୫(ପ୍ରଦୀପ୍ତ କୁମାର ପୃଷ୍ଟି): ମତଦାନ ସମୟ ପାଖେଇ ଆସୁଥିଲେ ମଧ୍ୟ ବଡ଼ଚଣା ବିଧାନସଭା ନିର୍ବାଚନ କ୍ଷେତ୍ରରେ ସେତେ ଉଷ୍ମତା ଦେଖା ଯାଉନାହିଁ। କେବଳ କେତେକ ସଭା ସମିତିକୁ ଛାଡ଼ିଦେଲେ ଗ୍ରାମାଞ୍ଚଳରେ ପୂର୍ବ ଭଳି ଉତ୍ସାହ ଉନ୍ମାଦନା ଦେଖିବାକୁ ମିଳୁନାହିଁ। ଏପରିକି ପୂର୍ବ…
ବିଦ୍ୟୁତ୍ ଠିକାଦାରଙ୍କ ଘରେ ଆଇଟି ରେଡ୍
ଯାଜପୁର,୩୦ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍ କରାଯାଇଛି। ବିଦ୍ୟୁତ୍ ଠିକାଦାର ଧରଣୀ ସାହୁଙ୍କ ବାସଭବନରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ୪ଜଣିଆ ଆଇଟି ଟିମ୍ ପକ୍ଷରୁ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି।
ଭାଜପା ରୋଡ୍ ଶୋ’ରେ ବ୍ୟବହୃତ ବାଣରୁ ଅଗ୍ନିକାଣ୍ଡ
ବିଞ୍ଝାରପୁର,୩୦ା୫(ରାମକୃଷ୍ଣ ଦାସ):ଭାଜପା ରୋଡ୍ ଶୋ’ରେ ବ୍ୟବହୃତ ବାଣରୁ ବିଞ୍ଝାରପୁର ଥାନା ଛକରେ ବୁଧବାର ମଧ୍ୟାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଥାନାଛକର ଏକ କାଠ ତିଆରି ସାମଗ୍ରୀ ଦୋକାନ ସମୂର୍ଣ୍ଣ ଜଳିପୋଡି ଭସ୍ମ ହୋଇଯାଇଛି। ସୂଚନା ମୁତାବକ, ମାଇଁନ୍ଦା ଛକରୁ ସିଂହପୁର…
ହିମାଂଶୁ ଶେଖରଙ୍କୁ ଦଳରୁ ବିଦା କଲା ଭାଜପା
ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭାଜପା ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ହିମାଂଶୁ ଶେଖର ସାହୁଙ୍କୁ ଦଳରୁ ବହିଷ୍କାର କରିଛି ଭାଜପା। ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ଏହି ବହିଷ୍କାର କରାଯାଇଛି। ଦଳ ସଭାପତି ମନମୋହନ…
ବିଶ୍ୱରଞ୍ଜନ, ବର୍ଷା, ସ୍ମୃତିରେଖା, ବବିତାଙ୍କ ନାମରେ ମାମଲା
ଯାଜପୁର,୨୯ା୫(ହର୍ଷବର୍ଦ୍ଧନ ବେହେରା):ଭାରତୀୟ ଗଣତନ୍ତ୍ର ପାଇଁ ରାଜନୀତିର ଅପରାଧୀକରଣ ଉଦ୍ବେଗର ବିଷୟ। ଏହାସହ ପ୍ରାର୍ଥୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ମଧ୍ୟ ରାଜନୀତି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହିକ୍ରମରେ ଚଳିତ ସାଧାରଣ ନିର୍ବାଚନରେ ଯାଜପୁର ସଂସଦୀୟ କ୍ଷେତ୍ରର ୭ ବିଧାନସଭା ଆସନ…
ମାଟ୍ରିକ ପରୀକ୍ଷାରେ କମ୍ ନମ୍ବର ରହିବାରୁ ଛାତ୍ରଙ୍କ ଆତ୍ମହତ୍ୟା
କାଳିଆପାଣି,୨୮ା୫(ଅସିତ୍ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳର ଜଣେ ଛାତ୍ର ମାଟ୍ରିକ ପରୀକ୍ଷାରେ କମ୍ ନମ୍ବର ରଖିଥିବାରୁ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସୁକିନ୍ଦା ଜଗନ୍ନାଥ ନୋଡାଲ ହାଇସ୍କୁଲର ଛାତ୍ର ପ୍ରଜ୍ଞା କୁମାର ପଣ୍ଡା। ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ।…
Archives


