ଯାଜପୁର

ଲଗାଣ ବର୍ଷାରେ ବଡ଼ଚଣାରେ ଜନଜୀବନ ପ୍ରଭାବିତ: ବ୍ୟାପକ ଫସଲ ଜଳମଗ୍ନ

ଚଣ୍ଡିଖୋଲ,୮ା୮(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ବୁଧବାର ବର୍ଷା ଲାଗିରହିଛି। ଫଳରେ ବଡ଼ଚଣା ବ୍ଲକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ଛତିଆ, ବଡ଼ଚଣା ଓ ବାଲିକୁଦା ବଜାର ଲଗାଣ ବର୍ଷା ଯୋଗୁ ଜନଶୂନ୍ୟ ରହିଥିଲା। ଅପରପକ୍ଷେ…

ଜାରକା ବଜାରର ବାଇପାସ୍‌ ରାସ୍ତା କୃତ୍ରିମ ବନ୍ୟା

ଧର୍ମଶାଳା,୮ା୮(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକା ବଜାର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେଥିବା ଡ୍ରେନ୍‌ ସଫା ନ ହୋଇ ପଡିରହିଛି। ଏବେ ଲଗାଣ ବର୍ଷା ହେବାରୁ ପାଣି ନିଷ୍କାସନ ହୋଇ ନ ପାରି ଅନେକ ଦୋକାନ ବଜାରରେ…

ଜିନ୍ଦଲଙ୍କ ୮୯ତମ ଜୟନ୍ତୀ ପାଳିତ

କଳିଙ୍ଗନଗର,୭ା୮(ଡି.ଏନ୍‌.ଏ.): ଜିନ୍ଦଲ ଗ୍ରୁପ୍‌ର ପ୍ରତିଷ୍ଠାତା ଓ.ପି.ଜିନ୍ଦଲଙ୍କ ୮୯ତମ ଜନ୍ମ ଜୟନ୍ତୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ କଳିଙ୍ଗନଗରଠାରେ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିନ୍ଦଲ କମ୍ପାନୀର ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ଅଭ୍ୟୁଦୟ ଜିନ୍ଦଲ, ସିଓଓ ତରୁଣ ଖୁଲ୍‌ବେ, କାରଖାନା ମୁଖ୍ୟ ଆର.ଏସ୍‌. ବୈଦ୍ୟ…

ବିଦ୍ୟୁତ୍‌ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଧର୍ମଶାଳା,୮ା୮(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ଗ୍ରାମରେ ବୁଧବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣଙ୍କ ଦିଗାମ୍ବରପୁର ଗ୍ରାମର ଶରତ ଖଟୁଆ (୩୫)। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।…

ଚଣ୍ଡିମନ୍ଦିର ପରିଚାଳନା ବିଭ୍ରାଟ ନେଇ ବଢୁଛି ଅସନ୍ତୋଷ: କାର୍ଯ୍ୟକାରୀ ହେଉନି ଦେବୋତ୍ତର କମିଶନରଙ୍କ ଆଦେଶ

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଚଣ୍ଡିଖୋଲର ଚଣ୍ଡିମାତା ମନ୍ଦିର ପରିଚାଳନା କ୍ଷେତ୍ରରେ ଦୀର୍ଘଦିନ ହେବ ବିଭ୍ରାଟ ହେବା ପରେ ଏହାକୁ ନେଇ ଦେବୋତ୍ତର କମିଶନରେ ମାମଲା ରୁଜୁ ହୋଇଥିଲା। କମିଶନର ଏଠାରେ ଗଠିତ ଟ୍ରଷ୍ଟ ବୋର୍ଡକୁ ରଦ୍ଦ କରି ସ୍ଥାୟୀ ପରିଚାଳନା କମିଟି ଗଠନ ପାଇଁ…

ଜାତୀୟ ରାଜପଥ ପୋଲ ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଜାତୀୟ ରାଜପଥରେ କେନ୍ଦ୍ର ସରକାର ଟୋଲ ଗେଟ ସ୍ଥାପନ କରି ରାଜପଥ ପାଇଁ ଟୋଲ ଟିକସ ଆଦାୟ କରୁଥିଲାବେଳେ ଏହାର ମରାମତି ପାଇଁ ଆଦୌ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି। ଯେଉଁଥି ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା…

ସୁନା ଦୋକାନରୁ ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଯାଜପୁର ରୋଡ,୮ା୮(ନି.ପ୍ର): ଦୀର୍ଘଦିନ ଧରି ପୋଲିସକୁ ଚକ୍‌ମା ଦେଖାଇ ଯାଜପୁର ରୋଡ, କେନ୍ଦୁଝର, କଳିଙ୍ଗନଗର ସମେତ ଅନ୍ୟ ଜିଲାଗୁଡିକରେ ଡକାୟତି କରିଆସୁଥିବା ୬ଜଣଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଛି ଯାଜପୁର ରୋଡ ପୋଲିସ। ସେମାନଙ୍କଠାରୁ ଡକାୟତିରେ ବ୍ୟବହୃତ ଯନ୍ତ୍ରପାତି ସହ ଚୋରି…

ପରିଚୟପତ୍ର ପ୍ରଦାନ ଆଳରେ କୃଷକଙ୍କୁ ଶୋଷଣ

ରସୁଲପୁର,୭।୮(ଡି.ଏନ୍‌.ଏ.)- କାଳିଆ ଯୋଜନାକୁ ନେଇ ଚାଷୀ ଭୁଆଁ ବୁଲୁଥିବାବେଳେ ଚାଷୀଙ୍କୁ ନେଇ ଜାଲିଆତି ବନ୍ଦ ହେବାର ନାଁ ଧରୁନି। ଗାଁର ବୋକରୀ ଯୁବକ, ଅଣଭୋଟର କାଳିଆ ଟଙ୍କାରେ ମଉଜ ମଜିଲିସ୍‌ କରୁଛନ୍ତି। ମାତ୍ର ପ୍ରକୃତ ଚାଷୀଙ୍କ ଜମାଖାତାକୁ ଯୋଜନା ଟଙ୍କା ଆସିପାରୁ…

ବ୍ରହ୍ମବରଦା ଫାଣ୍ଡି ପାଇଁ ପରୀ ଯୋଜନା ମୂଲ୍ୟହୀନ: ଅପହରଣର ୫ମାସ ପରେ ବି ନାବାଳିକାଙ୍କ ମିଳୁନି ପତ୍ତା

ରସୁଲପୁର,୬।୮(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅଧିନସ୍ଥ ରସୁଲପୁର ବ୍ଲକ ଅଞ୍ଚଳରେ ଅବସ୍ଥିତ ବ୍ରହ୍ମବରଦା ଫାଣ୍ଡି ପାଇଁ ପରୀ ଯୋଜନା ମୂଲ୍ୟହୀନ ହୋଇପଡ଼ିଛି। ୫ମାସ ତଳେ ଅପହରଣ ହୋଇଥିବା ଜନୈକା ନାବାଳିକାଙ୍କୁ ପୋଲିସ ଧରିବାରେ ବିଫଳ ହେବା ଘଟଣାରୁ ଏହା ପ୍ରମାଣିତ ହେଉଛି। ନିଖୋଜ…

ସୁକିନ୍ଦା ବ୍ଲକ ରାସାଁଳୋ ପଞ୍ଚାୟତ: ଗାଁ ଦାଣ୍ଡରେ ଚାଲିଛି ପାଠପଢା

ସୁକିନ୍ଦା, ୭ା୮(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ରାସଁ।ଳୋ ପଞ୍ଚାୟତ ମଲାର ସାହିରେ ଖୋଲା ଆକାଶ ତଳେ ପାଠପଢା ହେବା ସାଙ୍ଗକୁ କୋମଳମତି ଶିଶୁଙ୍କ ପାଇଁ ଖାଦ୍ୟ ରନ୍ଧା ହେଉଥିବା ଅଭିଯୋଗ ହୋଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ବିଭାଗୀୟ…

ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନ: ପ୍ରସ୍ତାବରେ ସୀମିତ ରେଲୱେ ଡିିଭିଜନ

ଯାଜପୁର ଅଫିସ,୭ା୮: ଯାଜପୁର ଜିଲାର ଅନ୍ୟତମ ପୌର ପରିଷଦ ବ୍ୟାସନଗର ଓ ଏହାର ପାରିପାର୍ଶ୍ୱିକ ବିକାଶ କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ଏକାଧିକ ପ୍ରକଳ୍ପ ଅଧାରେ ଅଟକିଛି। ବହୁ ଗୁରୁତ୍ୱପୂର୍ଣ୍ଣ ଯାଜପୁର-କେନ୍ଦୁଝରରୋଡ ରେଲୱେ ଡିିଭିଜନ ଓ ଯାଜପୁରରୋଡକୁ ଉପଖଣ୍ଡ ମାନ୍ୟତା ପ୍ରସ୍ତାବ…

ଆମ ପୋଲିସ ପକ୍ଷରୁ ଚାରାରୋପଣ

ଧର୍ମଶାଳା/ଜେନାପୁର,୬ା୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ସୋମବାର ବୃନ୍ଦାଦେଈପୁର ଗଡଜାତ ସ୍ମାରକୀ ପୀଠଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଏସ୍‌ପି ଚରଣ ସିଂ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?