‘ସାହିତ୍ୟ ମାଧ୍ୟମରେ ଜାତିର ପ୍ରଗତି, ପ୍ରତିଷ୍ଠା ଭରିଥାଏ’

ଧର୍ମଶାଳା,୧୨।୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକାସ୍ଥିତ ସିଭିକ ସେଣ୍ଟର ପରିସରରେ ଗୋକର୍ଣ୍ଣିକା ସାହିତ୍ୟ ସମାଜର ୪୪ତମ ବାର୍ଷିକ ଉତ୍ସବ, ଗୋକର୍ଣ୍ଣିକା ପୁରସ୍କାର ଓ ପୁସ୍ତକ ଉନ୍ମୋଚନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଠ ଗାଳ୍ପିକ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ସାହିତ୍ୟ ମାଧ୍ୟମରେ ଜାତିର ପ୍ରଗତି ଓ ପ୍ରତିଷ୍ଠା ଭରିଥାଏ। ଦୀର୍ଘ ୪୦ ବର୍ଷ ଧରି ଗ୍ରାମାଞ୍ଚଳରୁ ଗୋକର୍ଣ୍ଣିକା ପ୍ରକାଶ ପାଇ ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖି ପାରିଛି। ଏଥିପାଇଁ ଉଦ୍ୟକ୍ତାମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ବିଶ୍ୱରଞ୍ଜନ କହିଥିଲେ। ପ୍ରଖ୍ୟାତ ଗାଳ୍ପିକ ତଥା ଅତିବଡି ଜଗନ୍ନାଥ ଦାଶ ପୁରସ୍କାର ପ୍ରାପ୍ତ ସାହିତି୍ୟକ ଅଚ୍ୟୁତାନନ୍ଦ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ରଷ୍ଟା ତାର ଅନୁଭବ, ଅନୁଭୂତି ଓ ଦର୍ଶନକୁ ତାର ସୃଷ୍ଟି ମାଧ୍ୟମରେ ପ୍ରକାଶ କରିବାକୁ ଜୀବନ ବ୍ୟାପି ସାଧନାରେ ମଗ୍ନ ରହିଥାଏ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଗୀତି କବି ଧନଞ୍ଜୟ ସ୍ବାଇଁ ଯୋଗଦେଇ ସାହିତ୍ୟର ଅଭିବୃଦ୍ଧି ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରେ ଓ ଭାଷା ସାହିତ୍ୟର ଏକ ଅଙ୍ଗ ବୋଲି କହିଥିଲେ। ଗୋକର୍ଣ୍ଣିକା ସାହିତ୍ୟ ସମାଜ ସଭାପତି ରମାକାନ୍ତ ଜେନା ଉତ୍ସବରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଗାଳ୍ପିକ ରୁଦ୍ରନାରାୟଣ ପୃଷ୍ଟିଙ୍କ ଗଳ୍ପ ପୁସ୍ତକ ”ଭିନ୍ନ ଏକ ବନଫୁଲ“ ଓ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏଥିସହ ଚଳିତ ବର୍ଷର ମର୍ଯ୍ୟାଦାଜନକ ଗୋକର୍ଣ୍ଣିକା ପୁରସ୍କାର ଜଗତସିଂହପୁର ଜିଲାପାଳ ତଥା ବିଶିଷ୍ଟ ଗାଳ୍ପିକ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି। ଅତିଥିମାନେ ତାଙ୍କୁ ୧୦ ହଜାର ଟଙ୍କା ସହ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଗୋକର୍ଣ୍ଣିକା କବିତା ସମ୍ମାନ ୨୦୧୮ ପାଇଁ କବି ସର୍ବେଶ୍ୱର ଶତପଥୀ, ୨୦୧୯ ବର୍ଷ ପାଇଁ ନିରାକାର ଦାସ, ଗୋକର୍ଣ୍ଣିକା ଗଳ୍ପ ସମ୍ମାନ କବିତା ବାରିକ, ଗୋକର୍ଣ୍ଣିକା ପ୍ରବନ୍ଧ ସମ୍ମାନ ରବୀନ୍ଦ୍ର ବିହାରୀ, ଗୀତି କବିତା ସମ୍ମାନ ଅଧ୍ୟାପିକା ରୀନା ମହାପାତ୍ରଙ୍କୁ ମାନପତ୍ର, ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ମାନପତ୍ରଗୁଡ଼ିକୁ ପ୍ରତାପରୁଦ୍ର ପଣ୍ଡା, ବ୍ରଜ କିଶୋର ଦାଶ, ଇନ୍ଦୁପ୍ରଭା ସାମଲ, ପ୍ରଦୀପ ସାମଲ, ମହେଶ୍ୱର ପାଢ଼ୀ ପାଠ କରିଥିଲେ। ସମ୍ପାଦକ ବିଜୟ କୁମାର ନାୟକ ବାର୍ଷିକ ବିବରଣୀ ପାଠ, ତୁହିନାଂଶୁ ରଥ ଅତିଥି ପରିଚୟ ପ୍ରଦାନ, ଜ୍ୟେତି ରଞ୍ଜନ ବିଶ୍ୱାଳ ଜଗନ୍ନାଥ ଜଣାଣ ଗାନ ଓ ପଣ୍ଡିତ ବ୍ରଜକିଶୋର ଦାଶ ବେଦ ପାଠ କରିଥିଲେ। ଅତିଥିମାନଙ୍କୁ ଉପଦେଷ୍ଟା ବିଜୟ କୁମାର ଶତପଥୀ, ଶିଶୁ ସାହିତି୍ୟକ ବିଦ୍ୟାଧର ସାହୁ ଓ ବରିଷ୍ଠ ଉପଦେଷ୍ଟା ବଟକୃଷ୍ଣ ଓଝା ସମ୍ବର୍ଦ୍ଧିତ କରିଥିଲେ। ଉପସଭାପତି ସୁନାକର ସାହୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri