ନୂତନ ଟ୍ରାଫିକ ନିୟମରେ ଜରିମାନା ଆଦାୟ
ଧର୍ମଶାଳା,୪-୯(ଡି.ଏନ୍.ଏ.)- ଧର୍ମଶାଳା ଓ ଜେନାପୁର ଥାନା ପୋଲିସ ପକ୍ଷରୁ ଟ୍ରାଫିକ ନିୟମ ଭଙ୍ଗ କରୁଥିବା ବାଇକ୍ ଚାଳକଙ୍କଠାରୁ ନୂତନ ଟ୍ରାଫିକ୍ ନିୟମ ଅନୁସାରେ ମଙ୍ଗଳବାର ଜରିମାନା ଆଦାୟ କରାଯାଇଛି। ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, ଏସ୍ଆଇ ଜହର ଆବେଦିନ, ଏଏସ୍ଆଇ…
ଦିଗହରା ହୋଇଛି ସ୍ବଚ୍ଛ ଭାରତ ମିଶନ:ଅବ୍ୟବସ୍ଥାରେ ଜେନାପୁର ରେଳ ଷ୍ଟେଶନ
ଜେନାପୁର,୪-୯(ଡି.ଏନ୍.ଏ.)- ଯାଜପୁର ଜିଲା ଅନ୍ତର୍ଗତ ଜେନାପୁର ରେଲ୍ଓ୍ବେ ଷ୍ଟେଶନରେ ସ୍ବଚ୍ଛ ଭାରତ ଅଭିଯାନ ଦିଗହରା ହୋଇଛି। ବିଭାଗୀୟ ଅଧିକାରୀଙ୍କ ଦୁର୍ବଳମନୋଭାବ ଯୋଗୁ ଷ୍ଟେଶନଟି ଶୋଚନୀୟ ଅବସ୍ଥାରେ ପହଞ୍ଚତ୍ଥିବା ଅଭିଯୋଗ ହୋଇଛି। ଏଠାରେ ଯାତ୍ରୀମାନଙ୍କ ନିମନ୍ତେ ବସାଯାଇଥିବା ଶୁଦ୍ଧ ପିଇବା ପାଣି ଟ୍ୟାପ୍…
ଚୋରା ବାଲି ଚାଲାଣ ଯୋଗୁ ନଷ୍ଟ ହେଉଛି ଘେରିବନ୍ଧ
ଯାଜପୁର ଟାଉନ,୪-୯(ଡି.ଏନ୍.ଏ.)- ଚୋରା ବାଲି ଚାଲାଣ ଯୋଗୁ ଜଳସମ୍ପଦ ବିଭାଗର ୧୯କୋଟି ଟଙ୍କା ବ୍ୟୟରେ ନିର୍ମିତ ଘେରିବନ୍ଧ ନଷ୍ଟ ହେଉଛି। ଯାଜପୁର ବ୍ଲକ ଅଧିନସ୍ଥ ପଣସା ପଞ୍ଚାୟତର ବୈତରଣୀ ପଠାରୁ ଦୀର୍ଘବର୍ଷ ଧରି ଚୋରା ବାଲି ଚାଲାଣ କରାଯାଉଛି। ପ୍ରାୟ ଦୈନିକ…
ପ୍ୟାକ୍ସରେ ଦୁର୍ନୀତି, ପ୍ରିୟାପ୍ରୀତି ମାମଲା:୩ବର୍ଷ ହେବ ମହିଳା ଚାଷୀଙ୍କୁ ମିଳିନି ଋଣ
ଯାଜପୁର ଅଫିସ,୪-୯:ଯାଜପୁର ଜିଲାର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ)ରେ ଦୁର୍ନୀତି ଓ ପ୍ରିୟାପ୍ରୀତିକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି। ଏବେ ପୁଣି ଚାଷୀଙ୍କୁ ୩ବର୍ଷ ହେଲା କୃଷି ଋଣ ମିଳୁ ନ ଥିବା ନେଇ ଅଭିଯୋଗ…
ଚାକିରୀ ନୁହେଁ କୌଳିକ ବୃତ୍ତି ଦେଇଛି ପରିଚୟ ଜୋତା ସିଲାଇ କରି ପରିବାର ଚଳାଉଛନ୍ତି ଶିକ୍ଷିତ ଯୁବକ
ରସୁଲପୁର,୩।୯(ଡି.ଏନ୍.ଏ.)- ସମ୍ପ୍ରତି ଦେଶ ଓ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଶିକ୍ଷିତ ଯୁବତୀଯୁବକମାନେ ସରକାରୀ ଚାକିରୀ ପଛରେ ଗୋଡ଼େଇ ଗୋଡ଼େଇ ହତାଶ ହେଉଛନ୍ତି। ଅନେକ ଚାକିରୀ ନ ପାଇ ଦେଶ ଓ ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଛନ୍ତି।…
ଶିକ୍ଷା ବିଭାଗର ବିଚିତ୍ର ନୀତି: ବଳି ପଡ଼ୁଛନ୍ତି ଗରିବ ମେଧାବୀ
ଯାଜପୁର ଅଫିସ,୩ା୯- ବହୁ ଗରିବ ମେଧାବୀ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷା ଅଭାବରୁ ନିଜ ପ୍ରତିଭାକୁ ହରାଇ ବସୁଥିବା ଅନେକ ନଜିର ରହିଛି। ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ, ସେନା କର୍ମଚାରୀଙ୍କ ପିଲାଙ୍କୁ କେନ୍ଦ୍ରୀୟ, ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ…
ଡାଉନ୍ଷ୍ଟ୍ରିମ ଶିଳ୍ପ ପ୍ରତି ଅନାଗ୍ରହ ବୁଡ଼ିବାକୁ ବସିଛି କଳିଙ୍ଗନଗର ଶିଳ୍ପ ସ୍ଥାନୀୟ ନେତୃତ୍ୱ, ସରକାରଙ୍କ ଅସହଯୋଗ ଦାୟୀ
ଯାଜପୁର ଅଫିସ,୩ା୯- କୃଷି ପରେ ଦେଶର କର୍ମ ନିଯୁକ୍ତି କ୍ଷେତ୍ରରେ ବଡବଡ ଶିଳ୍ପ ସମେତ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବଡ଼ ଭାଗିଦାରୀ ତୁଲାଇ ଆସୁଛି। ଅର୍ଥନୀତି ଅଭିବୃଦ୍ଧିର ଏହି କ୍ଷେତ୍ରରେ ଯୋଗଦାନ ବିଶେଷ ଗୁରୁତ୍ୱ ରଖେ। ସେହି…
ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନ ନାମ ପରିବର୍ତ୍ତନ ପ୍ରସ୍ତାବ ଯାଜପୁରରୋଡ: ଡୋଲିପୁର ନାମରେ ନାମିତ ଦାବି ଡିଆରଏମ୍ଙ୍କୁ ଭାଜପା ବ୍ୟାସନଗର ମଣ୍ଡଳର ଦାବିପତ୍ର
ଯାଜପୁର ଅଫିସ,୩।୯- ଓଡ଼ିଶା ଦେଇ ଯାଇଥିବା ହାୱଡା-ଚେନ୍ନାଇ ମୁଖ୍ୟ ରେଳଲାଇନର କଟକ ଓ ଭଦ୍ରକ ମଧ୍ୟରେ ଥିବା ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ନାମକୁ ଯାଜପୁର ରେଳଷ୍ଟେଶନ ନାମରେ ନାମିତ ପ୍ରସ୍ତାବ ଭାଜପା ପକ୍ଷରୁ ବିରୋଧ କରାଯାଇଛି। ଅଗଷ୍ଟ ୨୮ରେ ଧରିତ୍ରୀରେ ଏ…
ଦୁଇ ଛାତ୍ରଙ୍କ ଦୁଃସାହସ, ବୁଡ଼ିଯାଉଥିବା ଛାତ୍ରଙ୍କୁ ବଞ୍ଚାଇଲେ
କୋରେଇ,୩ା୯(ସ୍ବ.ପ୍ର.)- କୋରେଇ ବ୍ଲକ ଅନ୍ତର୍ଗତ ସାଦକପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ର ସୋମବାର ପୋଖରୀରେ ବୁଡିଯାଉଥିବା ବେଳେ କୋରାଇ ନୋଡାଲ ହାଇସ୍କୁଲର ଦୁଇ ଛାତ୍ର ତାଙ୍କୁ ଉଦ୍ଧାର କରି ସାହସିକତାର ପ୍ରମାଣ ଦେଇଛନ୍ତି। ପ୍ରକାଶ ଯେ, ସାଦକପୁର ପ୍ରାଥମିକ ବିଦ୍ୟାଳୟର ପ୍ରଥମ…
ଫାଷ୍ଟ କମ୍ ଫାଷ୍ଟ ଲୋଡିଂ ବିବାଦ ବିଗୁଡୁଛି ଖଣି ଅଞ୍ଚଳ ଆର୍ଥିକ ପରିସ୍ଥିତି : ଲାଗି ରହିଛି ଅଚଳାବସ୍ଥା
କାଳିଆପାଣି,୩ା୯(ଡି.ଏନ୍.ଏ.)- କ୍ରୋମାଇଟ ଖଣି ଅଞ୍ଚଳରେ ଫାଷ୍ଟ କମ୍ ଫାଷ୍ଟ ଲୋଡିଂ ବିବାଦ ଲାଗି ରହିଥିବାରୁ ଅଞ୍ଚଳର ଆର୍ଥିକ ପରିସ୍ଥିତି ବିଗିଡିବାରେ ଲାଗିଛି ା ୧୪ ଦିନ ଧରି ଅଚଳାବସ୍ଥା ହେବାରୁ ଶ୍ରମିକ, କର୍ମଚାରୀ, ଟ୍ରକ୍ ମାଲିକ ନାହଁି ନ ଥିବା ଅସୁବିଧାର…
ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡ଼ମଲେ ବୃଦ୍ଧ
ସୁକିନ୍ଦା,୩ା୯(ଡି.ଏନ୍.ଏ.)- ସୁକିନ୍ଦା ବ୍ଲକ ଆମ୍ପଳବା ଗ୍ରାମର ପଦ୍ମପୋଖରୀରେ ବୁଡି ରବିବାର ସନ୍ଧ୍ୟାରେ ଢେଙ୍କାନାଳ ଜିଲା ଭୁବନ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସୋମବାର ସକାଳେ ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ସହ ଖୁଖୁନ…
ମେଗା ମିଲିଅନ ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟାର ଶୁଭାରମ୍ଭ
ଯାଜପୁର ଅଫିସ,୨ା୯: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟା ପାଇଁ ମେଗା ମିଲିଅନ ଲଞ୍ଚ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଜିଲାପାଳ ରଞ୍ଜନ କୁମାର ଦାସ ଏହାକୁ ଉଦଘାଟନ କରି ଠିକ ଓ ନିର୍ଭୁଲ ତାଲିକା ପ୍ରଣୟନ…
Archives


