ନୂତନ ଟ୍ରାଫିକ ନିୟମରେ ଜରିମାନା ଆଦାୟ

ଧର୍ମଶାଳା,୪-୯(ଡି.ଏନ୍‌.ଏ.)- ଧର୍ମଶାଳା ଓ ଜେନାପୁର ଥାନା ପୋଲିସ ପକ୍ଷରୁ ଟ୍ରାଫିକ ନିୟମ ଭଙ୍ଗ କରୁଥିବା ବାଇକ୍‌ ଚାଳକଙ୍କଠାରୁ ନୂତନ ଟ୍ରାଫିକ୍‌ ନିୟମ ଅନୁସାରେ ମଙ୍ଗଳବାର ଜରିମାନା ଆଦାୟ କରାଯାଇଛି। ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, ଏସ୍‌ଆଇ ଜହର ଆବେଦିନ, ଏଏସ୍‌ଆଇ ଉପେନ୍ଦ୍ରନାଥ ଦାସ, ଦେବେନ୍ଦ୍ର କୁମାର ରାଉତ ପ୍ରମୁଖ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର-ରଥିଆ ଦେଇ ଜାତାୟାତ କରୁଥିବା ବାଇକ ଚାଳକଙ୍କ ହେଲମେଟ୍‌ ଓ କାଗଜପତ୍ର ଯାଞ୍ଚ କରିଥିଲେ। ହେଲମେଟ୍‌ ଓ ଆବଶ୍ୟକ କାଗଜପତ୍ର ନ ଥିବା ବାଇକ ଚାଳକଙ୍କଠାରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି। ସେହିପରି ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ, ଏସ୍‌ଆଇ ଏମ୍‌.ଆର ମହାନ୍ତି, ଏଏସ୍‌ଆଇ ଆରପି କେରକେଟା, ଏସ୍‌କେ ରାଉତରାୟ ପ୍ରମୁଖ ୫୩ ନମ୍ବର ଜାତୀୟ ରାଜପଥ ବ୍ରାହ୍ମଣୀ ବ୍ରିଜ୍‌ ନିକଟରେ ଯାଞ୍ଚକରି ୧୪ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଧର୍ମଶାଳା ଆମ ପୋଲିସ ପକ୍ଷରୁ ସୋମବାର ଅପରାହ୍ନରେ ଜାରକା ଗଳି ପୋଲଠାରେ ଏକ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଥାନାଧିକାରୀ ସରୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ପୋଲିସ ପକ୍ଷରୁ ତ୍ରିଲୋଚନ ବିଶ୍ୱାଳ, ବସନ୍ତ କୁମାର ପରିଡା, ପ୍ରସନ୍ନ କୁମାର ବରାଳ, ଇନ୍ଦ୍ରମଣି ମହାନ୍ତି, ସଞ୍ଜୟ କୁମାର ରାଉତ, ନିରଞ୍ଜନ ପାଣିଗ୍ରାହୀ, ରମାକାନ୍ତ ଜେନା, ଅଖିଳ କୁମାର ସ୍ବାଇଁ. ଓ ଏସ୍‌ଆଇ ଜିନିମା ସାମଲ, ଏଏସ୍‌ଆଇ ନିରଞ୍ଜନ ବେଉରା, ରାଜ କିଶୋର ନାୟକ, ଉପେନ୍ଦ୍ର ନାଥ ଦାସ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଝୁଲି ରହିଲା କୋରେଇ,ବରୀ, ବଡ଼ଚଣା

ଯାଜପୁର,୨୮ା୩(ହର୍ଷବର୍ଦ୍ଧନ ବେହେରା) :ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏଥିରେ ୭୨...

ସାହିତ୍ୟ ହେଉଛି ଲେଖକଙ୍କ ବୈଭବ

ଯାଜପୁରରୋଡ୍‌,୨୭ା୩: ଯାଜପୁରରୋଡ୍‌ ସ୍ଥିତ ଉତ୍ସବ ପ୍ୟାଲେସ୍‌ରେ ‘ଅଭିମାନ’ ପ୍ରକାଶନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ କବି ପ୍ରଭାକର ଶତପଥୀ,ରାଜକିଶୋର...

ୟୁଟ୍ୟୁବର ମୋନାଲିସାଙ୍କ ଘରେ ଚଢ଼ାଉ: ମାଙ୍କଡ଼ ସହ ଭିଡିଓ ଶେୟାର କରି ହୋଇଥିଲେ ପ୍ରସିଦ୍ଧ

ଯାଜପୁର ସଦର,୨୫ା୩(ସମର ବିଜୟ ଶରଣ): ବେଆଇନ ଭାବେ ମାଙ୍କଡ଼ ରଖି ସେମାନଙ୍କ ସହ ଫଟୋ ଓ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିବା ଚର୍ଚ୍ଚିତ...

ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

କୋରେଇ,୨୫ା୩(ଚନ୍ଦ୍ରକାନ୍ତ ପତି): ବାସହୀନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କରୁଛନ୍ତି। ଅଥଚ ଏହିସବୁ ଯୋଜନା ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ସମ୍ଭବ...

ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌

କାଏମା,୨୫ା୩(ଶିବପ୍ରସାଦ ମହାନ୍ତି): ଅନ୍ଧକାରରୁ ମୁକ୍ତି ପାଇଁ ଗାଁଗାଁରେ ଲାଗିଥିଲା ଷ୍ଟ୍ରିଟ ଲାଇଟ୍‌। ମାତ୍ର କିଛି ଦିନ ଜଳିବା ପରେ ତାହା ବନ୍ଦ ହୋଇଯାଇଛି। ଅନେକ ଗାଁରେ...

ପୁଣି ଖଣିିରୁ ଚୋରି ବଢୁଛି

ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ୍‌ ମହାନ୍ତ),୨୫ା୩: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ପୁଣି କ୍ରୋମାଇଟ ମାଫିଆମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ରବିବାର ଓଡ଼ିଶା ଖଣି ନିଗମର ଦକ୍ଷିଣ...

୬ ଲୋକ ସଭା, ୪୨ ବିଧାନସଭା ଆସନ ପାଇଁ ବିଜେଡିର ରଣନୀତି

ଭୁବନେଶ୍ୱର, ୨୫।୩(ସୁନିତ୍‌ ମିଶ୍ର): ବିଜେଡି ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଲୋକ ସଭା କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀ ଲୋକମାନଙ୍କୁ ଡାକି ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri