ଯାଜପୁର

ନିର୍ବାଚନରେ ବ୍ୟାନର ଛିଣ୍ଡା ପ୍ରସଙ୍ଗ : ହୋମଗାର୍ଡଙ୍କୁ ବିଜେଡି ନେତାଙ୍କ ଧମକ

ଯାଜପୁର ଅଫିସ,୧୧ା୧୦: ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନାରେ ଗତ ସାଧାରଣ ନିର୍ବାଚନରେ ବ୍ୟାନର ଛିଣ୍ଡାଇବା ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର କେତେକ ବିଜେଡି ନେତା ଜଣେ କର୍ତ୍ତବ୍ୟରତ ହୋମଗାର୍ଡଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହିମର୍ମରେ ହୋମଗାର୍ଡ…

ଗ୍ୟାସ ଲିକ୍‌ରୁ ୪ବଖରା ଜଳିଗଲା

ବିଞ୍ଝାରପୁର,୧୧।୧୦(ଡି.ଏନ.ଏ): ବିଞ୍ଝାରପୁର ଥାନା ଅନ୍ତର୍ଗତ କପିଳା ପଞ୍ଚାୟତ ଗୁହାଳି ଗ୍ରାମରେ ଗୁରୁବାର ମଧ୍ୟାହ୍ନ ସମୟରେ ଗ୍ୟାସ ଟାଙ୍କି ଲିକ୍‌ କରି ୪ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ମୁତାବକ କପିଳା ପଞ୍ଚାୟତ ଗୁହାଳି ଗ୍ରାମର ନୟନ ମଲ୍ଲିକଙ୍କ ଘରେ…

୭ ଦିନରେ ଆମରଣ ଅନଶନ: ଅସୁସ୍ଥ ହେବାରେ ଲାଗିଛନ୍ତି କର୍ମଚାରୀ

କାଳିଆପାଣି,୧୦ା୧୦(ଡି.ଏନ୍‌.ଏ.): ସୁକିନ୍ଦା ଟାଟା ଖଣି ମୁଖ୍ୟ ଫାଟକ ସମ୍ମୁଖରେ କାର୍ଯ୍ୟରତ କର୍ମଚାରୀ ଏବଂ ଛଟେଇ ଶ୍ରମିକଙ୍କ ଅନଶନ ବୁଧବାର ୭ମ ଦିନରେ ପହଞ୍ଚତ୍ଛି। ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ଅନଶନରେ ଇତିମଧ୍ୟରେ ୪ ଜଣ ଅସୁସ୍ଥ ହୋଇ ଟାଟା ଡାକ୍ତରଖାନାରେ ଚିକିତ୍ସାଧୀନ…

୫୪ ଜଣଙ୍କୁ ମହାତ୍ମାଗାନ୍ଧୀ ପ୍ରତିଭା ସମ୍ମାନ

ଯାଜପୁର ଅଫିସ,୧୦ା୧୦:  ସାହିତ୍ୟ, ଶିକ୍ଷା, ପରିବେଶ, ସମାଜସେବା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯାଜପୁର ଜିଲାର ୫୪ଜଣ ବ୍ୟକ୍ତି ବିଶେଷଙ୍କୁ ମହାତ୍ମାଗାନ୍ଧୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଭାରତୀୟ କ୍ରାନ୍ତିକାରୀ ଆନ୍ଦୋଳନର ଅପ୍ରତିଦ୍ୱନ୍ଦ୍ୱୀ ଜନନାୟକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ…

ଇମାମି ସିମେଣ୍ଟ କାରଖାନାରେ ତେଜିଲା ଅଶାନ୍ତି: ନିଯୁକ୍ତି ଦାବିରେ ଜମିହରାଙ୍କ ଧାରଣା

ଯାଜପୁର ଅଫିସ/କଳିଙ୍ଗନଗର(ଡି.ଏନ୍‌.ଏ.),୧୦ା୧୦: ଯାଜପୁର ଜିଲା କଳିଙ୍ଗନଗର ଇମାମି ସିମେଣ୍ଟ କାରଖାନାରେ ଜମିହରା ପରିବାରଙ୍କୁ ନିଯୁକ୍ତି ପ୍ରଦାନକୁ ନେଇ ସର୍ବଦା ସମସ୍ୟା ଲାଗି ରହୁଛି। ଏପରିକି ବିଗତ ଦିନରେ ନିଯୁକ୍ତିକୁ ନେଇ ହୋଇଥିବା ବୈଠକର ନିଷ୍ପତ୍ତି କାର୍ଯ୍ୟକାରିତା ଦିଗରେ ଇମାମି ସିମେଣ୍ଟ କର୍ତ୍ତୃପକ୍ଷ…

ଭୂତଳ ଜଳସ୍ତର ହ୍ରାସ ଅଣାୟତ୍ତ : ନିଷ୍ପତ୍ତି ପତ୍ରରେ ସୀମିତ ଭୂତଳ ଜଳ ପୁନଃଭରଣ

ଯାଜପୁର ଅଫିସ,୭ା୧୦: ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଖରାମାସରେ ଚାରିଆଡେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଛି। ଯାଜପୁର ଜିଲାର ଖଣି ଓ ଶିଳ୍ପାଞ୍ଚଳରେ ମାଟି ସାମାନ୍ୟ ଲାଲ ରଙ୍ଗର ଏବଂ ବାଲିଆ ଫସଫସିଆ ହୋଇଥିବାରୁ ଭୂତଳ…

ଅବହେଳିତ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀ : ପାଉଁଶ ଯୋଗାଇଦେବାକୁ କାରଖାନା କର୍ତ୍ତୃପକ୍ଷଙ୍କୁ ଆରଆଇସିଙ୍କ ପତ୍ର

ଯାଜପୁର ଅଫିସ,୭ା୧୦: ଯାଜପୁର ଜିଲାର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡିକ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହେଉଛନ୍ତି। ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କୁ ଋଣ ଯୋଗାଇ ଦେବାରେ ଜିଲାର ବ୍ୟାଙ୍କଗୁଡ଼ିକ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଅଗଷ୍ଟ ଶେଷ ସୁଦ୍ଧା ଜିଲା…

ବେଆଇନ ବାଣ ଭିଡ଼ାବେଳେ ବିସ୍ଫୋରଣ ଘଟଣା: ବାପା ମୃତ, ପୁଅ ସଙ୍କଟାପନ୍ନ

ବିିଞ୍ଝାରପୁର,୬ା୧୦(ଡି.ଏନ.ଏ)- ଯାଜପୁର ଜିଲା ବିଞ୍ଝାରପୁର ଥାନା ପଶ୍ଚିମ ବାଛୋଳ ଗ୍ରାମର ରମାକାନ୍ତ ସାହୁ (୪୫)ଙ୍କ ଘରେ ଶନିବାର ସନ୍ଧ୍ୟାରେ ବେଆଇନ ବାଣ ଭିଡ଼ା ଯାଉଥିବାବେଳେ ବିସ୍ଫୋରଣ ଘଟି ୬ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ରମାକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ…

ବେଆଇନ ବାଣ ଭିଡ଼ିବା ବେଳେ ଅଘଟଣ: ବିସ୍ଫୋରଣରେ ୬ ଗୁରୁତର

ବିଞ୍ଝାରପୁର, ୫।୧୦(ଡି.ଏନ.ଏ)- ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ପଶ୍ଚିମ ବାଛୋଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବେଆଇନ ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟି ୬ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ…

ସିଂହପୁର ଉତ୍ସବ ମୁଖର

ସିଂହପୁର,୫।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ଅଞ୍ଚଳରେ ସାର୍ବଜନୀନ ଦୁର୍ଗାପୂଜା ମହାସମାରୋହରେ ଆରମ୍ଭ ହୋଇଛି।ସିଂହପୁର, ଓଳେଇ ଚନ୍ଦନପୁର, ମଲିଆ, ବଂଶୀପୁରରେ ମା’ଙ୍କ ପୂଜା ଚାଲିଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳାରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ। ପାଗ ଅନୁକୂଳ ଥିବାରୁ…

ମହଙ୍ଗା ପଡ଼ିଲା ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ : ଜଣଙ୍କ ପରେ ଜଣଙ୍କୁ ଥାନାକୁ ନେଉଛି ପୋଲିସ

ସିଂହପୁର,୫।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ବଜାରଠାରେ ଗୁରୁବାର ସନ୍ଧ୍ୟାରେ ବସ୍‌ ଚକାତଳେ ଟିଣା ଗ୍ରାମର ଯୁବକ ଚନ୍ଦ୍ରମଣିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଶୁକ୍ରବାର ଉତ୍ତ୍ୟେକ୍ତ ଲୋକେ ବାଛୋଳ ଛକଠାରେ ଟାୟାର ଜାଳି ମୃତକଙ୍କ ପରିବାରକୁ କ୍ଷତିପୂରଣ…

ଟ୍ରେନ୍‌ରୁ ଖସି ପଡ଼ି କଟିଲା ଗୋଡ଼

ଧର୍ମଶାଳା,୫ା୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡ଼ମଧୁପୁର ଷ୍ଟେଶନ ନିକଟରେ ଶୁକ୍ରବାର ଟ୍ରେନ୍‌ରୁ ଖସିପଡି ଜଣେ ବ୍ୟକ୍ତିଙ୍କ ୨ ଗୋଡ କଟିଯାଇଛି। ସେ ହେଉଛନ୍ତି ଧର୍ମଶାଳା ବ୍ଲକ ଥାନୁଆଳ ଗ୍ରାମର ପେଡା ବ୍ୟବସାୟୀ ଗୁଣନିଧି ଦୋରା(୫୪)। ଧର୍ମଶାଳା ଅଗ୍ନିଶମ ବାହିନୀ ପହଞ୍ଚତ୍ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri