ଜଗତ୍‌ସିଂହପୁର

ଲାଇବ୍ରେରି ବହି କିଣା ପାଇଁ ଚାଲିଛି ଷଡ଼ଯନ୍ତ୍ର

ଜଗତ୍‌ସିଂହପୁର ଅଫିସ, ୨୨ା୮: ବିଦ୍ୟାଳୟ ଲାଇବ୍ରେରି ପାଇଁ ବହି କିଣା ବାବଦରେ ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି। ଏଥିରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ପସନ୍ଦର ବହି କିଣି ରଖିପାରିବେ। ଯଦ୍ଦ୍ବାରା ଛାତ୍ରୀଛାତ୍ରଙ୍କୁ ବହୁ ଶିକ୍ଷଣୀୟ ପୁସ୍ତକ ସହଜରେ ପଠନ ପାଇଁ...

ଅଢ଼େଇ ମାସର ଅପହୃତ ଶିଶୁପୁତ୍ର ଉଦ୍ଧାର, ସମ୍ପର୍କୀୟଙ୍କ ଘରୁ ଉଠାଇ ନେଇଥିଲେ କାମ କରୁଥିବା ମହିଳା

ପାରାଦୀପ,୨୧।୪(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଲକପଡ଼ାରୁ ଅପହୃତ ହୋଇଥିବା ଅଢ଼େଇ ମାସର ଶିଶୁପୁତ୍ରଙ୍କୁ ବୁଧବାର ସକାଳେ ପୋଲିସ ଉଦ୍ଧାର କରିଛି। ଅପହରଣକାରୀ ମହିଳା ମାମିନା ସାହୁଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅପରାହ୍ନରେ ଶିଶୁପୁତ୍ର ଓ ତାଙ୍କ ମା’ବାପାଙ୍କୁ...

ବ୍ଲକ କାର୍ଯ୍ୟାଳୟ ପରିସରରେ ନାହିଁ ଶୌଚାଳୟ: ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ

ଏରସମା,୨୧ା୮(ସ୍ବ.ପ୍ର.): ଏରସମା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ନ ଥିବାରୁ ଏଠାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ମଙ୍ଗଳବାର ସେମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।...

୪ ବର୍ଷ ହେଲା ଗଠନ ହୋଇପାରୁନି ଆତ୍ମା କମିଟି: ଖର୍ଚ୍ଚ ହୋଇପାରୁନି ଅନୁଦାନ

ନାଉଗାଁ,୨୧ା୮(ସ୍ବ.ପ୍ର.): କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ସରକାର ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ଚାଷୀମାନେ ଏସବୁ ଯୋଜନାର ସୁଫଳ ପାଇପାରୁ ନ ଥିବା ଦେଖିବାକୁ ମିଳୁଛି। ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ଓ ସହାୟତା...

ଜନ ଶୁଣାଣିରେ ଉଠିଲା ଆବାସ ଦୁର୍ନୀତି ଅଭିଯୋଗ: ବିଡିଓଙ୍କ ସହ ଗ୍ରାମବାସୀ ମୁହାଁମୁହିଁ

ଜଗତ୍‌ସିଂହପୁର ଅଫିସ,୨୦ା୮: ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ସୋମବାର ଜିଲାସ୍ତରୀୟ ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତାରେ ଦୁର୍ନୀତିକୁ ନେଇ ଅଭିଯୋଗ ଉଠିବାରୁ ଅଭାବନୀୟ ପରିସ୍ଥିତି...

ସୈନ୍ୟବାହିନୀ ନିଯୁକ୍ତି ରାଲିରେ ୭ ନକଲି ପରୀକ୍ଷାର୍ଥୀ, ଥାନାରେ ଅଟକ

ପାରାଦୀପ,୧୯।୮(ସ୍ବ.ପ୍ର.) : ପାରାଦୀପ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମଠାରେ ଗତ ୧୮ ତାରିଖରୁ ଚାଲିଥିବା ସୈନ୍ୟବାହିନୀ ନିଯୁକ୍ତି ରାଲିରେ ସୋମବାର ୭ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଆର୍ମି ଠାବ କରିଛି। ପରେ ସେମାନଙ୍କୁ ସ୍ଥାନୀୟ ପାରାଦୀପ ମଡେଲ ପୋଲିସକୁ ହସ୍ତାନ୍ତର କରାଯାଇଛି।...

ସ୍ଲୁଇସ ଗେଟ୍‌ରେ ନାହିଁ ଲକ: କ୍ଷତିଗ୍ରସ୍ତ ହେଉଛନ୍ତି ଧାନଚାଷୀ

ଏରସମା,୧୯ା୮(ସ୍ବ.ପ୍ର.): ଏରସମା ବ୍ଲକ ଗଡ଼ବିଶୁନିପୁର ପଞ୍ଚାୟତସ୍ଥିତ ଆନନ୍ଦପୁର ସ୍ଲୁଇସ ଗେଟ୍‌କୁ ନେଇ ଗୋଷ୍ଠୀ ବିବାଦ ଦେଖାଦେଇଛି। ଏହି ସ୍ଲୁଇସ ଗେଟ୍‌ରେ ଥିବା ୫ଟି ଗେଟ୍‌ରେ ଲକ୍‌ ନ ଥିବାରୁ ଚିଙ୍ଗୁଡି ଘେରି ମାଲିକ ଓ ଧାନଚାଷୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି...

ଘେରିବନ୍ଧ କାଟିଦେଲା ତୈଳ ବିଶୋଧନାଗାର : ଧାନକ୍ଷେତରେ ଲହଡ଼ି ମାରୁଛି ପାଣି

ବାଲିକୁଦା,୧୯ା୮(ସ୍ବ.ପ୍ର.): ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତରେ ଏବେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଖରାଦିନେ ପାରାଦୀପ ତୈଳ ବିଶୋଧନାଗାର ପାଇପ ଲାଇନ କାମ ବେଳେ ମଠସାହି ଘେରିବନ୍ଧକୁ କାଟି ଖେଲାଇ ଦିଆଯାଇଥିଲା। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି...

ପୌରପାଳିକାର ଅଜବ ତଟ ସଫେଇ : ବେଳାଭୂମିରେ ପୋତାଯାଉଛି ଆବର୍ଜନା

ପାରାଦୀପ, ୧୭ା୮ (ସ୍ବ.ପ୍ର.): ସମ୍ପ୍ରତି ସମଗ୍ର ଦେଶରେ ସରକାରୀ ଓ ବେସରକାରୀ ଭାବେ ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଚାଲିଛି। ଏହାଦ୍ୱାରା ସମସ୍ତେ ନିଜ ଅଞ୍ଚଳରେ ଆବର୍ଜନାମୁକ୍ତ ପରିବେଶ ସୃଷ୍ଟି କରିବେ ବୋଲି କୁହାଯାଉଛି। ଏହି କ୍ରମରେ ପାରାଦୀପ...

ଏସାର ଷ୍ଟିଲ ପାଇଁ ବଢୁଛି ଅଡୁଆ : ଶେଷ ହେବା ଅବସ୍ଥାରେ ଇବିଟିପିଏଲ୍‌ ଚୁକ୍ତି ଅବଧି

ପାରାଦୀପ,୧୭ା୮(ସ୍ବ.ପ୍ର.): ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଏସାର ଷ୍ଟିଲ ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନୀର ଦେବାଳିଆସ୍ଥିତି ପାଇଁ ବ୍ୟାଙ୍କର୍ସମାନେ ବିକ୍ରି ପାଇଁ ଉଦ୍ୟମ ଚଳାଇଛନ୍ତି। ଆର୍ସେଲର ମିତ୍ତଲ ଉକ୍ତ କମ୍ପାନୀ ଅଧିଗ୍ରହଣ କରିବା ମାମଲା ଏବେ...

ଦଳେଇଘାଇଠାରେ ବିପଦ ସଙ୍କେତଠାରୁ ୪ ଫୁଟ୍‌ ୯ ଇଞ୍ଚ୍‌ ତଳେ ବନ୍ୟାଜଳ ପ୍ରବାହିତ

ବିରିଡ଼ି,୧୪ା୮(ଡି.ଏନ.ଏ.): ଦଳେଇଘାଇଠାରେ ବୁଧବାର ବନ୍ୟାଜଳ ବିପଦ ସଙ୍କେତଠାରୁ ୪ଫୁଟ୍‌ ୯ଇଞ୍ଚ୍‌ ତଳେ ପ୍ରବାହିତ ହେଉଛି। ଅର୍ଥାତ୍‌ ସନ୍ଧ୍ୟାରେ ୫୨ ଫୁଟ୍‌ ୩ ଇଞ୍ଚ ରହିଛି। ଏଣୁ ଆଗକୁ ବନ୍ୟାଜଳ ବଢ଼ିବା ଆଶଙ୍କା କରାଯାଉଛି। ଏଥିପାଇଁ ଜଳସମ୍ପଦ ବିଭାଗ ଅଭିଜ୍ଞ ଅଧୀକ୍ଷଣଯନ୍ତ୍ରୀ...

ପିଆଇସିଟିକୁ ଅହେତୁକ ଅନୁକମ୍ପା : କ୍ଲିନ କାର୍ଗୋ ବର୍ଥରେ ପରିବହନ ହେଉଛି ଡଷ୍ଟ କାର୍ଗୋ

ପାରାଦୀପ,୧୪ା୮(ସ୍ବ.ପ୍ର.): ଦେଶର ଦ୍ୱିତୀୟ ବୃହତ ବନ୍ଦର ପାରାଦୀପରେ ଏବେ ପର୍ଯ୍ୟାୟ କ୍ରମେ ସବୁ ବ୍ୟବସ୍ଥାର ଘରୋଇକରଣ ହୋଇଚାଲିଛି। ଏହି ବ୍ୟବସ୍ଥାରେ ବନ୍ଦର ବର୍ଥଗୁଡିକ ଘରୋଇ ସଂସ୍ଥାକୁ ବିଓଟି ( ବିଲ୍ଡ ଅପରେଟ ଆଣ୍ଡ ଟ୍ରାନ୍ସଫର) ଦାୟିତ୍ୱ ଦିଆଯାଉଛି। ଏବେ ସୁଦ୍ଧା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri