ଜନଶୁଣାଣିରେ ଜିଲାପାଳଙ୍କ ଚେତାବନୀ:୬୦% ଅଭିଯୋଗ ସମାଧାନ ନ କଲେ ଦରମା ବନ୍ଦ

କୁଜଙ୍ଗ,୧୭ା୯(ସ୍ବ.ପ୍ର): ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ବିଭିନ୍ନ ଅଧିକାରୀଙ୍କୁ ଦିଆଯାଉଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ଅତିକମ୍‌ରେ ୬୦ଭାଗ ସମାଧାନ କରିବାକୁ ହେବ। ନ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ଦରମା ବନ୍ଦ କରାଯିବ। ସୋମବାର କୁଜଙ୍ଗ ସୂଚନା ଭବନ ସମ୍ମୁଖରେ ଅୟୋଜିତ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଏହି ସୂଚନା ଦେଇଛନ୍ତି। ମହାପାତ୍ର କହିଲେ, ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳର ଜନଶୁଣାଣି ଓ କାର୍ଯ୍ୟାନୁଷ୍ଠାନ ଉପରେ ଅଧିକ ଗୁରୁତ୍ୱାରୋପ କରି ଜିଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ଜଗତ୍‌ସିଂହପୁର ଜିଲାର କୁଜଙ୍ଗ, ତିର୍ତୋଲ, ରଘୁନାଥପୁର, ଜଗତ୍‌ସିଂହପୁର, ଏରସମା, ବାଲିକୁଦା ଅଞ୍ଚଳର ଅଧିକାରୀମାନେ ଅଭିଯୋଗ ପାଇ ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସମସ୍ତ ଅଭିଯୋଗ ଗୁଡିକର ନ କଲ ଜିଲାପାଳଙ୍କ କମ୍ପ୍ୟୁଟରରୁ ଅଫିସରମାନେ ଚାହିଁଲେ ଦେଖିପାରିବେ। ୬୦ଟି ଅଫିସ ଜିଲାପାଳଙ୍କୁ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ଦେଇ ନାହାନ୍ତି। ୨ଟି ଅଭିଯୋଗ ପାଇଥିଲେ ଗୋଟିଏ ଓ ତିନୋଟି ପାଇଥିଲେ ଦୁଇଟି ଅଭିଯୋଗ ଅଧିକାରୀମାନେ ସମାଧାନ କରିବାକୁ ପଡ଼ିବ।
ଜନଶୁଣାଣିରେ ଏସ୍‌ପି ପ୍ରଭାସ ରଙ୍ଗରାଜ, ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ଉପଜିଲାପାଳ ହେମେନ୍ଦ୍ରନାଥ ମହାନ୍ତି, ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ବିଡିଓ ସନ୍ତୋଷ ଶତପଥୀଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀ ଯୋଗଦେଇ ଅଭିଯୋଗ ଶୁଣିଥିଲେ। କୁଜଙ୍ଗ ବରିଷ୍ଠ ନାଗକରିକ ମଞ୍ଚ ପକ୍ଷରୁ ଆର୍‌ଟିଓ ଅଫିସ ଖୋଲାଯିବା ଓ ଜଗନ୍ନାଥପୁର ମୌଜା ମଧ୍ୟରେ ରାସ୍ତା ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ସ୍ଥାନାନ୍ତର ପାଇଁ ମହିଳାମାନେ ଜିଲାପାଳଙ୍କୁ ଲିଖିତଭାବେ ଜଣାଇଥିଲେ। ଶିବିରରେ ମୋଟ ୧୭୩ ଅଭିଯୋଗ କରାଯାଇଥିଲା। ସେଥିରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସମନ୍ଧୀୟ ୩, ଗ୍ରାମ ସମସ୍ୟା ୨୭, ରେ୍‌ଡକ୍ରସ୨, ବିଜୁ ପକାଘର୬୧, ସାଧାରଣ ବଣ୍ଟନ ବ୍ୟବସ୍ଥା ୧୮, ବାର୍ଦ୍ଧକ ଭତ୍ତା ୭, ବିଦ୍ୟୁତ ୧, ଜମିଜମା ୮, ଆଇନଗତ ଅଭିଯୋଗ ୩, କାଳିଆ ଯୋଜନା ୨, ଅନ୍ୟ ୩୬ଟି ଅଭିଯୋଗ ରହିଥିଲା। ଜିଲାପାଳ ୫ଟି ମାମଲାର ସମାଧନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri