ଏମ୍ଜିଏନ୍ଆରଇଜିଏସ୍ରେ କାର୍ଯ୍ୟ, ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍
ନାଉଗାଁ,୧୬।୯(ସ୍ବ.ପ୍ର.): ଏମ୍ଜିଏନଆରଇଜିଏସ୍ରେ ହେଉଛି କାର୍ଯ୍ୟ, କିନ୍ତୁ ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍ କରାଇନେବାକୁ ଚାଲିଛି ଯୋଜନା। ଏଭଳି ଘଟଣା ଦେଖିବାକୁ ମିଳିଛି ନାଉଗାଁ ବ୍ଲକ ବାଂଶ ପଞ୍ଚାୟତରେ। ଏହି ପଞ୍ଚାୟତରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏମ୍ଜିଏନଆରଇଜିଏସ୍ ମାଧ୍ୟମରେ...
ବନ୍ଦର ନିଷିଦ୍ଧାଞ୍ଚଳକୁ ଗଡ଼ିଲା ବସ୍ : ଅକ୍ଟୋବର ୧ରୁ ଦୁଇଚକିଆ ବନ୍ଦ
ପାରାଦୀପ,୧୪ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଆସନ୍ତା ଅକ୍ଟୋବର ୧ ରୁ ସମ୍ପୂର୍ଣ୍ଣ ଭାବେ ବାଇକ, ସାଇକେଲ ଆଦି ଦୁଇଚକିଆ ଚଳାଚଳ ବନ୍ଦ କରାଯିବ। କର୍ମଚାରୀ ଓ ଶ୍ରମିକଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ସେହି ଶ୍ରମିକ ଓ କର୍ମଚାରୀମାନଙ୍କ...
ଅନିଶ୍ଚିତତାରେ ପ୍ରସ୍ତାବିତ ଟ୍ରକ ଟର୍ମିନାଲ
କୁଜଙ୍ଗ,୧୪।୯(ସ୍ବ.ପ୍ର.): ପାରାଦୀପ ବନ୍ଦର ଓ ବିଭିନ୍ନ ଶିଳ୍ପ ସଂସ୍ଥାର ପଣ୍ୟ କାରବାର ପାଇଁ ଦୈନିକ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ମାଲବାହୀ ଟ୍ରକ ପାରାଦୀପକୁ ଚଳାଚଳ କରୁଛି। ଏହି ଟ୍ରକ୍ ସଂଖ୍ୟା ମଧ୍ୟ ପ୍ରତି ମାସରେ ବଢି ଚାଲିଛି। ଫଳରେ...
ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’: କାରଣ ଅସ୍ପଷ୍ଟ, ଉଭୟ ନିଖୋଜ
ନାଉଗାଁ, ୧୧-୯ (ସ୍ବ.ପ୍ର.):ନାଉଗାଁ ଥାନା ବଛାଳୋ ପଞ୍ଚାୟତ ପୋକାମୂଳ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ନିଜ ୫ମାସର ଶିଶୁକନ୍ୟାକୁ ଧରି ଦେବୀ ନଦୀକୁ ଡେଇଁପଡିଥିବା ଜଣାପଡ଼ିଛି। ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପ୍ରଖର...
ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ଜଗତ୍ସିଂହପୁର କୋର୍ଟରେ ପ୍ରଥମ ଫାଶୀ ଦଣ୍ଡାଦେଶ
ଜଗତ୍ସିଂହପୁର ଅଫିସ,୧୦।୯: ଜଗତ୍ସିଂହପୁର ଜିଲା ଏରସମା ଥାନା ଗଡ଼ହରିପୁରରେ ୨୦୧୮ ମାର୍ଚ୍ଚ ମାସରେ ଜନୈକା ନାବାଳୀକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ମାମଲାର ବିଚାରକରି ଜଗତ୍ସିଂହପୁର ଏଡିଜେ ତଥା ସ୍ବତନ୍ତ୍ର ପକ୍ସୋ...
ବ୍ଲାକରୋଜ ବୁଡ଼ିକୁ ୧୦ବର୍ଷ : ଶୀତଳଭଣ୍ଡାରରେ ସିବିଆଇ ତଦନ୍ତ
ପାରାଦୀପ,୯।୯(ସ୍ବ.ପ୍ର.): ପାରାଦୀପ ବନ୍ଦର ଇତିହାସରେ କଳଙ୍କର ଛାପ ଛାଡ଼ିଥିବା ଏମ୍ଭି ବ୍ଲାକରୋଜ ବୁଡ଼ି ଘଟଣାକୁ ସୋମବାର ୧୦ବର୍ଷ ପୂରିଛି। ଏହି ୧୦ବର୍ଷ ମଧ୍ୟରେ ମଙ୍ଗୋଲିଆର ସେହି ଜାହାଜକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ହେଁ ବୁଡ଼ିବାର କାରଣ ଏ ପର୍ଯ୍ୟନ୍ତ...
ବିଜେଡି ଜିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ଫାଇଭ୍ ଟି, ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଗୁରୁତ୍ୱାରୋପ
ଜଗତ୍ସିଂହପୁର ଅଫିସ,୮।୯: ବିଜେଡି ଜିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ରବିବାର ବୈଠକ ସ୍ଥାନୀୟ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଦଳର ଜିଲା ସଭାପତି ଅମରେନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଫାଇଭ୍ ଟି ଓ ସଭ୍ୟ ସଂଗ୍ରହ ଅଭିଯାନ...
ଖୁଦୁରୁକୁଣୀ ପୂଜାରେ ଅଘଟଣ: ପୋଖରୀକୁ ବାଲୁକା କରିବାକୁ ଯାଇ ବୁଡିଗଲେ ୬ ଯୁବତୀ
ଜଗତ୍ସିଂହପୁର ଅଫିସ,୮।୯: ଜଗତ୍ସିଂହପୁର ଜିଲା ସ୍ଥାନୀୟ ପାଟେଣୀ ଗାଁ ପୋଖରୀରେ ବୁଡି ରବିବାର ୬ ଯୁବତୀ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ଶୁଭସ୍ମିତା ସାହୁ(୧୭), ବିଦୁସ୍ମିତା ସାହୁ(୧୨), ଲିପ୍ସାରାଣୀ ସାହୁ(୧୭), ଲକ୍ଷ୍ମୀପ୍ରିୟା ସାହୁ(୧୭), ମଧୁସ୍ମିତା ସାହୁ(୧୭) ଓ...
ବଜ୍ରପାତରେ ଜଳିଗଲା ୨ ବଖରା, ୩ ଗାଇ ଜୀବନ୍ତ ଦଗ୍ଧ
ତିର୍ତ୍ତୋଲ,୫।୯(ଡି.ଏନ୍.ଏ.): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଗୁଣ୍ଠିଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବଜ୍ରପାତ ଘଟି ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ୨ ବଖରା ଘର ଜଳିଯାଇଛି। ଏଥିସହ ଘରେ ଥିବା ୩ଟି ଗାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ...
ବିନା କାରଣରେ ୪ ଦିନ ବନ୍ଦ ରହିଲା ଇଫ୍କୋର ସାର ପରିବହନ
ପାରାଦୀପ,୫ା୯(ସ୍ବ.ପ୍ର.): ରାଜନୈତିକ ସ୍ବାର୍ଥ ପାଇଁ କିପରି ଚାଷୀ, ଶିଳ୍ପସଂସ୍ଥା ଓ ପ୍ରଶାସନ ବଳିପଡ଼ନ୍ତି ତାର ଦୃଷ୍ଟାନ୍ତ ପାରାଦୀପରେ ଦେଖିବାକୁ ମିଳିଛି। କୌଣସି କାରଣ ନ ଥାଇ ୪ ଦିନ ଇଫ୍କୋ କମ୍ପାନୀର ଉତ୍ପାଦିତ ସାର ପରିବହନ ବନ୍ଦ ରହିଲା। ଫଳରେ...
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲର ୭ମାସ ପରେ କଟିଯାଇଥିଲା ନା: ୩ ବର୍ଷ ପରେ ମିଳିବ ଚାଉଳ
ଜଗତ୍ସିଂହପୁର ଅଫିସ, ୫ା୯: କୌଣସି ବ୍ୟକ୍ତି ଯେପରି ଖାଦ୍ୟ ବିନା ମୃତ୍ୟୁ ମୁଖରେ ନ ପଡନ୍ତି ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏହି ଅନୁଯାୟୀ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ...
ପୁଣି ବେଳାଭୂମିରୁ ଗଳିତ ମୃତଦେହ ଉଦ୍ଧାର
ପାରାଦୀପ,୧।୯(ସ୍ବ.ପ୍ର.): ପାରାଦୀପ ସମୁଦ୍ର ଷଣ୍ଢକୂଦ ବସ୍ତିର ଚର୍ଚ୍ଚ ସୀମା ବେଳାଭୂମିରୁ ପୁଣି ରବିବାର ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ତେବେ ମହିଳାଙ୍କ ପରିଚୟ ମିଳିପାରି ନ ଥିବା ବେଳେ ତାଙ୍କ ବୟସ ୩୦ରୁ ୪୦ ମଧ୍ୟରେ...
Archives


