ରାସ୍ତା କାମ ବେଳେ ବଟି ଆଦାୟ: ଥାନାରେ ଅଭିଯୋଗ
ନାଉଗାଁ, ୧୬।୩ (ସ୍ବ.ପ୍ର.): ନାଉଗାଁ ବ୍ଲକ ଅଧୀନ ନାଉଗାଁ -ଗାରୋଇ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାରଙ୍କୁ କୋରୁଅ ପଞ୍ଚାୟତ ଧୂଆଁପଦା ଗ୍ରାମର ଦୁଇ ଜଣ ବ୍ୟକ୍ତି ବଟି ମାଗିବା ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି। କାନୁନ୍ଗୋ...
ରାସ୍ତାକଡ଼ରୁ ଶିଶୁକନ୍ୟା ଉଦ୍ଧାର
ଏରସମା,୧୬।୩ (ସ୍ବ.ପ୍ର.): ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଗତ ଗୁରୁବାର ଅନୁଗୋଳ ଜିଲାର ଏକ ଶ୍ମଶାନରୁ ଶିଶୁକନ୍ୟାଟିଏ ଉଦ୍ଧାର ହୋଇଥିବା ବେଳେ ରବିବାର ଏରସମା ଥାନା ଅଧୀନ ଜିରାଇଲୋ ପଞ୍ଚାୟତର ଏକଘରିଆ ନିକଟ ରାସ୍ତାକଡ଼ରୁ ଆଉ ଏକ ନବଜାତ ଶିଶୁକନ୍ୟା...
ପାରାଦୀପ ଶିଳ୍ପାଞ୍ଚଳ: ଅପରାଧ ନିୟନ୍ତ୍ରଣ ନିରୁତ୍ସାହଜନକ
ପାରାଦୀପ,୧୬।୩ (ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ ଏବେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୨୦୦୧ ଜନଗଣନା ତଥ୍ୟାନୁସାରେ ଏଠାକାର ଜନସଂଖ୍ୟା ୭୩,୬୨୫ ଥିବା ବେଳେ ୨୦୧୧ ବେଳକୁ ହ୍ରାସ ପାଇ ୬୮,୩୧୦ରେ ପହଞ୍ଚତ୍ଥିଲା। ୨୦୨୧ ଜନଗଣନା ବେଳକୁ ସେହି...
ପାରାଦୀପ-ହରିଦାସପୁର ରେଳପଥ: ଅଗଷ୍ଟରୁ ଚାଲିବ ପଣ୍ୟବାହୀ ଟ୍ରେନ୍
ପାରାଦୀପ,୧୫ା୩(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥରେ ଆସନ୍ତା ଅଗଷ୍ଟରୁ ଟ୍ରେନ୍ ଚଳାଚଳ କରିବ ବୋଲି ଜଗତ୍ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଟ୍ରେନ୍ ଚଳାଚଳ କଲେ ପରିବହନ ଜନିତ ପ୍ରଦୂଷଣ ହ୍ରାସ ପାଇବ ବୋଲି ସେ ମତ ରଖିଛନ୍ତି। ଗତ...
ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ: ଲାଗିଲା ଆଉ ୩ ଡାୟାଲିସିସ୍ ୟୁନିଟ୍, ଅଟୋ ଆନାଲାଇଜର
ଜଗତ୍ସିଂହପୁର ଅଫିସ,୧୫ା୩: ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡାୟାଲିସିସ୍ ୟୁନିଟ୍ରେ ପୁଣି ୩ଟି ମେଶିନ୍ ବୃଦ୍ଧି ହୋଇଛି। ଏହାକୁ ଜଗତ୍ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏବଂ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉଦ୍ଘାଟନ କରିଛନ୍ତି। ଆଗରୁ...
ଏସ୍ପି ଅଫିସ ସମ୍ମୁଖରେ ଉତ୍ତେଜନାପୂର୍ଣ୍ଣ ଜାତିଆଣ ଓ ଅଶ୍ଳୀଳ ଭାଷଣ ମାମଲା: ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ରାଜ୍ୟ ସଭାପତି ଗିରଫ
ଜଗତ୍ସିଂହପୁର ଅଫିସ,୧୫ା୩: ତିର୍ତ୍ତୋଲ ଥାନା ଅଧୀନ ରେପୁରପାଟଣା ଗ୍ରାମରେ ଦଳିତ ଓ ସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ବିବାଦର ସମାଧାନ ପାଇଁ ଶାନ୍ତି କମିଟି ଗଠନ ହୋଇଛି। ଆସନ୍ତା ୧୬ ତାରିଖରେ ଶାନ୍ତି କମିଟି ବସିବାର ଅଛି। କିନ୍ତୁ...
ପିଚୁ ପାଇଁ ଅନନ୍ତପୁର-ନେନ୍ଧେରା ଢଳେଇ ରାସ୍ତା ବିପର୍ଯ୍ୟସ୍ତ: ସାଧାରଣରେ ତୀବ୍ର ଅସନ୍ତୋଷ
ବାଲିକୁଦା,୧୫ା୩(ସ୍ବ.ପ୍ର.): ବାଲିକୁଦା ବ୍ଲକ୍ର ସମୁଦ୍ର ଉପକୂଳକୁ ଯାତାୟାତ ପାଇଁ ଥିବା ଏକମାତ୍ର ରାସ୍ତା ଅନନ୍ତପୁର-ନେନ୍ଧେରା ଏବେ ବିପର୍ଯ୍ୟସ୍ତ। ଉକ୍ତ ରାସ୍ତାର କିଛି ଭାଗ ଟେଣ୍ଡର କରାଯାଇ ବିଭାଗ ପକ୍ଷରୁ ମରାମତି କରାଯାଉଛି। ମାତ୍ର ମରାମତି ହେଉଥିବା ପିଚୁ ରାସ୍ତା ପାଇଁ...
ଜାଭିୟର୍ସ ହାଇସ୍କୁଲ ଦେବ ୫.୨୦ ଲକ୍ଷର କ୍ଷତିପୂରଣ
ଜଗତ୍ସିଂହପୁର ଅଫିସ,୧୪।୩: ସ୍ଥାନୀୟ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଜଣେ ନାବାଳକ ଛାତ୍ରଙ୍କୁ ଶିକ୍ଷା ଅଧିକାରରୁ ବଞ୍ଚିତ କରାଯିବା ସହ ମାନସିକ ନିର୍ଯାତନା ଦିଆଯାଇଥିଲା। ଏଥିସହ ସିବିଏସ୍ଇ ନିର୍ଦ୍ଦେଶନାମାର ଖିଲାପ କରାଯାଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଛାତ୍ର ଓ ତାଙ୍କ ବାପା...
ମହୁମାଛି ଆକ୍ରମଣ: ୨ ଛାତ୍ରୀ ଆହତ
ବାଙ୍କୀ,୧୪।୩ (ସ୍ବ.ପ୍ର.): ଡମପଡ଼ା ବ୍ଲକ ସିଂହନାଥପୁରର ବ୍ରହ୍ମେଇଁ ଠାକୁରାଣୀଙ୍କ ପୀଠରେ ଶୁକ୍ରବାର ମହୁମାଛି ଆକ୍ରମଣରେ ବାଙ୍କୀ କଲେଜ ଅର୍ଥନୀତି ବିଭାଗର ୨ ଛାତ୍ରୀ ଆହତ ହୋଇଛନ୍ତି। ସେମାନେ ବାଙ୍କୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବାପରେ ଏବେ ସୁସ୍ଥ ଥିବା ଜଣାପଡିଛି।...
ଆବାସ ଯୋଜନାରେ ଅନିୟମିତତା: ଜିଆର୍ଏସ୍ ନିଲମ୍ବିତ
ତିର୍ତ୍ତୋଲ, ୧୪।୩ (ଡି.ଏନ୍.ଏ.):ଆବାସ ଯୋଜନାରେ ଅନିୟମିତତା ନେଇ ତିର୍ତ୍ତୋଲ ବ୍ଲକ ବିଷନପୁର ପଞ୍ଚାୟତ ଜିଆରଏସ୍ ତପୁ ମହାପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଉକ୍ତ ପଞ୍ଚାୟତରେ କେତେଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଜିଓ ଟ୍ୟାଗିଂ କରାଯାଇଥିବା ପ୍ରମାଣ...
ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୭ ଗିରଫ, ଜଣେ ଗୁରୁତର
କୁଜଙ୍ଗ,୧୨ା୩(ଡି.ଏନ.ଏ.): କୁଜଙ୍ଗ ଥାନା ଅଧୀନ ଫତେପୁର ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଉଭୟ ପକ୍ଷରୁ ୭ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜଣେ ଗୁରୁତର...
ନବବଧୂଙ୍କୁ ନିର୍ଯାତନା ମାମଲା: ତିର୍ତ୍ତୋଲ ପୋଲିସ ବିରୋଧରେ ଏସ୍ପିଙ୍କୁ ଅଭିଯୋଗ
ଜଗତ୍ସିଂହପୁର ଅଫିସ,୧୨ା୩: ତିର୍ତ୍ତୋଲ ଥାନା ଅଧୀନ ଦୋନ୍ଦୁଅ ଗ୍ରାମର ଜଣେ ନବ ବିବାହିତାଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଇଥିବା ସମ୍ପର୍କିତ ମାମଲା ଭିନ୍ନ ମୋଡ ନେଇଛି। ପୀଡ଼ିତା ନବ ବିବାହିତା ତଥା ଏହି...
Archives


