ଗଜପତି, ଗଞ୍ଜାମରେ ସବୁଠୁ କମ୍ ବର୍ଷା
ବ୍ରହ୍ମପୁର ଅଫିସ୍,୧୪ା୮-ଉତ୍ତର-ପଶ୍ଚିିମ ବଙ୍ଗୋପସାଗରରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଛି। କିନ୍ତୁ ରାଜ୍ୟର ଅନ୍ୟ ଜିଲାଗୁଡ଼ିକ ତୁଳନାରେ ଦକ୍ଷିଣ ଓଡ଼ିଶାର ଦୁଇଟି ପ୍ରମୁଖ ଜିଲା ଗଜପତି ଏବଂ ଗଞ୍ଜାମରେ ସବୁଠୁ କମ୍ ପରିମାଣର ବର୍ଷା ରେକର୍ଡ଼ କରାଯାଇଛି।…
ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ନେଲେ ବିଧାୟକ ଶ୍ରୀକାନ୍ତ ସାହୁ
ଛତ୍ରପୁର,୧୩।୮(ଡି.ଏନ୍.ଏ .): ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁରସ୍ଥିତ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିରେ ଛତ୍ରପୁର ବିଧାୟକ…
ପ୍ରତି ସକାଳେ ପତାକା ଉତ୍ତୋଳନ
ବ୍ରହ୍ମପୁର ଅଫିସ୍,୧୩ା୮- ତ୍ରିରଙ୍ଗା କେବଳ ଯେ ଆମ ଦେଶର ଜାତୀୟ ପତାକା ତାହା ନୁହଁ, ଏହା ପ୍ରତ୍ୟେକ ଭାରତୀୟଙ୍କ ଗର୍ବ ଏବଂ ଗୌରବର ପ୍ରତୀକ। ଯିଏ, ଯେଉଁଠି, ଯେ କୌଣସି ଅବସ୍ଥାରେ ଥିଲେ ମଧ୍ୟ ଜାତୀୟ ପତାକାକୁ ଦେଖିଲେ ସମ୍ମାନ ଜଣାଇବାକୁ…
ବିଦ୍ୟୁତ୍ ଆଘାତରେ ନାବାଳକଙ୍କ ମୃତ୍ୟୁ, ରାସ୍ତାରୋକୋ
ଭଞ୍ଜନଗର,୧୩।୮(ଡି.ଏନ.ଏ.)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଗୁଣ୍ଡିରିବାଡ଼ିରେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ବିଦ୍ୟୁତ୍ ଖୁଣ୍ଟକୁ ଭିଡିକରି ରଖିବା ନିମନ୍ତେ ଲାଗିଥିବା ଷ୍ଟେ ତାରରେ ଲାଗି ଜଣେ ନାବାଳକ ମୃତ୍ୟୁ ଘଟିଛି। ସେ ହେଲେ ସନ୍ନ୍ୟାସି ପ୍ରଧାନଙ୍କ ପୁଅ ଶ୍ରୀକାନ୍ତ…
ବିନା ଲିଜ୍ରେ ପଥର ଖାଦାନ, ବେଧଡ଼କ ପଥରଫଟା
ଦିଗପହଣ୍ଡି,୧୩ା୮(ଡି.ଏନ.ଏ.)- ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡି ତହସିଲ ଇଲାକାରେ ଥିବା କେରାଣ୍ଡିମାଳ ପର୍ବତକୁ ଗତ ପ୍ରାୟ ୧୫ ବର୍ଷ ନିର୍ଦ୍ଦିଷ୍ଟ କେତେଜଣ ପଥର ମାଫିଆ ଲୁଟି ଚାଲିଛନ୍ତି। ଏଠାରୁ ଦୁର୍ମୂଲ୍ୟ ଗ୍ରାନାଇଟ ପଥର ଚୋରାଚାଲାଣ କରାଯାଉଛି।ତେବେ ବିଳମ୍ବରେ ହେଉ ପଛେ ପୋଲିସ ପ୍ରଶାସନ…
ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ୍
ବେଗୁନିଆପଡ଼ା, ୧୩ା୮ (ଡି.ଏନ.ଏ.) -ପୁଣି ବନ୍ଧୁକ ଦେଖାଇ ଲୁଟ। ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ସୋମବାର ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣା ଘଟିଛି ବେଗୁନିଆପଡ଼ା ଫାଣ୍ଡି ତିରିଡା ରାସ୍ତାରେ। ଅପରାହ୍ନ ପ୍ରାୟ ୧ଟା ୪୦ରେ ଖଲ୍ଲିକୋଟ ଥାନା…
କେରଳ ବନ୍ୟାରେ ଫସିଛନ୍ତି ସାନଖେମୁଣ୍ଡିର ବହୁ ଶ୍ରମିକ
ପାଟପୁର,୧୩ା୮(ଡି.ଏନ.ଏ.)- ସାନଖେମୁଣ୍ଡି ବ୍ଲକ ପାଟପୁର, ରାଧାଦେଇପୁର, ସାତପେଣ୍ଠ ଗୋପାଳପୁର, ପ୍ରତାପଗିରି ଦଳିତ ସାହି ଗ୍ରାମର ବହୁ ବ୍ୟକ୍ତି କେରଳର ଆନ୍ନାକୁଲମ ଓ ଅଞ୍ଚଳରେ ବନ୍ୟାରେ ଫସି ରହିଛନ୍ତି। ଅଗଷ୍ଟ ୩ରୁ ପ୍ରବଳ ବର୍ଷା ପରେ କେରଳରେ ବନ୍ୟା ହୋଇଛି। ଅଞ୍ଚଳର ତାରିଣୀ…
୧୪ ସୁଦ୍ଧା ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା
ବୁଗୁଡ଼ା,୧୩ା୮(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ୨୧ ପଞ୍ଚାୟତରେ କାଳିଆ ଯୋଜନାରେ ୫ ହଜାର ଟଙ୍କା ଲେଖାଏ ୧୫ ହଜାର ୩୯୪ ହିତାଧିକାରୀ ପାଇ ଉପକୃତ ହୋଇଛନ୍ତି। ସେଥିରୁ କେତେକ ଅଯୋଗ୍ୟ ହିତାଧିକାରୀ ଅର୍ଥ ନେଇଥିବା ପ୍ରଶାସନ ପାଖରେ ଅଭିଯୋଗ ହେବା ପରେ ବର୍ତ୍ତମାନ…
ଲୋକଗୀତ ମାଧ୍ୟମରେ ଏମ୍ପିଙ୍କ ପରିବେଶ ସଚେତନତା
ହିଞ୍ଜିଳିକାଟୁ,୧୨ା୮(ଡି.ଏନ୍.ଏ.)-ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବକ ସଂଘ ଓ ଡ଼ିସ୍କଭରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରବିବାର ପୌରାଞ୍ଚଳର ୱାର୍ଡ଼ ନଂ.୧୦ ଉପର ରେଗିଡ଼ି ସାହିରେ ଚାରାରୋପଣ କରାଯାଇଛି। ଏଥିରେ ଆସିକା ଏମ୍ପି ପ୍ରମିଳା ବିଶୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିବା ସହ…
ତେଲୁଗୁ ଅଞ୍ଚଳରେ ବଢ଼ିବ ଓଡ଼ିଆର ଆଗ୍ରହ
ବ୍ରହ୍ମପୁର ଅଫିସ,୧୨ା୮-ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ରବିବାର ଉତ୍କଳ ସମ୍ମିଳନୀ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ଗଞ୍ଜାମ କଳା ପରିଷଦରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଓଡ଼ିଆ ଭାଷାର ପ୍ରୟୋଗ କୌଶଳ ସମ୍ପର୍କରେ…
ସେନାଙ୍କୁ ଜାଣନ୍ତୁ ଏନ୍ସିସି କ୍ୟାଡେଟ୍
ବ୍ରହ୍ମପୁର ଅଫିସ,୧୨ା୮-ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜରେ ରବିବାର ‘ନୋ ଇୟୋର୍ ଫୋର୍ସ (ସେନାଙ୍କୁ ଜାଣନ୍ତୁ)’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁରର ବିଭିନ୍ନ ବିଦ୍ୟାଳୟ ଯଥା ସେଣ୍ଟ ଭିନ୍ସେଣ୍ଟ କନ୍ଭେଣ୍ଟ ସ୍କୁଲ, ଡିଏଭି ସ୍କୁଲ ଏବଂ ଡିପଲ୍ ସ୍କୁଲର ଗାର୍ଲସ…
ଏକ ତରଫା ପ୍ରେମରେ ବିଫଳ: ମହିଳାଙ୍କୁ ପିସ୍ତଲ ଦେଖାଇ ଧମକ, ୨ ଅଟକ
ବ୍ରହ୍ମପୁର ଅଫିସ,୧୨ା୮-ଜଣେ ମହିଳାଙ୍କୁ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ୨ ଜଣ ଯୁବକଙ୍କୁ ଅଟକ ରଖିଛି। ସେମାନେ ହେଲେ ମହିଳାଙ୍କୁ ପ୍ରେମ କରୁଥିବା ଲାଠି…
Archives


