ଦୁଃଖଦ ଘଟଣା: ବିଦ୍ୟୁତ ଆଘାତରେ ଯୁବକ ମୃତ
ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଞ୍ଚଳର ରାଜପୁର ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ରାଜପୁର ଗ୍ରାମର ଭଗିଆ ଗୌଡ଼ଙ୍କ ପୁଅ ଭଜମନ ଗୌଡ଼ (୨୭)। ବୁଧବାର ଅପରାହ୍ଣରେ…
ଘୁମୁସରରେ ୮୧ ହାତୀ, ନବଜାତ ଛୁଆକୁ ୨୪ଟିକିଆ ପଲ ଜଗିଛି
ଭଞ୍ଜନଗର,୫।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଉତ୍ତର ବନଖଣ୍ଡରେ ବୁଧବାର ସନ୍ଧ୍ୟା ସୁଦ୍ଧା ୭୨ଟି ଓ ଦକ୍ଷିଣ ବନଖଣ୍ଡରେ ୯ଟି ହାତୀ ରହିଛନ୍ତି। ମୋଟ୍ ୮୧ଟି ହାତୀ ଅଞ୍ଚଳରେ ବୁଲୁଛନ୍ତି। ସୋମବାର ରାତିରେ ଗୁଣ୍ଡିରିବାଡି ନିକଟରେ ଗୋଟିଏ ହାତୀଛୁଆ ଜନ୍ମ ହୋଇଛି।…
ମୋବାଇଲ ପାଇଁ ବଢୁଛି ସାଇବର ଠକେଇ, ଅପରାଧୀମାନେ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରି…
ଗଞ୍ଜାମ,୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଶିବିର ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ଏସ୍ଡିପିଓ ଚନ୍ଦନ ଘଡ଼ାଇ ସଭାପତିତ୍ୱ କରିଥିଲେ। ଥାନା ଆଇଆଇସି ସୁମିତ୍ରା ପାତ୍ର ସଂଯୋଜନା ଓ…
ଠିକାକାମକୁ ନେଇ ଭାଜପାରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ
ଦିଗପହଣ୍ଡି,୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକାକାମକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବାଦବିବାଦ ହିଂସାକାଣ୍ଡରେ ପରିଣତ ହୋଇଛି। ଦିଗପହଣ୍ଡି ବିଧାୟକ ଡ.…
ମନ୍ଦିର ଦର୍ଶନ ସାରି ଫେରୁଥିଲେ,ପଥରରେ ପିଟିହେଲା ବାଇକ୍, ଚାଲିଗଲା ଜୀବନ
ଚିକିଟି,୫ା୧୧(ପ୍ରକାଶ ଚନ୍ଦ୍ର ସାହୁ): ଧାନଘରଠାରୁ ପ୍ରାୟ ୧୨ କିମି ଦୂର କେରାଣ୍ଡି ମାଳ ପର୍ବତ ଶିଖରେ ଅବସ୍ଥିତ ମା’ ବାଳକୁମାରୀ। ଘାଟିରେ ବୁଧବାର ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଜଣକ ହେଲେ ଶିବ…
ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ବୁଗୁଡ଼ା,୫ା୧୧(କାଳୀଚରଣ ଦାଶ): ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବୁଧବାର ପ୍ରସିଦ୍ଧ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବୁଗୁଡ଼ା ସମେତ ଅନ୍ୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିବାବେଳେ ଭୋର୍…
ଗଞ୍ଜାମରେ ପ୍ରଥମ ‘ବୋଇତ ବନ୍ଦାଣ’ ଉତ୍ସବ: ଋଷିକୂଲ୍ୟା ନଦୀ ତଟରେ ଭବ୍ୟ ଆୟୋଜନ
ଗଞ୍ଜାମ,୫।୧୧(ଅଖିଳ ତରାଇ): ଓଡ଼ିଶାର ଏକ ପୁରାତନ ତଥା ଐତିହାସିକ ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର ଗଞ୍ଜାମରେ ପ୍ରଥମଥର ପାଇଁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଡଙ୍ଗାଭସା ତଥା ରାସ ପୂର୍ଣ୍ଣିମା ଅବସରରେ ଏକ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଯାଇଛି। ପୁରାତନ କାଳରୁ ଗଞ୍ଜାମର…
ଋଷିକୂଲ୍ୟା ନଦୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ବୋଇତ ବନ୍ଦାଣ, ପ୍ରଥମଥର ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ହେଲା…
ଗଞ୍ଜାମ ,୫।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଦାମୋଦରପୁର ସ୍ଥିତ ଋଷିକୂଲ୍ୟା ନଦୀରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳି ବୋଇତ ବନ୍ଦାଣ କରିଛନ୍ତି। ଋଷିକୂଲ୍ୟା ନଦୀ ବ୍ରିଜ ନିକଟରେ ଲୋକାରଣ୍ୟ ହୋଇଯାଇଥିଲା। ପ୍ରଥମଥର ପାଇଁ…
ଅଟୋରେ ଆସୁଥିଲେ ମା’ବାପା, ପୁଅ, ବାଟରେ ଘଟିଲା ଏମିତି, ଚାଲିଗଲା…
ଗଞ୍ଜାମ,୫।୧୧(ବିଦ୍ୟାଧର ସାହୁ ), ରମ୍ଭା ଥାନା ଅନ୍ତର୍ଗତ ପାଲୁରୁ ଛକରୁ କିଛି ଦୂରରେ ମା ଢାବା ହୋଟେଲ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହାତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି…
ଘରଠାରୁ ୫ ଶହ ମିଟର ଦୂରରେ ଚାହିଁ ରହିଥିଲା ମୃତ୍ୟୁ: ଚାଲିଗଲା ଯୁବକଙ୍କ ଜୀବନ
ଭଞ୍ଜନଗର,୪।୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର କୁଲାଡ ଉପର ବାଗ୍ଦେବୀ ମନ୍ଦିର ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କୁଲାଡର ଶଙ୍କର ମହାରଣା (୪୦) ମୃତ୍ୟୁବରଣ କରିଛନ୍ତି । ଭଞ୍ଜନଗର…
ଗୋପାଳପୁର ବୋଇତ ବନ୍ଧାଣ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ଶେଷ
ଗୋପାଳପୁର,୪।୧୧(ନବୀନରାଜ ଆଚାରୀ): ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗୋପାଳପୁର ବୋଇତ ବନ୍ଧାଣ ମହୋତ୍ସବ ମହାସମାରୋହରେ ପାଳନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ଗଞ୍ଜାମ ଜିଲାପାଳ ଭି. ର୍କିତ୍ତି ଭାସନ, ବ୍ରହ୍ମପୁର ଏସ୍ପି ଡ଼. ଶର୍ବଣା…
ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଜିଲାପାଳଙ୍କୁ ସ୍ମାରକପତ୍ର
ଦିଗପହଣ୍ଡି,୪ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ବିଭିନ୍ନ ପଞ୍ଚାୟତର ଚାଷୀ ପ୍ରତିନିଧି ବୃନ୍ଦ ଏକତ୍ରିତ ହୋଇ ବାତ୍ୟା ମୋନ୍ଥା ଓ ଲଗାଣ ବର୍ଷା ପ୍ରଭାବରେ କ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ…
Archives


