ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୫ା୧୧(କାଳୀଚରଣ ଦାଶ): ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବୁଧବାର ପ୍ରସିଦ୍ଧ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବୁଗୁଡ଼ା ସମେତ ଅନ୍ୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିବାବେଳେ ଭୋର୍‌ ସମୟରୁ ହିଁ ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା। ଭକ୍ତଗଣ ପାହାଚ ନତୁବା ଘାଟି ରାସ୍ତାରେ ଯାଇ ବୁଦ୍ଧଖୋଲ ପାହାଡ଼ରେ ବିରାଜମାନ ଜଗଦେଶ୍ବର ସ୍ବାମୀ, ଗଙ୍ଗାଧର ସ୍ବାମୀ, ମକରେଶ୍ବର ସ୍ବାମୀ, ବୁଦ୍ଧେଶ୍ବର ସ୍ବାମୀ ଓ ସିଦ୍ଧେଶ୍ୱର ସ୍ବାମୀ ଆଦି ପଞ୍ଚ ଶମ୍ଭୁଙ୍କ ଆଶିଷ ପ୍ରାପ୍ତାର୍ଥେ ଦର୍ଶନ କରିଥିଲେ। ଏଥିସହ ବୁଦ୍ଧଖୋଲ ପାଦଦେଶସ୍ଥ ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ ସ୍ଥଳ ଲୋକାରଣ୍ୟ ପାଲଟିଥିଲା। ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ସାଙ୍ଗକୁ ଯାନବାହନ ରହଣିର ସୁବନ୍ଦୋବସ୍ତ କରାଯାଇଥିଲା। ଯାନବାହନ ଚଳାଚଳ ଏବଂ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ରହଣି ଦେୟ ସଂଗ୍ରହରେ ସ୍ବେଚ୍ଛାସେବୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିବାବେଳେ ପୋଲିସର ସହଯୋଗ ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ଗହଳି ରାସ୍ତାରେ ବସ୍‌ ଚଳାଚଳ ଯୋଗୁ କତକଲା ଗ୍ରାମ ରାସ୍ତାରେ ବାରମ୍ବାର ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା। ସେହିପରି ବୁଗୁଡ଼ାର ବଳଦେବ ଓ ବିରଞ୍ଚିନାରାୟଣ ମନ୍ଦିରରେ ମଧ୍ୟ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଧାନ ଖଳା ନିର୍ମାଣ ଶେଷ: ବିଡିଓଙ୍କୁ ଧନ୍ୟବାଦ ଜଣାଇଲେ ଚାଷୀବୃନ୍ଦ

କେସିଙ୍ଗା,୨୧।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ମେଲୋଡି ଦେଖିବାକୁ ଯାଇଥିଲେ ଦିନେଶ, ହଠାତ୍‌ ହେଲା ମରଣାନ୍ତକ ଆକ୍ରମଣ: ଆଉ ତା’ପରେ…

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଖେଳ ପଡିଆଠାରେ ବୁଧବାର ରାତିରେ ଭବାନୀପାଟଣା ସଦର ବିଧାୟକଙ୍କ ଦ୍ୱାରା ଖେଳ ମେଳା କାର୍ଯ୍ୟକ୍ରମ ଆୟୋଜିତ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ରେଡ୍‌

ଗୁଣପୁର,୨୧।୫(ସୁଜାତା ପାଢ଼ୀ) : ଭିଜିଲାନ୍ସ ଜାଲରେ ରାୟଗଡ଼ା କୋଲନରା ବ୍ଲକ୍‌ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ…

ଆକାଶରୁ ବର୍ଷୁଛି ନିଆଁ, କଲବଲ ହେଉଛି ଜୀବନ, ଆହୁରି ୫ ଦିନ ଯାଏ…

ଭୁବନେଶ୍ୱର,୨୧ା୫: ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଆକାଶରୁ ଯେମିତି ଅଗ୍ନିବର୍ଷା ହେଉଛି। ଅସହ୍ୟ ଖରା ତାତି ଓ ଗୁଳୁଗୁଳିରେ କଲବଲ ହେଉଛି ଜୀବନ। ସକାଳୁ ରାତି, ଘରେ…

ଝାରସୁଗୁଡାରେ ଲଜ୍ଜା, ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ହସ୍ପିଟାଲରେ ନାବାଳିକାଙ୍କୁ ବଳାତ୍କାର

ଝାରସୁଗୁଡ଼ା,୨୧।୫(ଆଶିଷ ରଞ୍ଜନ ଦାଶ): ରୋଗୀ ସେବା ପାଇଁ ଉଦ୍ଦିଷ୍ଟ ପବିତ୍ର ଚିକିତ୍ସାଳୟ ପରିସରରେ ଘଟିଯାଇଛି ଏକ ସଙ୍ଗୀନ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଝାରସୁଗୁଡ଼ା ଜିଲା ମୁଖ୍ୟ…

ଫୋନରେ କଥା ହେଉହେଉ ହଠାତ୍ ଟ୍ରମ୍ପଙ୍କ ଉପରେ ରାଗିଗଲେ ନେତାନ୍ୟାହୁ, କହିଦେଲେ ଏହି ବଡ଼ କଥା

ଓ୍ବାଶିଂଟନ,୨୧।୫: ଇରାନ ବିରୁଦ୍ଧରେ ଚାଲିଥିବା ସଂଘର୍ଷର ଭବିଷ୍ୟତ ରଣନୀତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ୍ ଆଲୋଚନା…

ମମତାଙ୍କୁ ଲାଗିଲା ଜୋରଦାର ଝଟକା! ପ୍ରଥମେ ଶୋଚନୀୟ ପରାଜୟ, ଆଉ ଏବେ… ରାସ୍ତାକୁ ଓହ୍ଲାଇବେ ଦିଦି!

କୋଲକାତା,୨୧।୫: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବୃଦ୍ଧି ପାଇଛି। ନିକଟରେ ରାଜ୍ୟ ବିଧାନସଭା ନିର୍ବାଚନରେ ଦମନମୂଳକ ପରାଜୟ ପରେ, ତାଙ୍କୁ…

ପରିବା ବିକାଳିଙ୍କ ଝିଅ ଯୁକ୍ତ ୨ ବିଜ୍ଞାନରେ ଟପ୍ପର: ଜିଲା ପାଇଁ ଆଣିଲେ ଗୌରବ

ମୋହନା,୨୧ା୫(ମନ୍ମଥ ମିଶ୍ର): ବାପା ଜଣେ ପରିବା ବ୍ୟବସାୟୀ, ହେଲେ ଝିଅ ଯୁକ୍ତ ଦୁଇ ବିଜ୍ଞାନରେ ୫୬୦ ନମ୍ବର ଆଣି ଜିଲା ପାଇଁ ଗୌରବ ଆଣିଛନ୍ତି। ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri