ଗଞ୍ଜାମ

୬୪ ଗ୍ରାମସଭାରେ ଏନ୍‌ପିଆର ବିରୋଧରେ ରିଜୋଲ୍ୟୁଶନ୍‌ ପାସ

ବ୍ରହ୍ମପୁର ଅଫିସ,୬ା୩- ନାଗରିକତ୍ୱ ସଂଶୋଧନ ଆଇନ-୨୦୧୯(ସିଏଏ), ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି), ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର)କୁ ନେଇ ଏବେ ସାରାଦେଶରେ ହିଂସା ଦେଖାଦେଇଛି। ଓଡ଼ିଶାରେ ଏନ୍‌ପିଆର, ଏନ୍‌ଆରସି, ସିଏଏକୁ କାର୍ଯ୍ୟକାରୀ ନ କରିବାକୁ ଦାବି ହୋଇଛି। ଏନେଇ ବିଧାନସଭାରେ ପ୍ରସ୍ତାବ ଆଗତ କରିବାକୁ…

ହୋଟେଲ ଉପରେ ଚଢାଉ: ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

ପୁରୁଷୋତ୍ତମପୁର, ୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ାର ଏକ ହୋଟେଲ ଉପରେ ଗୁରୁବାର ଅପରାହ୍ନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ…

ଗଞ୍ଜାମରେ ଗୋ’ ପାଇଲଟ୍‌ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୪୦ଚାଷୀ ସାମିଲ

ଛତ୍ରପୁର,୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚାଷୀଙ୍କ ପାଇଁ ମୋ’ ଗୋ ଧନ ଯୋଜନାରେ ଗୁହାଳ ଘର ନିର୍ମାଣ ହେବ। ଏହି ଯୋଜନାରେ ଗୋମୂତ୍ର ଷ୍ଟୋରେଜ୍‌ ୟୁନିଟ୍‌, ବାୟୋ ଗ୍ୟାସ ଉତ୍ପାଦନ ୟୁନିଟ୍‌ ପାଇଁ ଅନୁଦାନ ଦିଆଯିବ। ଗୋମୂତ୍ରକୁ ଅର୍ଗାନିକ ଫାର୍ମିଙ୍ଗ ପାଇଁ ଫସଲରେ…

ଗଞ୍ଜାମରେ ଶନିବାର ନୋ ବ୍ୟାଗ୍‌ ଡେ

ଛତ୍ରପୁର,୫ା୩(ଡି.ଏନ.ଏ.): ପିଲାମାନେ ଅତ୍ୟଧିକ ଓଜନର ସ୍କୁଲବ୍ୟାଗ ନେଉଥିବାରୁ ସେମାନଙ୍କ ଶାରିରୀକ ସମସ୍ୟା ଦେଖାଦେଉଛି। ଏହାକୁ କମାଇବା ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେଉଁ ଶ୍ରେଣୀ ପର୍ଯ୍ୟନ୍ତ ପିଲା କେତେ ଓଜନର ବହିପତ୍ର ନେବେ ତାହା ସ୍ଥିର କରାଯାଇଛି। ଏହିକ୍ରମରେ ଗଞ୍ଜାମ…

ଶେରଗଡ଼ରେ ବିଜୁ ଜୟନ୍ତୀ ଦିବସ ପାଳିତ

ଶେରଗଡ଼,୫।୩(ଡି.ଏନ.ଏ.): ଶେରଗଡ଼ ବ୍ଲକରେ ବିଜେଡି ପକ୍ଷରୁ ଗୁରୁବାର ବିଜୁ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ସକାଳ ୮ଟାରେ ଶେରଗଡ଼ ଚାରି ଛକରେ ବିଜେଡିକର୍ମୀ ଓ ନେତାମାନେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରି ବିଜୁ ବାବୁଙ୍କ ଗୁଣଗାନ କରିଥିଲେ। ଏହାପରେ ଶେରଗଡ଼…

ଆନ୍ଧ୍ର ଟ୍ରକ ଚାଳକଙ୍କୁ ମାଡ ମାରି ଲୁଟ, ୩ ଗିରଫ

ହିଞ୍ଜିଳିକାଟୁ,୫ା୩(ଡି.ଏନ୍‌.ଏ.) – ହିଞ୍ଜିଳି ଥାନା ବୁରୁପୋଡା ଛକରେ ରବିବାର ରାତି ପ୍ରାୟ ୯ରେ ଏକ ଆନ୍ଧ୍ର ଟ୍ରକ ଚାଳକଙ୍କୁ ଲୁଟେରା ଆକ୍ରମଣ କରି ମୋବାଇଲ ଓ ୫ହଜାର ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା। ପ୍ରକାଶ ଯେ, ରବିବାର ରାତିରେ ବୁରୁପୋଡା…

କଳା, ବାଣିଜ୍ୟ ବିଭାଗ ଭାଷା ପରୀକ୍ଷାରେ ୭ ମାଲପ୍ରାକ୍ଟିସ୍‌

ବ୍ରହ୍ମପୁର ଅଫିସ,୫ା୩ – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାର ଦ୍ୱିତୀୟ ଦିନ ବୁଧବାର କଳା ଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡିଆ ଏବଂ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ଆଧୁନିକ ଭାରତୀୟ ଭାଷା (ବିକଳ୍ପ…

ଉଦ୍‌ଘାଟନ ପରଠୁ ବିଜୁ ପାଠାଗାରରେ ତାଲା

ଭଞ୍ଜନଗର,୫।୩(ଡି.ଏନ୍‌.ଏ.) – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଗୁରୁବାର ୧୦୪ତମ ଜୟନ୍ତୀ। ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଶାସନ କ୍ଷମତାରେ ଥିବାରୁ ବିଜୁ ଜୟନ୍ତୀଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ପାଳନ କରିବା…

ଗିରଫ ହେଲେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ: ମିଳିଲା ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି,  ୩ କୋଟି ୮୦ଲକ୍ଷର ହିସାବ ଦେଇ ପାରିଲେନି

ବ୍ରହ୍ମପୁର ଅଫିସ/ଗଞ୍ଜାମ,୫ା୩(ଡି.ଏନ.ଏ.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀ ବୁଧବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗଳବାର ଓ ବୁଧବାର ଅଧୀକ୍ଷଣ ଯନ୍ତ୍ରୀ ପାଢ଼ୀଙ୍କ ଗଞ୍ଜାମ ଓ ଭୁବନେଶ୍ୱରସ୍ଥିତ ଘର…

ସମୁଦ୍ରରେ ଆକ୍ରମଣ ଉଦ୍ୟମ ସହ ଜାଲ ନଷ୍ଟ

ଛତ୍ରପୁର,୪ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଋଷିକୁଲ୍ୟା ସମୁଦ୍ର ମୁହାଣରେ ମଙ୍ଗଳବାର ପାରାଦ୍ୱୀପର ଏକ ବୋଟ୍‌ରେ ଆସିଥିବା ମତ୍ସ୍ୟଜୀବୀମାନେ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ ସହ ଜାଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟାବେଳେ ଋଷିକୁଲ୍ୟା ମୁହାଣ ନିକଟ ସମୁଦ୍ରରେ…

ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ହେଉନି ବିଲ୍‌: କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପାତ୍ର

ଗଞ୍ଜାମ,୪।୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଧୀନ ବିଭିନ୍ନ ଓ୍ବାର୍ଡରେ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ବିଲ୍‌ ପ୍ରଦାନ କରାଯାଇନାହିଁ। ଏ ନେଇ ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଧବାର ତୁରନ୍ତ ବିଲ୍‌ ପ୍ରଦାନ ଲାଗି ଠିକାଦାର ସଂଘ…

ଖେଳୁଥିବା ବେଳେ ବିସ୍ଫୋରଣ: ୩ ନାବାଳକ ଆହତ

ହିଞ୍ଜିଳିକାଟୁ,୪ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୯ରେ ବିସ୍ଫୋରଣ ଘଟି ୩ ନାବାଳକ ଆହତ ହୋଇଛନ୍ତି। ପାହାଡରୁ ପଥର ଫଟାଇବା ପାଇଁ ବ୍ୟବହୃତ ଡିଟୋନେଟରରେ ବ୍ୟାଟେରି ସଂଯୋଗବେଳେ ଏହି ବିସ୍ଫୋରଣ ଘଟିଛି। ଆହତମାନେ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri