ଗଞ୍ଜାମ

କରୋନା ମାଡ଼: ମାସେ ହେଲା ହାତ ବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ, ଋଣ ଛାଡ଼ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଲେ ସ୍ମାରକପତ୍ର

ଛତ୍ରପୁର,୨୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ନେଇ ଲାଗି ରହିଥିବା କଟକଣା ଯୋଗୁ ଗତ ଏକ ମାସ ହେଲା ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ମତ୍ସ୍ୟଜୀବୀ ଘରେ ହାତ ବାନ୍ଧି ବସିଛନ୍ତି। ଫଳରେ ସେମାନଙ୍କ ଜୀବନ ଜୀବିକା ବିଶେଷ ପ୍ରଭାବିତ ହୋଇଛି। ପରିବାର…

ରାଶନକାର୍ଡ ଦାବି: ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ହୋ-ହାଲ୍ଲା

ଗଞ୍ଜାମ,୨୦।୪(ଡି.ଏନ୍‌.ଏ.): ଦୀର୍ଘ ମାସର ନୀରବତା ପରେ ପୁଣି ରାଶନ କାର୍ଡ ତାତି ଦେଖିବାକୁ ମିଳିଛି l ଗଞ୍ଜାମ ଜିଲା ଦାମୋଦରପୁର ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା ଆମେ ରାଶନ କାର୍ଡ ପାଇବାକୁ ଯୋଗ୍ୟ, ଆମକୁ ରାଶନ କାର୍ଡ କାହିଁକି ପ୍ରଦାନ କରାଯାଉନି…

ତାରାତାରିଣୀ ପୀଠରେ ଭୋକିଲା ମାଙ୍କଡ଼ଙ୍କୁ ଖାଇବାକୁ ଦେଲେ ବିଡିଓ

ପୁରୁଷୋତ୍ତମପୁର,୨୦ା୪(ଡି.ଏନ୍‌.ଏ.) : ମାରାତ୍ମକ କରୋନାକୁ ନେଇ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଗଞ୍ଜାମ ଜିଲା ପ୍ରସିଦ୍ଧ ତାରା ତାରିଣୀଙ୍କ ପୀଠକୁ କେହି ଭକ୍ତ ଆସୁ ନାହାନ୍ତିି କିମ୍ବା କୌଣସି ଦୋକାନ ବଜାର ଖୋଲୁନାହିଁ। ଫଳରେ ଏଠାରେ ଥିବା ମାଙ୍କଡ଼ମାନେ ଦୀର୍ଘ ଏକମାସ ହେଲା…

ଗଞ୍ଜାମରେ ବଦଳିଲା କୋହଳ ନିର୍ଦ୍ଦେଶନାମା: ସାମାଜିକ ଦୂରତ୍ୱ ଅଧିକ କଡ଼ାକଡ଼ି ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶନାମାକୁ ନେଇ ରବିବାର କରୋନା କଟକଣାକୁ କୋହଳ କରାଯାଇଥିଲା। ଅପ୍ରେଲ ୨୦ ତାରିଖଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଦିନସାରା ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ରବିବାର ରାତିରେ ଏହି…

ପିକ୍‌ଅପ୍‌ ଓଲଟି ୩ ଜଣଙ୍କ ଜୀବନଗଲା

ଗଞ୍ଜାମ,୨୦ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ନୂଆଘାଇଠାରେ ସୋମବାର ଭୋର୍‌ରୁ ଏକ ପିକ୍‌ଅପ୍‌ ଓଲଟି ୩ ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ଶରତ ଚନ୍ଦ୍ର ନାହାକ, ସୁପରାନ ନାହାକ, କବି ନାହାକ। ଆହତମାନଙ୍କ ମଧ୍ୟରେ ପ୍ରବୀଣ ନାହାକ,…

ଜଳଖିଆ ଦୋକାନ ଜଳିଗଲା

ବ୍ରହ୍ମପୁର ଅଫିସ,୧୯ା୪- ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକରେ ଥିବା ବାବୁ ଟିଫିନ୍‌ ସେଣ୍ଟରରେ ରବିବାର ରାତି ପ୍ରାୟ ସାଢେ ୮ଟାବେଳେ ଅଗ୍ନିକାଣ୍ଡ ଘଟିଛି। ବ୍ରହ୍ମପୁର ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ଲକ୍‌ଡାଉନ୍‌ ପାଇଁ ଦୋକାନ ବନ୍ଦ…

ବିଦେଶୀ ମଦ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ ,୧୯ା୪-କରୋନା ଦୃଷ୍ଟିରୁ ସାରା ଭାରତରେ ଲକ୍‌ଡାଉନ ଘୋଷଣା କରାଯାଇଛି। ସେହିପରି ଓଡ଼ିଶାରେ ମଧ୍ୟ ଲକ୍‌ଡାଉନ ବଳବତ୍ତର ଥିବା ବେଳେ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିଛି। ହେଲେ ରବିବାର ସକାଳେ ବୈଦ୍ୟନାଥପୁର ପୋଲିସ ଖୋଡଡାସିଂ ନିକଟସ୍ଥ ଏକ…

ଗାଡି ଭଡାକରି ଗର୍ଭବତୀଙ୍କୁ ଗାଁକୁ ପଠାଇଲେ ଥାନା ଅଧିକାରୀ

ପାତ୍ରପୁର,୧୯ା୪(ଡି.ଏନ୍‌.ଏ.)- ଦୁର୍ଗମ ଅଞ୍ଚଳର ଜଣେ ଗର୍ଭବତୀଙ୍କୁ ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଗାଡ଼ି ଭଡାକରି ଘରେ ଛାଡ଼ିଛନ୍ତି। ଏନେଇ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଛି। ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ବଣିଆବସା ଗ୍ରାମର ଧନେଶ୍ୱର ପ୍ରଧାନଙ୍କ…

ଆଦିବାସୀଙ୍କୁ ମିଳିନି ସହାୟତା, ପତ୍ରରେ ତିଆରି ମାସ୍କ ସାହାରା

ଛତ୍ରପୁର,୧୯ା୪(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ ଆଦିବାସୀମାନେ ଜଙ୍ଗଲ ଜମି ଅଧିକାରଠାରୁ ଆରମ୍ଭ କରି ପାଣି, ବିଭିନ୍ନ ସରକାରୀ ସହାୟତା ଆଦି ପାଇବାରୁ ବଞ୍ଚିତ ଥିବାବେଳେ ବର୍ତ୍ତମାନର ଲକ୍‌ଡାଉନ ସମସ୍ୟା ଦ୍ୱିଗୁଣିତ କରିଛି। ଏମାନେ କାମ ପାଇଁ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ମହାମାରୀ କରୋନା…

ଏମ୍‌କେସିଜିରେ ୩ କରୋନା ସନ୍ଦିଗ୍ଧ, ସ୍ବାବ୍‌ ରିପୋର୍ଟ ମିଳିବାରେ ବିଳମ୍ବ

ବ୍ରହ୍ମପୁର ଅଫିସ,୧୯ା୪: ମେଡିକାଲର ସଂଘରୋଧ କକ୍ଷରେ ୩ ଜଣ କରୋନା ସନ୍ଦିଗ୍ଧ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ପ୍ରାୟ ୪ ଦିନ ହେଲା ଏହାର ରିପୋର୍ଟ ମିଳିପାରିନାହିଁ । ରିପୋର୍ଟ ମିଳିବାରେ…

ମହିଳାଙ୍କୁ ଅସଦାଚରଣ, ପ୍ରତିବାଦ କରିବାରୁ ସ୍ବାମୀଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

ଦିଗପହଣ୍ଡି,୧୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମହିଳାଙ୍କୁ ପାରିବାରିକ ବିବାଦକୁ କେନ୍ଦ୍ରକରି ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସ୍ବାମୀ ରବୀନ୍ଦ୍ର ବେହେରାଙ୍କୁ ବିଶ୍ୱନାଥ ବେହେରା ଓ…

ବାକି ମଜୁରୀ ଟଙ୍କା ମାଗିବାରୁ ନିସ୍ତୁକ ମାଡ଼ ଘଟଣା: ଅଭିଯୁକ୍ତଙ୍କ ନାମରେ ଏତଲା

ଦିଗପହଣ୍ଡି,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁର ଜି. ଭୀମ ରେଡ୍ଡୀଙ୍କୁ ଜଣେ ଠିକାଦାର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରବିବାର ଭୀମଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ ଘଟଣାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?