ଜଙ୍ଗଲରେ ଚଢାଉ, ୮୦ ଲିଟର ଦେଶୀମଦ ଜବତ

ଦିଗପହଣ୍ଡି,୨୨ା୪(ଡି.ଏନ.ଏ.)- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଘଞ୍ଚ ଜଙ୍ଗଲରେ ମଙ୍ଗଳବାର ଅବକାରୀ ଓ ପୋଲିସ ଟିମ୍‌ ମିଳିତ ଭାବେ ଚଢାଉ କରି ୮୦ ଲିଟର ରନ୍ଧା ଦେଶୀମଦ ଜବତ କରିଛି। ଏଥିସହ ୧୬୮୦୦ ଲିଟର ପୋଚ ନଷ୍ଟ କରି ମଦ ରନ୍ଧା ସରଞ୍ଜାମ ଜବତ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୮ ଟାରେ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ଦିଗପହଣ୍ଡି ବିଡ଼ିଓ ହଳଧର ଶବରଙ୍କ ଉପସ୍ଥିତିରେ ଦିଗପହଣ୍ଡି ଅବକାରୀ ବିଭାଗ, ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ, ପାଟପୁର ଓ କେ.ନୂଆ ଗାଁ ଥାନା ସମେତ ଗଜପତି ଜିଲା ମୋହନା ପୋଲିସ ମିଳିତ ଭାବେ ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଲଖାରି ଜଙ୍ଗଲର ବିଭିନ୍ନ ସ୍ଥାନରେ ଥିବା ଚୋରା ମଦ କାରଖାନା ଉପରେ ଅତର୍କିତ ଚଢାଉ କରିଥିଲେ। ଲଖାରୀ ଜଙ୍ଗଲ ସଂଲଗ୍ନ ରଙ୍ଗୀଆମ୍ବ, ତୁଳସୀ ନଗର, ଜୁଆଣୀପଲ୍ଲୀ, ଶ୍ୟାମସୁନ୍ଦରପୁରପଲ୍ଲୀ, ବଡପଦା ଆଦି ବିଭିନ୍ନ ଗାଁ ନିକଟରେ ଦେଶୀ ମଦ ପ୍ରସ୍ତୁତ କରି ବାହାର ଅଞ୍ଚଳମାନଙ୍କୁ ଚାଲାଣ କରାଯାଉଥିବା ନେଇ ଅବକାରୀ ଗୋଇନ୍ଦା ସୂଚନାକୁ ଭିତ୍ତିକରି ଏହି ଚଢାଉ କରାଯାଇଥିଲା। ଚଢାଉ ପୂର୍ବରୁ ମଦ ମାଫିଆ ଫେରାର ହୋଇଯାଇଥିଲେ। ନଂ-୫/୨୦-୨୧ରେ ମାମଲା ରୁଜୁ କରାଯାଇଛି। ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ନିରୀକ୍ଷକ ଧିରେନ କୁମାର ବେହେରା, ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଉପ ନିରୀକ୍ଷକ ଶ୍ରୀଧର ମହାନ୍ତି, କେ. ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ, ଦିଗପହଣ୍ଡି ଅବକାରୀ ଏସ୍‌.ଆଇ ଅଭିରାମ ସାହୁ ପ୍ରମୁଖ ଚଢାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri