ଗଞ୍ଜାମ

ଦୋକାନ ସଟର୍‌ ଭାଙ୍ଗି ଚୋରି କରି ନେଲେ ୮୦ ହଜାର ଟଙ୍କା

ବ୍ରହ୍ମପୁର ଅଫିସ, ୨୨।୭: ଟାଉନ ଥାନା ଅନ୍ତର୍ଗତ ଭାପୁର ବଜାର ରେ ଥିବା ସାହୁ ଫୁଡ୍ସରୁ ରବିବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ତାଲା ଭାଙ୍ଗି କ୍ୟାସ୍‌ କାଉଣ୍ଟରରୁ ୮୦ ହଜାର ଟଙ୍କା ଚୋରି କରି ନେଇଥିବା ନେଇ ଥାନାରେ…

କାଟିଙ୍ଗିଆ ଅଞ୍ଚଳରେ ମଦ ବିରୋଧୀ ଅଭିଯାନ ଜୋର୍‌ଦାର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୨।୭(ଡି.ଏନ୍‌.ଏ.): ଗତ କିଛିଦିନ ହେଲା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର କାଟିଙ୍ଗିଆ ସମେତ ମହାଗୁଡ଼ା, ମୁଣ୍ଡିଗାଁ, ତିଆରିଗାଁ ଆଦି ଗ୍ରାମରେ ମଦ ବିରୋଧୀ ଅଭିଯାନ ଜୋର୍‌ଦାର କରାଯାଇଛି। ଏଥିରେ ପଞ୍ଚାୟତର ସରପଞ୍ଚ କପିଳାସ ମଲ୍ଲିକଙ୍କ…

ଶ୍ରାବଣ ମାସ ପ୍ରଥମ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବପୀଠରେ ଭିଡ଼

ବାଲିଗୁଡ଼ା,୨୨।୭(ଡି.ଏନ୍‌.ଏ.): ଶ୍ରାବଣ ମାସ ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଛି। ପ୍ରତ୍ୟୁଷରୁ ଖଡ଼ଗ ନଦୀ ନିକଟରେ କାଉଡ଼ିଆଙ୍କ ଭିଡ଼ ଲାଗିଥିଲା। ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳ ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ…

କନ୍ଧମାଳ ଜିଲା କମ୍ପ୍ୟୁଟର ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ

ବାଲିଗୁଡ଼ା,୨୨।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ନିକଟସ୍ଥ ସାରଙ୍ଗଡ଼ସ୍ଥିତ ସଦ୍‌ଭାବନା ଗୃହ ପରିସରରେ ଜିଲା ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ତଥା କମ୍ପ୍ୟୁଟର ଶିକ୍ଷକ ସଂଘର ସଭାପତି ବିନୋଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ସମସ୍ତ କମ୍ପ୍ୟୁଟର…

ବ୍ରହ୍ମପୁର ରେଳଷ୍ଟେଶନ ପ୍ରତି ଅବହେଳା ଅଭିଯୋଗ; ଶୀତଳ ଭଣ୍ଡାରରେ ପ୍ରସ୍ତାବିତ ରେଳପଥ

ବ୍ରହ୍ମପୁର ଅଫିସ,୨୨ା୭-ବ୍ରହ୍ମପୁର ଓଡ଼ିଶାର ତୃତୀୟ ବୃହତ୍ତମ ସହର। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଏହାକୁ ଅବହେଳା କରାଯାଉଛି। ଗଞ୍ଜାମ, ଫୁଲବାଣୀ, ଗଜପତି ଓ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ବ୍ରହ୍ମପୁର ରେଳଷ୍ଟେଶନ ଉପରେ ନିର୍ଭର କରୁଛନ୍ତି। ଇଷ୍ଟକୋଷ୍ଟ ରେଳ ଜୋନ୍‌ରେ ଥିବା ଷ୍ଟେଶନଗୁଡିକ ମଧ୍ୟରେ…

ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ନେଇ ହାଇକୋର୍ଟରେ ମାମଲା: ସମାଧାନ ଲାଗି ଜିଲାପାଳଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ପୁରୁଷୋତ୍ତମପୁର,୨୨ା୭(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ଏନ୍‌ଏସି ମଧ୍ୟ ଦେଇ ଆସିକା-ହୁମ୍ମାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର କଲେଜଛକ ନିକଟରେ ବିବାଦୀୟ ଜାଗାରେ ପୁନନିର୍ମାଣ କରାଯାଉଥିବା ମାର୍କେଟ କମ୍ପ୍ଲେକ୍ସକୁ ନେଇ ପୁଣି ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ସାମାଜିକକର୍ମୀ ଗଙ୍ଗାଧର ସ୍ବାଇଁ। ସେ ପୁଣି ଏକ ମିସ…

ସେଣ୍ଟ୍ରିଙ୍ଗ୍‌ ଖୋଲିବା ବେଳେ ଦୁର୍ଘଟଣା: ବିଦ୍ୟୁତ୍‌ ଆଘାତରେ ୨ ଘର ମାଲିକଙ୍କ ସମେତ ମିସ୍ତ୍ରି ମୃତ

ବ୍ରହ୍ମପୁର ଅଫିସ/କୁକୁଡ଼ାଖଣ୍ଡି,୨୨ା୭(ଡି.ଏନ.ଏ.)-ବ୍ରହ୍ମପୁର ଅଳକାପୁରୀ ୬ଷ୍ଠ ଲେନ୍‌ରେ ଏକ ନିର୍ମାଣାଧୀନ ଘର ଛାତ ସେଣ୍ଟ୍ରିଙ୍ଗ୍‌ ଖୋଲିବା ବେଳେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଘର ମାଲିକ ଓ ମିସ୍ତ୍ରିଙ୍କ ମୃତ୍ୟୁ ଘଟିଛି। ମୃତକ…

ମାଷ୍ଟରମାଇଣ୍ଡ ଗିରଫ, ଅଳଙ୍କାର, ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୨୨ା୭-ସଦର ଥାନା ପୋଲିସ ଫେରାର ଥିବା ଜଣେ ଅଭିଯୁକ୍ତ ତଥା ସିରିଜ ଚୋରି ଘଟଣାର ମାଷ୍ଟରମାଇଣ୍ଡ ରାମ ବେଲମା (୧୯)ଙ୍କୁ ଶନିବାର ଗିରଫ କରିଛି। ତାଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ ହୋଇଛି। ଏକ ସ୍କୁଟି (ନଂ ଓଡି୦୭ଭି୨୩୨୯), ୨୫…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ସଚିବଙ୍କ ଚିଠି; ଜୟନ୍ତଙ୍କୁ ସିଣ୍ଡିକେଟରୁ ବାଦ ଦେବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ,୨୨ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିଣ୍ଡିକେଟକୁ ମନୋନୀତ ହୋଇଥିବା ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ରଙ୍କ ସଦସ୍ୟତା ବାତିଲ ହୋଇପାରେ। ଏହାକୁ ବାତିଲ କରିବାକୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବ ଶାଶ୍ୱତ କୁମାର ମିଶ୍ର ବିଭାଗୀୟ ନିର୍ଦ୍ଦେଶକଙ୍କୁ ଗତ ୧୯ତାରିଖରେ…

ବାଘୁଆ ପ୍ରକଳ୍ପରୁ ପାଣି ଛଡାଗଲା

ବୁଗୁଡ଼ା,୨୧ା୭(ଡି.ଏନ.ଏ.)- ବୁଗୁଡ଼ା ଜଳସେଚନ କାର୍ଯ୍ୟାଳୟ ପରିସରରେ ଜୁଲାଇ ୧୩ରେ ଅନୁଷ୍ଠିତ ବାଘୁଆ ପାଣି ପଞ୍ଚାୟତ ପ୍ରକଳ୍ପ କମିଟିର ନିଷ୍ପତ୍ତି ଅନୁଯାୟୀ ରବିବାର ଅପରାହ୍ନ ୪ଟାରେ ବାଘୁଆ ଡ୍ୟାମରୁ ଡ଼ାହାଣ ପାର୍ଶ୍ୱ କେନାଲ ଦେଇ ପାଣି ଛଡାଯାଇଛି। ବର୍ଷା ଅଭାବରୁ ଖରିଫ ଚାଷ…

ଶେରଗଡରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ

ଶେରଗଡ଼,୨୧।୭(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକର ଦୁଇ ପଞ୍ଚାୟତକୁ ରବିବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ଧନନ୍ତର ପଞ୍ଚାୟତ ଗସ୍ତ କରିଥିଲେ। ସେଠାରେ ଶେରଗଡ଼ ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ…

୧୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ : ଅଳ୍ପକେ ବର୍ତ୍ତିଲେ ରୋଗୀ

ବାଲିଗୁଡ଼ା,୨୧।୭(ଡି.ଏନ୍‌.ଏ.): ଫୁଲବାଣୀ ଜିଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରୁ ଜଣେ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଜିଲା ଚିକିତ୍ସାଳୟକୁ ନିଆଯାଉଥିବା ସମୟରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ରବିବାର ସକାଳେ ଆମ୍ବୁଲାନ୍ସଟି ରୋଗୀ ନେଇ ଯାଉଥିବା ସମୟରେ କ.ନୂଆଗାଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri