ଗଞ୍ଜାମ

ବେଆଇନ ବାଣ କାରଖାନାରେ ଚଢ଼ାଉ,୩ ଗିରଫ

ଆସିକା,୧୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା ଥାନା ନଳବଣ୍ଟା ଗ୍ରାମରେ ବେଆଇନ ଭାବେ ଚାଲିଥିବା ୭ ବାଣ କାରଖାନା ଉପରେ ପୋଲିସ ସୋମବାର ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ବାଣ ଓ ବାରୁଦ ଜବତ କରାଯାଇଛି ା ଜବତ ବାଣ ଓ…

ବ୍ରହ୍ମପୁର ବଡ଼ ମେଡିକାଲ ରୋଗୀ ସମ୍ପର୍କୀୟ, ଡାକ୍ତର ହାତାହାତି: ଉତ୍ତେଜନା, ପୋଲିସ ମୁତୟନ

ବ୍ରହ୍ମପୁର ଅଫିସ ,୯ା୯ – ବ୍ରହ୍ମପୁର ବଡ଼ ମେଡିକାଲରେ ସୋମବାର ରାତିରେ ଚିକିତ୍ସାରେ ଅବହେଳା ଅଭିଯୋଗରେ ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ହାତାହାତି ହୋଇଛିି। ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଖବର ଲେଖାହେବା ସୁଦ୍ଧା ରୋଗୀଙ୍କ ସମ୍ପର୍କୀୟଙ୍କ ସହ ମେଡିକାଲ…

ପୃଥକ ସ୍ଥାନରୁ ନାଗସାପ ଉଦ୍ଧାର

ବୁଗୁଡ଼ା,୯ା୯(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମହୁଲପଲ୍ଲୀ ଏବଂ ଭାମଶିଆଳି ଗ୍ରାମରୁ ସୋମବାର ବି.କରଡ଼ାବାଡ଼ିର ସ୍ନେକ୍‌ ହେଲପ୍‌ ଲାଇନ କର୍ମୀ ୨ଟି ନାଗସାପ ଉଦ୍ଧାର କରିଛନ୍ତି। ଭାମଶିଆଳି ଗ୍ରାମର ରବି ସାହୁଙ୍କ ଘରୁ ସ୍ନେକ୍‌ ହେଲପ୍‌ ଲାଇନର ହରିଶ ୫ ଫୁଟ ଲମ୍ବର ନାଗସାପ…

ଧମକ, ଆକ୍ରମଣ ଘଟଣା, ଜଣେ ଗିରଫ

ଛତ୍ରପୁର,୯ା୯(ଡି.ଏନ.ଏ.): ଏକ କାର ଅଟକାଇ ଧମକ ଦେବା ସହ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଛତ୍ରପୁର ଥାନା ପୋଲିସ ସୋମବାର ଗିରଫ କରିଛି। ସେ ହେଲେ ରାଜେଶ ମହାରଣା। ରବିବାର ରାତିରେ ରେଡ୍ଡୀସାହି ଛକ ନିକଟରେ ରାଜେଶ ଏକ କାରକୁ ଅଟକାଇ ଚାଳକଙ୍କୁ…

ଅଟୋ ସହ ବାର୍‌ହା ଧକ୍କା, ୬ ଆହତ

ବେଗୁନିଆପଡା,୯ା୯(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ବୁରୁଝରିଠାରୁ ସୁମଣ୍ଡଳ ରାସ୍ତା ମଝିରେ ସୋମବାର ଅଟୋ ସହ ଏକ ବାର୍‌ହାର ଧକ୍କା ହେବାରୁ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ ହେଲେ ହାଡୁ ମୁଦୁଲି, ଦୁବ ନାୟକ, ବିଷ୍ଣୁ ସେଠୀ, ସୁନ୍ଦରୀ ସାହୁ, ପ୍ରତିମା ବେହେରା…

ହୃଦ୍‌ଘାତରେ କଏଦୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୯ା୯-ହୃଦ୍‌ଘାତରେ ଜଣେ ବିଚାରାଧୀନ କଏଦୀଙ୍କର ଏମ୍‌କେସିଜି ମେଡିକାଲରେ ରବିବାର ମୃତ୍ୟୁ ଘଟିଛି। ମୃତକ ହେଲେ କୀର୍ତ୍ତନ ନାୟକ (୭୩) ା ତାଙ୍କ ଘର ଗଞ୍ଜାମ ଜିଲା ବଡଗଡ ଥାନା ଅନ୍ତର୍ଗତ ବାଣପୁର ବୋଲି ପୋଲିସ କହିଛି। ପ୍ରକାଶ ଯେ, ୨୦୧୮…

ଗୋଟିଏ ରାତିରେ ୫ ଘରୁ ଲୁଟ୍‌

ଦିଗପହଣ୍ଡି,୯ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ ଏହି ଥାନା ଅଞ୍ଚଳର ୫ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ଟେର୍‌ ପାଉନାହିଁ।…

ମନ୍ଦିରରୁ ଚୋରି: ଖତଗଦାରୁ ପାର୍ବତୀଙ୍କ ମୂର୍ତ୍ତି ଉଦ୍ଧାର, ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୯ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଛଣମେରୀ ଗ୍ରାମସ୍ଥିତ କପିଳେଶ୍ୱରଙ୍କ ମନ୍ଦିରରୁ ଶନିବାର ସନ୍ଧ୍ୟାରେ ୧ଫୁଟ ଉଚ୍ଚତା ବିଶିଷ୍ଟ ଅଷ୍ଟଧାତୁରେ ନିର୍ମିତ ପାର୍ବତୀଙ୍କ ମୂର୍ତ୍ତି ଚୋରି କରିଥିବା ଅଭିଯୁକ୍ତ ରବିବାର ଧରାପଡ଼ିଛନ୍ତି । ତାଙ୍କ ବାରିପଟ ଖତଗଦାରୁ ପାର୍ବତୀଙ୍କ ମୂର୍ତ୍ତିକୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତଙ୍କୁ ଲୋକେ…

ଶ୍ରମିକ କାର୍ଡ ପାଇଁ ଟଙ୍କା ଆଦାୟ ଅଭିଯୋଗ

ଛତ୍ରପୁର,୯ା୯(ଡି.ଏନ.ଏ)-ଛତ୍ରପୁରସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମିକ କାର୍ଡ କରିଦେବା ଓ ପଞ୍ଜୀକୃତ ଶ୍ରମିକଙ୍କୁ ବିଭିନ୍ନ ସରକାରୀ ସହାୟତା ଯୋଗାଇଦେବା ପାଇଁ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା ା ଏହାର ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ବଡ଼ ଡାକ୍ତରଖାନାରେ ଚିକିତ୍ସା ସେବା ଦେଖିଲେ ଏମ୍‌ପି, ବିଧାୟକ

ବ୍ରହ୍ମପୁର ଅଫିସ,୯ା୯-ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ରବିବାର ଅପରାହ୍ନରେ ଅଚାନକ ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲକୁ ଯାଇ ସମସ୍ୟା ଅନୁଧ୍ୟାନ ସହ ରୋଗୀଙ୍କୁ କିଭଳି ସେବା ଯୋଗାଇ ଦିଆଯାଉଛି ତାହା ତଦାରଖ କରିଥିଲେ ।…

ବନ ଅଧିନିୟମ ସଂଶୋଧନକୁ ବିରୋଧ

ବ୍ରହ୍ମପୁର ଅଫିସ,୯ା୯-ଭାରତୀୟ ବନ ଅଧିନିୟମ ୧୯୨୭ ପ୍ରସ୍ତାବିତ ସଂଶୋଧନକୁ ଆଦିବାସୀ ଭାରତ ମହାସଭା ବିରୋଧ କରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି ହୋଇଛି । ନ ହେଲେ ଏହାର ପ୍ରତିବାଦରେ ସେପ୍ଟେମ୍ବର ୩୦ରେ ଭଞ୍ଜନଗରରେ ଆଦିବାସୀଙ୍କ ବିଶାଳ…

ଜଳପଥରେ ଦୁର୍ଗମ ଗ୍ରାମକୁ ଗଲେ ଉପଜିଲାପାଳ: ସ୍ଥାନାନ୍ତର ହେବେ ୭୫ ଆଦିବାସୀ ପରିବାର

ପାତ୍ରପୁର,୮ା୯(ଡି.ଏନ୍‌.ଏ.)- ବାଘଲଟି ପ୍ରକଳ୍ପ ଆରପଟେ ପାହାଡ଼ ଉପରେ ଥିବା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର ଦୁର୍ଗମ ଗ୍ରାମକୁ ରବିବାର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ତହସିଲଦାର ଡ. ଶ୍ରୀନିବାସ ବେହେରା ଗସ୍ତ କରିଛନ୍ତି। ସେହି ଗ୍ରାମ ଗୁଡିକ ହେଲା ବଣିଆବସା, ଶିରିଶଗଣ୍ଡ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri