ଗଞ୍ଜାମ

ବିଦ୍ୟୁତ୍‌ ବିଲ୍‌ ଆଦାୟ ଦାୟିତ୍ୱ ପ୍ରଦାନରେ ରାଜନୈତିକ ଚାପ:  ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

କନିଷି,୧୨ା୯(ଡି.ଏନ.ଏ.)-ବ୍ରହ୍ମପୁର ସାଉଥ୍‌କୋ ୟୁଟିଲିଟି ଅଧୀନ କନିଷି ସବଡିଭିଜନର ସ୍ବୟଂ ସହାୟିକା ଗୋଷ୍ଠୀକୁ ବିଦ୍ୟୁତ୍‌ ବିଲ ଆଦାୟ ଦାୟିତ୍ୱ ପ୍ରଦାନରେ ରାଜନୈତିକ ଚାପକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଆଗାମୀ ଦିନରେ ସମାଧାନ, ମହିଳାଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ କରାଯିବ ବୋଲି…

ଗର୍ଭବତୀଙ୍କୁ ଟ୍ରାକିଂ ପାଇଁ ଆପ୍‌

ଛତ୍ରପୁର,୧୨ା୯(ଡି.ଏନ.ଏ)-ଗଞ୍ଜାମ ଜିଲାର ସମନ୍ବିତ ଶିଶୁ ବିକାଶ ଯୋଜନା ସମ୍ବନ୍ଧୀୟ ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଛତୁଆ ପ୍ରସ୍ତୁତିରେ ଅନିୟମିତତା ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି।…

‘ଜଙ୍ଗଲରୁ ଆଦିବାସୀଙ୍କୁ ତଡ଼ିବାକୁ ଷଡ଼ଯନ୍ତ୍ର ଚାଲିଛି’

ବ୍ରହ୍ମପୁର ଅଫିସ୍‌, ୧୨ା୯-ଦେଶର ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଆଦିବାସୀ ଓ ବନଜୀବୀଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦର ଉଦ୍ୟମ ତଥା ଭାରତୀୟ ଜଙ୍ଗଲ ଆଇନ -୧୯୨୭ରେ ପ୍ରସ୍ତାବିତ ସଂଶୋଧନକୁ ତୀବ୍ର ବିରୋଧ କରିଛି ଅଖିଳ ଭାରତ କିଷାନ୍‌ ମଜଦୁର ସଭା(ଏଆଇକେଏମ୍‌ଏସ୍‌)। ବୁଧବାର ସଂଗଠନର…

ନଷ୍ଟ କରାଗଲା ଦେଶୀ ମଦ ଓ ପୋଚ

ଧରାକୋଟ,୧୧ା୯(ଡି.ଏନ.ଏ.): ଧରାକୋଟ ଥାନାଧିକାରୀ ସନ୍ତୋଷ କୁମାର ବେହେରା ସଦଳବଳ ଜଗମୋହନ ପଞ୍ଚାୟତ ଚମ୍ପାପଲ୍ଲୀ ଗ୍ରାମ ନିକଟସ୍ଥ ନାଳ ପାର୍ଶ୍ୱରେରେ ମଦ ରନ୍ଧା ଯାଉଥିବା ଖବର ପାଇ ବୁଧବାର ଭୋରରେ ଚଢ଼ାଉ କରିଥିଲେ। ପୋଲିସଙ୍କୁ ଦେଖି ମଦ ରାନ୍ଧୁଥିବା ଲୋକେ ଚମ୍ପଟ ମାରିଥିଲେ।…

ଦୁର୍ବୃତ୍ତଙ୍କ ଆକ୍ରମଣରେ ତହଁର ପୂର୍ବତନ ସରପଞ୍ଚ ଗୁରୁତର

ଶେରଗଡ଼,୧୧ା୯(ଡି.ଏନ୍‌.ଏ.): ତହଁର ପୂର୍ବତନ ସରପଞ୍ଚ ପଦ୍ମ ଚରଣ ପାଢ଼ୀ ବୁଧବାର ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି। ପଦ୍ମଙ୍କ ପୁତୁରା ଏନେଇ ହିଞ୍ଜିଳି ଥାନାରେ ଏତଲା ଦେଇଛନ୍ତି। ପୋଲିସ ନଂ.୨୩୬/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପ୍ରକାଶ ଯେ, ବୁଧବାର ଭୋରରେ…

ଘର ଆଗରୁ ବୁଲେଟ ଚୋରି: ଥାନାରେ ଏତଲା

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୋଟିନଡ଼ା ଗ୍ରାମର କାଳୁ ଜେନାଙ୍କ ଘର ଆଗରୁ ବୁଲେଟ ମୋଟର ସାଇକେଲ (ନଂ.ଓଡି ୦୭ ୱାଇ ୦୩୪୧)କୁ କୌଣସି ଦୁର୍ବୃତ୍ତ ଗତ ଅଗଷ୍ଟ ୨୮ ତାରିଖ ରାତିରେ ଚୋରିକରି ନେଇଯାଇଥିଲେ। ବିଭିନ୍ନ ଜାଗାରେ ବହୁ…

ଗର୍ଭବତୀଙ୍କୁ ଅସଦାଚରଣ, ଆକ୍ରମଣ ମାମଲା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗର୍ଭବତୀଙ୍କୁ ଅସଦାଚରଣ, ଆକ୍ରମଣ ମାମଲାରେ ବୁଧବାର କୈଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ଭଗବାନ ଗୌଡଙ୍କୁ ଗିରଫ କରିଛି। ପୋଲିସ ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରେ ଗାଁ ରାସ୍ତାରେ ଖେଳୁଥିବା ପିଲାମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।…

ନବବଧୂଙ୍କ ମୁଣ୍ଡକୁ ହାଣି ହତ୍ୟା: ସ୍ବାମୀ, ଶାଶୁ ଅଟକ

ଗୋପାଳପୁର, ୧୧-୯:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ମନସୁର୍‌କୋଟା ଗ୍ରାମର ଜଣେ ନବବଧୂଙ୍କୁ ହତ୍ୟା କରାଯାଇଛି। ଅଧିକ ଯୌତୁକ ଦାବି ନେଇ ରବିବାର ରାତିରେ ନବବଧୂ ତଥା ପୁରୀ ଅଞ୍ଚଳର ନାନୁ ଦାସ (୨୨)ଙ୍କ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ହାଣି ତାଙ୍କ…

୫ ହଜାର ବିଦ୍ୟାର୍ଥୀଙ୍କ ପାଇଁ ନାହାନ୍ତି ଆବଶ୍ୟକ ଶିକ୍ଷକ: ୯୦ ଅଧ୍ୟାପକ ପଦବୀରୁ ୫୫ ଖାଲି

ବ୍ରହ୍ମପୁର ଅଫିସ, ୧୧ା୯- ବ୍ରହ୍ମପୁର ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଏବେ ଗୁରୁତ୍ୱ ହରାଇବାକୁ ବସିଛି ା ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନ ଥିବାରୁ ମହାବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ା ବିଗତ ଦିନରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଘୋଷଣା ପରେ ବିଶ୍ୱବିଦ୍ୟାଳୟ…

ନିମ୍ନମାନର ମଧ୍ୟାହ୍ନଭୋଜନ: ଖାଉନାହାନ୍ତି ଛାତ୍ରୀ

କବିସୂର୍ଯ୍ୟନଗର,୧୧ା୯- କବିସୂର୍ଯ୍ୟନଗର ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସରକାର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଦେଉଥିବାବେଳେ ଏଠାରେ ଛାତ୍ରୀମାନେ ଘରୁ ଆଣି ଖୋଲା ପଡିଆରେ ବସି ଖାଉଛନ୍ତି। ମୋଟ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୫୯୭ ଜଣ…

ଗଞ୍ଜାମ ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକ: ପୁରୀକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ କ୍ଷେତ୍ର କରିବା ଉଦ୍ୟମକୁ ପ୍ରଶଂସା

ସୋରଡା,୧୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ବୈଠକ ସୋରଡା ଶିଶୁ ଉଦ୍ୟାନ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ତଥା ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର…

ମୋବାଇଲ ଫୋନ ବ୍ୟବହାର କଲେ ଜରିମାନା ଦେବେ ଛାତ୍ରୀ

ଭଞ୍ଜନଗର,୧୦ା୯(ଡି.ଏନ.ଏ.)- ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ବାର୍ଷିକ ଯୋଜନା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ଶାନ୍ତି କୁମାରୀ ଉପାଧ୍ୟାୟ ସଭାପତିତ୍ୱ କରିଥିଲେ। ଭଞ୍ଜନଗର ମେଡ଼ିକାଲ ରକ୍ତଭଣ୍ଡାର ଅଧିକାରୀ ତଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri