୫ ହଜାର ବିଦ୍ୟାର୍ଥୀଙ୍କ ପାଇଁ ନାହାନ୍ତି ଆବଶ୍ୟକ ଶିକ୍ଷକ: ୯୦ ଅଧ୍ୟାପକ ପଦବୀରୁ ୫୫ ଖାଲି

ବ୍ରହ୍ମପୁର ଅଫିସ, ୧୧ା୯- ବ୍ରହ୍ମପୁର ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଏବେ ଗୁରୁତ୍ୱ ହରାଇବାକୁ ବସିଛି ା ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନ ଥିବାରୁ ମହାବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ା ବିଗତ ଦିନରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଘୋଷଣା ପରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏହାକୁ ବହୁ ପଛକୁ ନେଇଯାଇଥିବା ଅଭିଯୋଗ ହୋଇଛି ା ବର୍ଷର ଦ୍ୱନ୍ଦ୍ୱ ପରେ ଖଲ୍ଲିକୋଟ ମହାବିଦ୍ୟାଳୟ କ୍ୟାମ୍ପସରୁ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବିବାଦ ଯୋଗୁ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ହୋଇ ପାରି ନ ଥିବାରୁ ଏବେ ଅଧ୍ୟାପକ ମରୁଡି ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଯାହା ଶିକ୍ଷାର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ସୂଚନା ପ୍ରକାରେ, ଉକ୍ତ ମହାବିଦ୍ୟାଳୟକୁ ୨୦୧୫ ମେ ମାସରେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଇଥିଲା ା ପରବର୍ତ୍ତୀ ସମୟରେ ଘୋଷଣା କରାଯାଇଥିବା ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଦର୍ଶାଯିବା ଫଳରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା ା ଗୋଟିଏ ପଟେ ଖାଲିଥିବା ପଦବୀ ପୂରଣ ହୋଇ ନ ଥିବା ବେଳେ ବିଶ୍ୱବିଦ୍ୟାଳୟ ଘୋଷଣା ଓ ଦ୍ୱନ୍ଦ୍ୱ ଯୋଗୁ ୨୦୧୬ରେ ମହାବିଦ୍ୟାଳୟରେ ନୂତନ ଭାବେ ସୃଷ୍ଟି ହେବାକୁ ଥିବା ୪୦ ଅଧ୍ୟାପକ ପଦବୀ ପୂରଣ ନ ହୋଇ ବନ୍ଦ ହୋଇଯାଇଛି। ଏପରିକି ଗତ ୪ ବର୍ଷ ଧରି ୟୁଜିସିରେ ମହାବିଦ୍ୟାଳୟ ନାମ ରେଜିଷ୍ଟ୍ରେଶନ ହୋଇ ନ ଥିବା ମଧ୍ୟ ସୂଚନା ମିଳିଛି ା ବର୍ତ୍ତମାନ ୧୮ ବିଭାଗ ରହିଥିବା ବେଳେ ସେଥିରୁ ୧୬ଟିରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି। କିନ୍ତୁ ଅନେକ ବିଭାଗରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି। ୧୮ ବିିଭାଗ ପାଇଁ ମୋଟ ୯୦ ଅଧ୍ୟାପକ ପଦବୀ ରହିଥିବା ବେଳେ ୫୫ ପଦବୀ ଖାଲିପଡିଛି। ସେଥିରୁ କମ୍ପ୍ୟୁଟର ସାଇନ୍ସ, ଅର୍ଥନୀତି, ହିନ୍ଦୀ, ଷ୍ଟାଟିଷ୍ଟିକ୍ସରେ ଅଧ୍ୟାପକ ପଦବୀ ସମ୍ପୂର୍ଣ୍ଣ ଖାଲି ପଡିଛି। ଏହା ବ୍ୟତୀତ ଅନ୍ୟାନ୍ୟ ବିଭାଗରେ ଅଧାରୁୁ ଅଧିକ ପଦବୀ ଖାଲି ପଡିଛି ା ଏହାବ୍ୟତୀତ ୨୦୧୩ରୁ ସୃଷ୍ଟି ହୋଇଥିବା ୧୧ ପ୍ରଫେସର ପଦବୀ ମଧ୍ୟ ଏଯାଏ ଖାଲି ପଡିଛି। ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ନେଇ ୨୦୧୬ରେ ମହାବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ପଠାଯାଇଥିବା କୁହାଯାଇଛି ା ଚଳିତ ବର୍ଷ ସମସ୍ତ ମହାବିଦ୍ୟାଳୟରେ ଖାଲିଥିବା ପଦବୀରେ ଅଧ୍ୟାପକ ନିଯୁକ୍ତି ହୋଇଥିବା ବେଳେ ଖଲ୍ଲିକୋଟ ମହାବିଦ୍ୟାଳୟକୁ ଏଥିରୁ ବାଦ ଦିଆଯାଇଥିବା ଜଣାପଡିଛି। ବର୍ତ୍ତମାନ ଏଠାରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି ା ଚଳିତ ବର୍ଷ ପ୍ରାୟ ୧୮୦୦ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି ା କିନ୍ତୁ ଏଠାରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ଯୋଗୁ ଏବେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ା ତୁରନ୍ତ ଖାଲିଥିବା ପଦବୀ ପୂରଣ ଦେଇ ବିଭିନ୍ନ ମହଲରେ ଦାବି ହୋଇଛି ା ଏ ସମ୍ପର୍କରେ ଅଧ୍ୟକ୍ଷା ଉତ୍ତମା ଜେନାଙ୍କୁ ପଚାରିବାରୁ ଅଧ୍ୟାପକ ନିଯୁକ୍ତି ସମ୍ପର୍କରେ ସରକାରଙ୍କୁ ଲିଖିତ ଭାବେ ଜଣାଯାଇଥିବା ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri