ଗଞ୍ଜାମ

ଭିଜିଲାନ୍ସ ଜାଲରେ ପିପଳପଙ୍କା ବନରକ୍ଷୀ, ରାତ୍ର ଜଗୁଆଳି

ବ୍ରହ୍ମପୁର ଅଫିସ,୨୭।୫-ଗଞ୍ଜାମ ଜିଲା ସୋରଡ଼ା ବନଖଣ୍ଡ ଅଧିନରେ ଥିବା ପିପଳପଙ୍କା ବନରକ୍ଷୀ (ଫରେଷ୍ଟ ଗାର୍ଡ) ବିଷ୍ଣୁପ୍ରିୟା ଦାଶ ଜଣେ ଆଦିବାସୀଙ୍କ ନାମରେ ମାମଲା ରୁଜୁ ନ କରିବା ପାଇଁ ବୁଧବାର ମଧ୍ୟାହ୍ନରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ…

ପୁରୁଷୋତ୍ତମପୁର ବ୍ଲକରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ : ପାଣ୍ଡିଆ ଗ୍ରାମକୁ ସଟ୍‌ଡାଉନ ଘୋଷଣା

ପୁରୁଷୋତ୍ତମପୁର,୨୭।୫(ଡି.ଏନ.ଏ)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ପାଣ୍ଡିଆ ଗ୍ରାମରେ। ଏହାପରେ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ପାର୍ସିଆଲ ସଟ୍‌ଡାଉନ ଘୋଷଣା କରାଯାଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ସୋମବାର ରାତିରେ ଲକ୍ଷଣ ଜଣାପଡ଼ିବା ପରେ…

ରାଇସ ମିଲ୍‌ରୁ ବିଷଧର ସାପ ଉଦ୍ଧାର

ବୁଗୁଡ଼ା,୨୭ା୫(ଡି.ଏନ.ଏ.)-ବୁଗୁଡ଼ା ସହର ନିକଟସ୍ଥ ଷୋହଳମାଇଲି ଠାରେ ଥିବା ଶଙ୍କର ରାଇସ୍‌ ମିଲରୁ ବୁଧବାର ଅପରାହ୍ନରେ ଏକ ୫ ଫୁଟିଆ ବିଷଧର ସାପ ଉଦ୍ଧାର କରାଯାଇଛି। ମିଲ୍‌ରେ କାମ କରୁଥିବାବେଳେ ଉକ୍ତ ସାପଟିକୁ ଅଚାନକ ଜଣେବ୍ୟକ୍ତି ଦେଖିଥିଲେ। ଖବର ପାଇ ଦଦରାଖୋଲର ନାରାୟଣ…

କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୨୭।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାର ଜନସାଧାରଣଙ୍କ ପାଇଁ ବୁଧବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଆଡ଼ଭାଇଜରୀ ଜାରି କରିଛନ୍ତି। ଘରେ ରୁହ ସୁରକ୍ଷିତ ରୁହ, ମାସ୍କ ବ୍ୟବହାର, ଜନଗହଳିରୁ ଦୁରେଇ ରହିବା, ବାରମ୍ବାର ସାବୁନରେ ହାତ ଧୋଇବା ଏବଂ ଅନ୍ୟଠାରୁ…

ଗଞ୍ଜାମରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି ପ୍ରବାସୀ: ନିୟମିତ ସ୍ବାସ୍ଥ୍ୟାବସ୍ଥା ମନିଟରିଂ କରୁଛି ଟିମ୍‌

ଛତ୍ରପୁର, ୨୭।୫(ଡି.ଏନ୍‌.ଏ.)- ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମକୁ ଫେରୁଛନ୍ତି। ଜି଼ିଲାରେ ବହୁ ପ୍ରବାସୀ ହୋମ୍‌ କ୍ୱାରାଣ୍ଟାଇନରେ ଅଛନ୍ତି। ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ନିରୀକ୍ଷଣ ପାଇଁ ଗଠିତ ଟିମ ସେମାନଙ୍କ ଘରକୁ ଯାଇ ନିୟମିତ ମନିଟରିଂ କରୁଛି। ଏହା ଏକ ଗୁରୁତ୍ୱପୂର୍ଣ…

୨୦ ହଜାର ଲୋକଙ୍କୁ କୋଭିଡ୍‌ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ତାଲିମ, ଟୁଇଟ୍‌ କରି ସୂଚନା ଦେଲେ ଜିଲାପାଳ

ଛତ୍ରପୁର,୨୭ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁଭାରମ୍ଭ କରିଛନ୍ତି। ଜିଲାର ୨୦ ହଜାର ଲୋକଙ୍କୁ କୋଭିଡ୍‌ -୧୯ କମ୍ୟୁନିଟି ତାଲିମ…

ତହସିଲ୍‌ଦାରଙ୍କୁ ଧମକ ମାମଲା, ଜେଲ ଗଲେ ଅଭିଯୁକ୍ତ

ଚିକିଟି,୨୭ା୫(ଡି.ଏନ.ଏ.)- କ୍ୱାରାଣ୍ଟାଇନ୍‌ ସେଣ୍ଟର ନିକଟରେ କ୍ରିକେଟ ଖେଳୁଥିବାବେଳେ ବାରଣ କରିବାରୁ ପାତ୍ରପୁର ତହସିଲଦାରଙ୍କୁ ଗାଳିଗୁଲଜ ଓ ଧମକ ମାମଲାରେ କେ.ନୂଆଗାଁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ନୂଆ ମୈଶାନପୁର ଗ୍ରାମର ତ୍ରିପତି ସାହୁ।…

ଦୁଇ ଯୁବକଙ୍କୁ ଅପହରଣ: ଜଣେ ଉଦ୍ଧାର, ଅନ୍ୟଜଣଙ୍କ ପତ୍ତା ମିଳୁନି

ପାଟପୁର,୨୭ା୫- ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଶ୍ରୀରାମନଗର ଗ୍ରାମରୁ ୨ ଜଣ ଯୁବକକୁ ଶନିବାର ଅପରାହ୍ନରେ ଅପହରଣ କରାଯାଇଥିଲା। ଜଣଙ୍କୁ ହାତଗୋଡ ବନ୍ଧାବେଳେ ଗ୍ରାମବାସୀ ରବିବାର ଉଦ୍ଧାର କରିଥିବାବେଳେ ଅନ୍ୟଜଣଙ୍କ ପତ୍ତା ମିଳିନାହିଁ। ଏନେଇ ପାଟପୁର ପୋଲିସ ନଂ.୧୧୫/୨୦ରେ ମାମଲା ରୁଜୁ…

ସୁରଟରୁ ଟ୍ରେନ୍‌ରେ ଫେରୁଥିବା ବେଳେ ଅଧାବାଟରେ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୨୭।୫(ଡି.ଏନ୍‌.ଏ.)- ବେଲଗୁଣ୍ଠା ବ୍ଲକ ମଙ୍ଗଳପୁରର ଗ୍ରାମର ଜଣେ ମଙ୍ଗଳବାର ସୁରଟରୁ ଟ୍ରେନ ଯୋଗେ ଫେରୁଥିଲେ। ବାଟରେ ମହାରାଷ୍ଟ୍ରର କର୍ଣ୍ଣୋର ଷ୍ଟେଶନ ଠାରେ ସେ ସଂଜ୍ଞାହୀନ ହୋଇ ପଡିଥିଲେ। ତାଙ୍କୁ ସାଙ୍ଗମାନେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବିଳମ୍ବିତ ରାତିରେ…

ସଙ୍ଗରୋଧ କେନ୍ଦ୍ରରେ ଅସନ୍ତୋଷ: ୨ ଅନ୍ତେବାସୀଙ୍କ ବିରୋଧରେ ଏତଲା ଦେଲେ ସରପଞ୍ଚ

ଭଞ୍ଜନଗର,୨୭।୫(ଡି.ଏନ.ଏ)-ତାରସିଂ ଥାନା ଗାଲେରୀ ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଅନ୍ତେବାସୀମାନେ ବୁଧବାର ହୋହଲ୍ଲା କରିବା ସହ ଖାଦ୍ୟ ଗ୍ରହଣ କରିନଥିଲେ। ଏହାପରେ ପ୍ରଶାସନର ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲା। ମଙ୍ଗଳବାର ଗାଲେରୀ ସରପଞ୍ଚ ତାରସିଂ ଥାନାରେ ୨ଜଣ ଅନ୍ତେବାସୀଙ୍କ ବିରୋଧରେ…

ଜେଲ ଫେରନ୍ତାଙ୍କ ଆତଙ୍କରାଜ୍‌, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଗଞ୍ଜାମ,୨୬ା୫(ଡି.ଏନ.ଏ.)- ରମ୍ଭା ଥାନା ଗଞ୍ଜାମ ବ୍ଲକ କାର୍ତ୍ତିକଢ଼ି ଗ୍ରାମରେ ଜଣେ ଜେଲ ଫେରନ୍ତା ଯୁବକଙ୍କ ଆତଙ୍କରାଜ ନେଇ ଶତାଧିକ ଗ୍ରାମବାସୀ ମଙ୍ଗଳବାର ରାସ୍ତାକୁ ଓହ୍ଲାଇଛନ୍ତି। ସରପଞ୍ଚ ଡି. ନିରଞ୍ଜନ ରେଡ୍ଡିଙ୍କ ନେତୃତ୍ୱରେ ହୁମ୍ମା-ପୁରୁଷୋତ୍ତମପୁର ମୁଖ୍ୟରାସ୍ତା ଅବରୋଧ କରି ତୁରନ୍ତ ଅଭିଯୁକ୍ତଙ୍କ ଗିରଫ…

ଗଞ୍ଜାମ ଷ୍ଟେଟ୍‌ ବ୍ୟାଙ୍କ ବାହାରେ ଗ୍ରାହକଙ୍କ ପ୍ରବଳ ଗହଳି,ରହୁନି ସାମାଜିକ ଦୂରତା

ଗଞ୍ଜାମ, ୨୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା କାୟା ବିସ୍ତାର କରିଚାଲିଛ। ଫଳରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ମାକ୍ସ ଓ ସାମାଜିକ ଦୂରତା ଅବଲମ୍ବନକୁ ଅଧିକ ଗୁରୁତ୍ୱ ଦିଆଯାଉଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?