ଗଞ୍ଜାମ

ସରିଲା କୁମ୍ଭୀର ଗଣନା: ଆଖପାଖ ପୋଖରୀ ସହ ଘୋଡ଼ାହାଡ଼ ଡ୍ୟାମରେ ୬୫ କୁମ୍ଭୀର ଚିହ୍ନଟ

ଦିଗପହଣ୍ଡି, ୧୦।୧(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଘୋଡ଼ା ହାଡ଼ ଡ଼୍ୟାମ ସମେତ ଆଖପାଖ ପୋଖରୀରେ ଶୁକ୍ରବାର ବନବିଭାଗ ପକ୍ଷରୁ କୁମ୍ଭୀର ଗଣନା ସରିଛି। ଗତ ବର୍ଷ ଡ଼୍ୟାମରେ ୪୩ଟି ଗୋ ମୁହାଁ ପ୍ରଜାତିର କୁମ୍ଭୀର ଚିହ୍ନଟ କରାଯାଇଥିବା ବେଳେ ଚଳିତ ବର୍ଷ ୪୪…

ପାନ ଦୋକାନୀରୁ ଓଏଏସ୍‌: ନାରାୟଣଙ୍କୁ ପୁରୁଷୋତ୍ତମପୁରରେ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର, ୧୦।୧(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ନାରାୟଣ ବେହେରା(୨୫) ଓଡିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ୫୧ ନଂ ର଼୍ୟାଙ୍କରେ ରହି ପୁରୁଷୋତ୍ତମପୁର ଲାଗି ଗୌରବ ଅର୍ଜନ କରିଛନ୍ତି। ଏହି ଉପଲକ୍ଷେ ସହରର ବିଭିନ୍ନ ସଂଗଠନ ଓ ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ…

ବାଳାଶ୍ରମରୁ ନାବାଳିକା ଫେରାର ଘଟଣା: ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ୍‌,୧୦ା୧- ଗୋଷାଣୀନୂଆଗଁା ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୭୨ ଘଣ୍ଟା ବିତିଥିଲେ ସୁଦ୍ଧା ଅଦ୍ୟାବିଧି ୯ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ। ବର୍ତ୍ତମାନ ଜିଲା ପ୍ରଶାସନ ଓ ବାଳାଶ୍ରମ ଅଧିକାରୀଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା…

କଳାବ୍ୟାଜ୍‌ ପରିଧାନ କଲେ ଚିନିଶିଳ୍ପ ଶ୍ରମିକ

ଆସିକା,୧୦ା୧(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପରେ ଚଳିତବର୍ଷର ଆଖୁପେଡା ଲାଗି କାରଖାନା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏପଟେ କାରଖାନା କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ଦୀର୍ଘ ଦିନର ଦାବି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରି ଗୁରୁବାର ଶ୍ରମିକମାନେ କଳାବ୍ୟାଜ ପରିଧାନ…

୧୫ ସୁଦ୍ଧା ପାଇଖାନା ନିର୍ମାଣ ବକେୟା ପ୍ରଦାନ ନିର୍ଦ୍ଦେଶ: ଘରକୁ ଯାଇ କାର୍ଯ୍ୟାଦେଶ ଦେଲେ ବିଡିଓ

ଛତ୍ରପୁର,୯ା୧(ଡି.ଏନ.ଏ)-ଗଞ୍ଜାମ ଜିଲାରେ ବାହ୍ୟ ମଳମୁକ୍ତ ଘୋଷଣା ହୋଇଥିଲେ ମଧ୍ୟ ଏବେ ଲୋକେ ଖୋଲାରେ ଶୌଚ ହେଉଛନ୍ତି। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ପାଇଖାନା ନିର୍ମାଣ ପାଇଁ ନୂତନ ଭାବେ ପଞ୍ଜୀକୃତ ୧୯,୪୭୪ ହିତାଧିକାରୀଙ୍କୁ ବୁଧବାରଠାରୁ ସମସ୍ତ…

ପୁଅଙ୍କ ଏମ୍‌ବିବିଏସ୍‌ ଫଳକ ଲଗାଇ ବାପା କରୁଛନ୍ତି ଚିକିତ୍ସା, ନକଲି ଔଷଧ ପ୍ରସ୍ତୁତ କରି ଚାଲିଛି ରୋଗୀଙ୍କୁ ଶୋଷଣ

ଗୋପାଳପୁର,୯।୧-ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମିର ବିକାଶ କରୁଛନ୍ତି। ରୋଗୀଙ୍କୁ ଯେଭଳି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ ସେନେଇ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ…

ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାରେ ଦମ୍ପତିଙ୍କଠାରୁ ଲୁଟ୍‌: ଚଳନ୍ତା ବାଇକ୍‌ରୁ ଟଙ୍କା ଛଡ଼ାଇବା ବେଳେ ଖସିପଡ଼ି ମହିଳା ଗୁରୁତର

ଦିଗପହଣ୍ଡି,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଅନଙ୍ଗପୁର ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନରେ ଜଣେ ଦମ୍ପତିଙ୍କଠାରୁ ୩୫ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।୨ଜଣ ଅଜଣା ଦୁର୍ବୃତ୍ତ ଚଳନ୍ତା ବାଇକ୍‌ରୁ ମହିଳାଙ୍କ ବ୍ୟାଗ୍‌ ଟାଣି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି।…

ନାବାଳିକା ନିଖୋଜ ଘଟଣା: ମିଛ ତଥ୍ୟ ଦେଉଛି ପ୍ରଶାସନ; ଏବେବି ନିଖୋଜ ୯, ଚିନ୍ତାରେ ପରିବାର

ବ୍ରହ୍ମପୁର ଅଫିସ, ୯। ୧-ଗୋଷାଣୀନୂଆଗଁ। ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଛି। କିନ୍ତୁ ୯ ଜଣ ଏବେବି ନିଖୋଜ ଅଛନ୍ତି। ବୁଧବାର ଅପରାହ୍ନ ସୁଦ୍ଧା ଭୁବନେଶ୍ୱରରୁ ୩ ଓ ବ୍ରହ୍ମପୁରରୁ ଜଣେ…

ପୂର୍ବତନ ବିଧାୟକଙ୍କ ପରଲୋକ

ଆସିକା,୯ା୧(ଡି.ଏନ୍‌.ଏ.): ଆସିକାର ବରିଷ୍ଠ କଂଗ୍ରେସ ନେତା, ବିଶିଷ୍ଟ ସମବାୟବିତ୍‌ ତଥା ପୂର୍ବତନ ବିଧାୟକ ରାଧାଗୋବିନ୍ଦ ସାହୁଙ୍କ (୯୩)ର ବୁଧବାର ସକାଳେ ପରଲୋକ ଘଟିଛି। ସେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ନିଜ ପୁଅଙ୍କ ବାସଭବନରେ ରହୁଥିଲେ। ଗତ ସପ୍ତାହରେ ତାଙ୍କର ହୃଦ୍‌ଘାତ ହେବାରୁ ଏକ…

ଟ୍ରଲିରେ ବୁହାହେଲା ମୃତଦେହ

ଭଞ୍ଜନଗର,୮।୧(ଡି.ଏନ.ଏ)- ପୁଣି ମୃତଦେହକୁ ଅସମ୍ମାନ। ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲରେ ଜଣେ ଯୁବତୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକେ ବୁଧବାର ଟ୍ରଲିରେ ବୋହି ନେଇଥିବା ଜଣାପଡିଛି। ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନଜଣାଇ ମୃତଦେହ ନେଇ ଯାଇଥିବା ମେଡିକାଲ ପକ୍ଷରୁ…

ରଙ୍ଗେଇଲୁଣ୍ଡା ବ୍ଲକ: ଚିହ୍ନଟ ହେଲେ ନକଲି ଶିକ୍ଷୟିତ୍ରୀ

ଗୋପାଳପୁର,୮।୧- ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀଙ୍କର ସିଟି ସାର୍ଟିଫିକେଟ ବୁଧବାର ଯାଞ୍ଚ ପରେ ନକଲି ଜଣାପଡିଛି। ଶିକ୍ଷୟିତ୍ରୀ ଜଣକ ହେଲେ ଭାରତୀ ଲକ୍ଷ୍ମୀ ମିଶ୍ର। ଏନେଇ ଗୋପାଳପୁର ଥାନାରେ ରଙ୍ଗେଇଲୁଣ୍ଡା ବିଇଓ ଡ.…

ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେବା ଘଟଣା: କମ୍ପ୍ୟୁଟର ସେଣ୍ଟର ସିଲ୍‌, ମାଲିକ ଅଟକ

ବେଗୁନିଆପଡ଼ା,୮ା୧(ଡି.ଏନ.ଏ.): ଜଣେ ବ୍ୟକ୍ତିଙ୍କ ଚାକିରି ନିମନ୍ତେ ଜାଲ୍‌ ଜାତିଗତ ପ୍ରମାଣପତ୍ର ପ୍ରସ୍ତୁତ କରିଥିବା କମ୍ପ୍ୟୁଟର ସେଣ୍ଟର ମାଲିକଙ୍କୁ ମଙ୍ଗଳବାରଠାରୁ ଅଟକ ରଖାଯାଇଛି। କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ବେଗୁନିଆପଡ଼ା ବଜାର ଉପରେ ଥିବା ଉକ୍ତ କମ୍ପ୍ୟୁଟର ସେଣ୍ଟରକୁ ସିଜ୍‌ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri