ଭଞ୍ଜନଗର,୮।୧(ଡି.ଏନ.ଏ)- ପୁଣି ମୃତଦେହକୁ ଅସମ୍ମାନ। ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲରେ ଜଣେ ଯୁବତୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକେ ବୁଧବାର ଟ୍ରଲିରେ ବୋହି ନେଇଥିବା ଜଣାପଡିଛି। ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନଜଣାଇ ମୃତଦେହ ନେଇ ଯାଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି।ପ୍ରକାଶ ଯେ, ଗଞ୍ଜାମ ଜିଲା ଭଞ୍ଜନଗର ସହର ଭେଜିପୁଟର ଜଣେ ଯୁବତୀ ମଙ୍ଗଳବାର ଅପରାହ୍ନରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସେ ହେଲେ ରଞ୍ଜିତା ନାୟକ (୨୨)। ଭଞ୍ଜନଗର ମେଡିକାଲରେ ବୁଧବାର ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକେ ମୃତଦେହକୁ ୫ଶହ ମିଟର ଦୂର ତାଙ୍କ ଘରକୁ ଟ୍ରଲିରେ ବୋହି ନେଇଥିଲେ। କେଉଁ ପରିସ୍ଥିତିରେ ଟ୍ରଲିରେ ମୃତଦେହ ନେଲେ ତାହା ଜଣାପଡିନାହିଁ। ମେଡିକାଲ ପକ୍ଷରୁ କୁହାଯାଇଛି ଯେ, ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମେଡିକାଲରେ ମହାପ୍ରୟାଣ ଗାଡି ରହିଛି। ମାତ୍ର ଗାଡି ପାଇଁ ଆମକୁ ନ ଜଣାଇ ମୃତଦେହ ଟ୍ରଲିରେ ନେଇଯାଇଥିବା ପରେ ଆମେ ଜାଣିବାକୁ ପାଇଲୁ।
୫୫ ବର୍ଷ ପରେ କ୍ରିକେଟ୍ରେ ଘଟିଲା ଚମତ୍କାର: ବଡ଼ କାରନାମା କଲେ ଏହି କ୍ରିକେଟର୍
ଲାହୋର,୨୬।୧୦: ଖରାପ ଫର୍ମ ଦେଇ ଗତି କରୁଥିବା ପାକିସ୍ତାନ କ୍ରିକେଟ ଦଳକୁ ଟ୍ରାଇ ସିରିଜ୍ରେ ମିଳିଛି ବଡ଼ ଆଶ୍ୱସ୍ତି। ସୋମବାର ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନ ଇଂଲଣ୍ଡକୁ ମାତ୍ର…
ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ, ୮ ଟ୍ରେନ୍ ବାତିଲ କଲା SCoR
ଭୁବନେଶ୍ୱର, ୨୬ା୧୦: ବାତ୍ୟା ‘ଅର୍ଣ୍ଣବ’ ପାଇଁ ୮ଟି ଟ୍ରେନ ବାତିଲ କରାଯାଇଛି । ସେହିପରି ୨ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ଏନେଇ ସାଉଥ୍ କୋଷ୍ଟ…
ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା ପୋତିପକାଇଲେ ଶୁଭେନ୍ଦୁ ଅଧିକାରୀ: କଲେ ଏମିତି ଅନୁରୋଧ
କୋଲକାତା,୨୬।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରେଳମନ୍ତ୍ରୀ କେବଳ କଥାରେ ନୁହେଁ, ବରଂ କାମରେ ବିଶ୍ୱାସ…
ଦୁର୍ଭାଗ୍ୟଶାଳୀ ଏହି ୩ ଭାରତୀୟ ବ୍ୟାଟର: ୧୦ ବର୍ଷ ମଧ୍ୟରେ ୩ ଥର ଘଟିଛି ଏଭଳି ଘଟଣା
ନୂଆଦିଲ୍ଲୀ,୨୬।୧୦:ଭାରତ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ପ୍ରଥମ ଅନୌପଚାରିକ ଟେଷ୍ଟ ମ୍ୟାଚ ଖେଳାଯାଉଛି। ନ୍ୟୁଜିଲାଣ୍ଡ ମାଟିରେ ଚାଲିଥିବା ଏହି ମୁକାବିଲାରେ ଭାରତୀୟ ବ୍ୟାଟର ଦେବଦତ୍ତ ପଡିକଲ ଦ୍ୱିଶତକଠାରୁ ମାତ୍ର…
E100 ଇନ୍ଧନକୁ ସରକାରଙ୍କ ମଞ୍ଜୁରୀ, ଏହି ଗାଡ଼ିରେ ହେବ ବ୍ୟବହାର
ନୂଆଦିଲ୍ଲୀ,୨୬।୧୦: ଭାରତରେ ଇଥାନଲ୍ ମିଶ୍ରିତ ଇନ୍ଧନର ବ୍ୟବହାରକୁ ଆହୁରି ବଢ଼ାଇବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ…
ମହିଳା କର୍ମଚାରୀଙ୍କ ଏମିତି କଥା ଶୁଣି ହସିଲେ ମୋଦି: କହିଲେ, ଯୋଗୀ ଜୀଙ୍କୁ ଧନ୍ୟବାଦ ଦିଅ’, ଜାଣନ୍ତୁ କ’ଣ ଘଟିଲା
ବାରାଣସୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବାରାଣସୀ ଗସ୍ତରେ ଯାଇ ଅରବିନ୍ଦ ଲିମିଟେଡ୍ର ନୂତନ ପୋଷାକ ନିର୍ମାଣ ୟୁନିଟ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ…
ରାୟଗଡ଼ାରେ ଜନନୀ ଯନ୍ତ୍ରଣା, ମୃତ ସନ୍ତାନ ଜନ୍ମ ଦେଲେ ପ୍ରସୂତି
କାଶୀପୁର,୨୬।୧୦(ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ୫ଦିନ ମଧ୍ୟରେ ୨ଟି ଘଟଣା ଜିଲାର ସ୍ବାସ୍ଥ୍ୟ ସେବାର ଚିତ୍ରକୁ ସ୍ପଷ୍ଟ…
୪ ହଜାର କୋଟି ଟଙ୍କାର ଫିଲ୍ମ କରିବାକୁ ଏମିତି ପନ୍ଥା ଆପଣାଇଥିଲେ ସାଇ ପଲ୍ଲବୀ: ଖୋଲିଲେ ସିକ୍ରେଟ୍
ନୂଆଦିଲ୍ଲୀ,୨୬।୧୦: ପାଖାପାଖି ୪ ହଜାର କୋଟି ବଜେଟ୍ରେ ନିର୍ମିତ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ମାତା ସୀତାଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସାଇ ପଲ୍ଲବୀ। ଏହି ଭୂମିକାକୁ…

