ଗଞ୍ଜାମ

ମିନି ବସ୍‌ ଓଲଟିଲା: ୧ ମୃତ, ୧୫ରୁ ଉର୍ଦ୍ଧ୍ୱ ଆହତ

ଆସିକା,୭ା୧୧(ଡି.ଏନ୍‌.ଏ.)- ଗାଙ୍ଗପୁର ଥାନା ବୋରି ନିକଟରେ ବୁଧବାର ରାତି ପ୍ରାୟ ୧୧ଟାରେ ଏକ ମିନିବସ୍‌ ରାସ୍ତା କଡକୁ ଓଲଟି ପଡିଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକ ହେଲେ ଭଞ୍ଜନଗର ନିକଟସ୍ଥ ତନରଡା...

କାର୍ତ୍ତିକ ମାସରେ ସ୍କୁଲରେ ଅଣ୍ଡା ମନା, ଛାତ୍ରୀଛାତ୍ର ଆଣିଲେ ଅଭିଯୋଗ

ଜଗନ୍ନାଥପ୍ରସାଦ,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ପଞ୍ଚୁଭୂତି ଗ୍ରାମର ଉପ୍ରା ବିଦ୍ୟାଳୟରେ ଗତ କିଛିଦିନ ଧରି ଅନିୟମିତତା ନେଇ ଅଭିଯୋଗ ହୋଇଆସୁଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ସ୍କୁଲରେ ନିମ୍ନମାନର ଖାଦ୍ୟ ଯୋଗାଣ, ଛାତ୍ରୀଛାତ୍ର...

ପୁରୁଷୋତ୍ତମପୁରରେ ପ୍ରଥମ ମହିଳା ପୋଲିସ ଅଧିକାରୀ: ଏସ୍‌ଡିପିଓ ଭାବେ ଯୋଗ ଦେଲେ ସୀମା ସ୍ବାଇଁ

ପୁରୁଷୋତ୍ତମପୁର, ୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏସ୍‌ଡିପିଓ ଭାବେ ୨୦୧୫ ବ୍ୟାଚର ଓପିଏସ୍‌ ପାଇଥିବା ଅଫିସର ସୀମା ସ୍ବାଇଁ ଗୁରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଟ୍ରେନିଂସାରବା ପରେ ପ୍ରଥମେ ସେ ଏଠାରୁ କାର୍ଯ ଆରମ୍ଭ କରୁଛନ୍ତି। ୧୯୩୬ ମସିହାରେ...

ଝଗଡ଼ା ସମାଧାନ କରିବାକୁ ଯାଇ ଖାଇଲେ ମାଡ଼ : ଥାନାରେ ମାମଲା, ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗ୍ରାମର ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ସମାଧାନ କରିବାକୁ ଯାଇ ତୃତୀୟ ବ୍ୟକ୍ତି ମାଡ଼ ଖାଇବା ଘଟଣା ଚର୍ଚ୍ଚା ପାଲଟିଛି। ଆଙ୍କୋରଡ଼ା ଗ୍ରାମର ଦେବ ନାଇକଙ୍କୁ ରୁନା ନାଇକ ନିସ୍ତୁକ...

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ : ଥାନାରେ ମାମଲା

ଦିଗପହଣ୍ଡି,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଯୁକ୍ତ ୨ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ସେହି ଗାଁର ମିଥୁନ ସାହୁ (୨୨) କେଉଁଆଡ଼େ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଗୁରୁବାର ଛାତ୍ରୀଙ୍କ ବାପା ଏନେଇ କେ....

ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ପଦବୀ ଖାଲି; ବିଚାର ପ୍ରକ୍ରିୟାରେ ବିଳମ୍ବ

ବ୍ରହ୍ମପୁର ଅଫିସ,୭ା୧୧: ବ୍ରହ୍ମପୁର ଜିଲା କୋର୍ଟରେ ସ୍ବତନ୍ତ୍ର ଭାବେ ଓପିଆଇଡି କୋର୍ଟ ରହିଛି। ଦକ୍ଷିଣ ଓଡ଼ିଶାର ୧୦ ଜିଲା ପାଇଁ ଏହି କୋର୍ଟ ରହିଥିବା ବେଳେ ଏଠାରେ ଏବେ ବିଚାରପତି ପଦବୀ ଖାଲି ରହିଛି। ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର...

ଗୁଣ୍ଡିରିବାଡି, ତେନ୍ତୁଳିଆରେ ଲାଗିଲା ଟ୍ରାପ୍‌ କ୍ୟାମେରା

ଭଞ୍ଜନଗର,୭।୧୧(ଡି.ଏନ.ଏ)-ଗତମାସ ୯ ତାରିଖରେ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡି ଗ୍ରାମ ନିକଟସ୍ଥ ଲଣ୍ଡେଇହିଲ୍‌ ପାହାଡ ନିକଟରୁ ଏକ ବାଘୁଣୀର ପାଦ ଚିହ୍ନ ମିଳିବାପରେ ଉକ୍ତ ଜଙ୍ଗଲରେ ବାଘ ଥିବା ପ୍ରମାଣ ମିଳିଥିଲା। ମାସେ ମଧ୍ୟରେ ବାଘୁଣୀଟି ଛାମୁଣ୍ଡା, କୁମୁଣ୍ଡା, ଲଣ୍ଡେଇହିଲ୍‌ ଅଞ୍ଚଳରେ...

ଜମି କିଣିବା ନାଁରେ ୧୫ ଲକ୍ଷ ଠକେଇ; ୧୦ ବର୍ଷ ପରେ ଜମି ପାଇଲେ ମହିଳା

ଗୋପାଳପୁର,୭ା୧୧-ଜଣେ ମହିଳାଙ୍କ ନାଁରେ ଜମି କିଣିବା ପାଇଁ ସମ୍ପର୍କୀୟ ଭାଇ ମହିଳାଙ୍କଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ। ପରେ ଜମି କିଣି ସମ୍ପୃକ୍ତା ମହିଳାଙ୍କ ନାଁରେ ନ କରି ନିଜ ଭଣଜାଙ୍କ ନାଁରେ କରି ଦେଇଥିଲେ। ଏ ନେଇ ଦୀର୍ଘ...

ଆଇଆର୍‌ଡିଏ ଅଧିକାରୀ ପରିଚୟ; ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ବଢୁଛି ସାଇବର କ୍ରାଇମ୍‌

ଗୋପାଳପୁର,୭ା୧୧-ଆଇଆର୍‌ଡିଏ (ଇନ୍‌ସ୍ୟୁରାନ୍ସ ରେଗୁଲେଟାରି ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି)ର ଅଧିକାରୀ ପରିଚୟ ଦେଇ ଅନ୍‌ଲାଇନ୍‌ରେ ଗଞ୍ଜାମ ଜିଲା ଗୋପାଳପୁର ଥାନା ଡୁରା ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହାର ଶିକାର ହୋଇଛନ୍ତି...

ଧରାକୋଟ ବ୍ଲକ ନକଲି ସାର୍ଟିଫିକେଟ୍‌ରେ ନିଯୁକ୍ତି; ଧରାପଡ଼ିଲେ ଆଉ ୩ ଶିକ୍ଷକ

ବ୍ରହ୍ମପୁର ଅଫିସ୍‌,୭ା୧୧-ନିଯୁକ୍ତି ବେଳେ ନକଲି ସାର୍ଟିଫିକେଟ୍‌ ଦେଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଆଉ ୩ ଜଣ ଶିକ୍ଷକ ନକଲି ସାର୍ଟିଫିକେଟ୍‌ ଦେଇ ଧରାପଡ଼ିଛନ୍ତି। ବୁଧବାର ଏନେଇ ଜିଲା ଶିକ୍ଷା ଅଧିକାରୀ...

ଉନ୍ନୟନ କାର୍ଯ୍ୟର ତଦାରଖ କଲେ ଶକ୍ତି ସଚିବ

ହିଞ୍ଜିଳିକାଟୁ,୬ା୧୧(ଡ଼ି.ଏନ.ଏ): ସରକାରଙ୍କ ୫ଟି ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳରେ ପହଞ୍ଚତ୍ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ତାଙ୍କ ସହ ଗଞ୍ଜାମ ଜିଲାପାଳ...

ଶୁଦ୍ଧିକ୍ରିୟା ପାଇଁ ଟଙ୍କା ଧାର କରି ଫେରିଲେ ବାପା

ଭଞ୍ଜନଗର,୬।୧୧(ଡି.ଏନ.ଏ.): ସୁରଟର ଏକ ରାସ୍ତା ଦୁର୍ଘଟଣାରେ ଭଞ୍ଜନଗର ନିକଟସ୍ଥ ଲଣ୍ଡେଇସାହିର ସୁରଜ ବେହେରାଙ୍କ ଜୀବନ ଚାଲିଗଲା ସତ କିନ୍ତୁ ସେ ବଞ୍ଚାଇଦେଲ ଆଉ ୬ଜଣଙ୍କ ଜୀବନ। ଏହା କେବଳ ସୁରଜଙ୍କ ପିତା ବାବୁଲିଙ୍କ ଯୋଗୁ ସମ୍ଭବ ହୋଇଛି। କିନ୍ତୁ ବୁଧବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri