ଗଞ୍ଜାମ

ଦମ୍ପତିଙ୍କୁ ଆକ୍ରମଣ କରି ଲୁଟିନେଲେ ସୁନା ଅଳଙ୍କାର

ବେଗୁନିଆପଡ଼ା,୧୨ା୭: ଗଞ୍ଜାମ ଜିଲା ସୀମାନ୍ତ ତଥା ଖୋର୍ଦ୍ଧା ଜିଲା ବାଣପୁର ଥାନା ଶାଳିଆ ଡ୍ୟାମ ନିକଟରେ ଦୁର୍ବୃତ୍ତମାନେ ଦମ୍ପତିଙ୍କୁ ଆକ୍ରମଣ କରି ସୁନା ଅଳଙ୍କାର ଲୁଟି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ, ବେଗୁନିଆପଡ଼ା ଫାଣ୍ଡି ପି. ନୂଆଗାଁ ଗ୍ରାମର କଲ୍ୟାଣ କୁମାର…

ରଥ ଟଣା ବନ୍ଦ: ରୀତିନୀତି ରେ ପୂଜା ପାଇଲେ ୩ ଠାକୁର

ପୁରୁଷୋତ୍ତମପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ରଥଯାତ୍ରା ବନ୍ଦ ହୋଇଯାଇଥିବା ବେଳେ କେବଳ ପରମ୍ପରା ଅନୁସାରେ ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ତତ୍ତ୍ୱାବଧାନରେ ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ସମେତ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ…

ଅଡିଟ ପରେ ଗଞ୍ଜାମରେ ବଢୁଛି ମୃତ୍ୟୁ ସଂଖ୍ୟା

ଛତ୍ରପୁର,୧୨।୭(ଡି.ଏନ୍‌.ଏ.): ଅଡିଟ ପରେ ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ଜିଲାରୁ ଆଉ ୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଅଡିଟ ପରେ ଘୋଷଣା ହୋଇଛି। ଏହା ଦିନକର ନୁହେଁ, ପୂର୍ବରୁ ହୋଇଥିବା ମୃତ୍ୟୁ ଘୋଷଣା…

୧୦ ବ୍ଲକ, ୮ ସହରରେ ଅଭାବ ଦ୍ୱିତୀୟ ଡୋଜ ଟିକା: ଗଡ଼ିଲାଣି ଅବଧି ତାରିଖ

ଛତ୍ରପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଟିକାର ଅଭାବ ଲାଗି ରହିଛି । ଶନିବାର ଜିଲାର ମାତ୍ର ୪ଟି କେନ୍ଦ୍ରରେ ଟିକା ଦିଆଯାଇଥିଲା। ତେବେ ରବିବାର ଜିଲାର ୨୨ ବ୍ଲକ ମଧ୍ୟରୁ ୧୦ ଟି ବ୍ଲକ ଏବଂ ୧୮ ସହରାଞ୍ଚଳରୁ ୮ ସହରରେ…

ପୁଣି କୂଳ ଲଙ୍ଘିଲା, ୩ ଘର ଭାଙ୍ଗିଲା

ଗୋପାଳପୁର,୧୨ା୭:ଗତ କିଛି ବର୍ଷ ଧରି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ ସମୁଦ୍ର ଜୁଆର ମାଡ଼ିଆସି ବହୁ ଧନ ସମ୍ପତ୍ତି ନଷ୍ଟ କରୁଛି। ଗତ ୧ ତାରିଖରେ ସମୁଦ୍ରରେ ଜୁଆର ଆସି ତିନୋଟି ଘର ଭାଙ୍ଗି ଯାଇଥିଲା। ରବିବାର ପୁଣି…

ଗାଁକୁ ମାଡ଼ି ଆସିଲା ସମୁଦ୍ର ଜୁଆର

ଗୋପାଳପୁର,୧୧।୭: ଗତ କିଛି ବର୍ଷ ଧରି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ ସମୁଦ୍ର ଜୁଆର ମାଡ଼ିଆସି ବହୁ ଧନ ସମ୍ପତ୍ତି ନଷ୍ଟ କରୁଛି। ଗତ ୧ ତାରିଖରେ ସମୁଦ୍ରରେ ଜୁଆର ଆସି ୩ଟି ଘର ଭାଙ୍ଗିଯାଇଥିଲା। ରବିବାର ପୁଣି…

ଯୌତୁକ ପାଇଁ ବଧୂ ହତ୍ୟା: ଜେଲଗଲେ ଶାଶୁ, ଶ୍ୱଶୁର, ନଣନ୍ଦ

ବ୍ରହ୍ମପୁର ଅଫିସ,୧୧।୭: ବ୍ରହ୍ମପୁର ସଦର ଥାନା ପୋଲିସ ରବିବାର ଏକ ଯୌତୁକ ଜନିତ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୃତ ମନ୍ଦାକିନି ସ୍ବାଇଁଙ୍କ ଶାଶୁ ଝୁନୁ ସ୍ବାଇଁ, ଶ୍ୱଶୁର ଜଳନ୍ଧର ସ୍ବାଇଁ ଓ ନଣନ୍ଦ…

ଗଞ୍ଜାମରେ ଅଡିଟ ପ୍ରଭାବ: କରୋନା ଜନିତ ମୃତ୍ୟୁ ୩୭୯କୁ ବୃଦ୍ଧି

ଛତ୍ରପୁର,୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି ଜିଲାର ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଅଡିଟ ପରେ ସୂଚନା ଦିଆଯାଇଛି। ତେବେ ଅଡିଟ ପରେ ଏହି ମୃତ୍ୟୁ ସଂଖ୍ୟା ବଢୁଛି। ଏହା…

୪ ଜୀବନ ନେଲା ଦୁର୍ଘଟଣା

ଭଞ୍ଜନଗର/ବାଲିଗୁଡ଼ା,୧୦ା୭: ଗଞ୍ଜାମ ଓ କନ୍ଧମାଳ ଜିଲାରେ ବାଇକ୍‌ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର ଖ୍ରୀଷ୍ଟିୟାନ ସାହିର ଅଭିଷେକ୍‌ ଗୌଡ଼, କଇଣ୍ଡିର ଆଲୋକ ସ୍ବାଇଁ ଓ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କୁଟିକିଆ ଅଞ୍ଚଳର…

ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବାକୁ ମିଳିଲା ସ୍ବୀକୃତି: ଆରମ୍ଭ ହେବ ନାମଲେଖା

ପୁରୁଷୋତ୍ତମପୁର,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଭାଟକୁମରଡା ଆଦର୍ଶ ବିଦ୍ୟାଳୟକୁ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବା ପାଇଁ ଓଡିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ସ୍ବୀକୃତି ମିଳିଛି। ଯାହାଦ୍ବାରା ଚଳିତ ବର୍ଷ (୨୦୨୧-୨୨) ଶିକ୍ଷା ବର୍ଷରେ ଛାତ୍ରୀଛାତ୍ରମାନେ ନାମ ଲେଖାଇପାରିବେ।…

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା

ଭଞ୍ଜନଗର,୧୦।୭(ଡି.ଏନ୍‌.ଏ.): ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାରେ ଶୁକ୍ରବାର ରାତିରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଅଭିଷେକ ଗୌଡ଼ ଓ ଆଲୋକ ସ୍ବାଇଁ। ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ତଦନ୍ତ…

ଛତ୍ରପୁର ବ୍ଲକ ଘେରିଲା ଭାଜପା

ଛତ୍ରପୁର,୯।୭(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ଭାଜପା ପକ୍ଷରୁ ଶୁକ୍ରବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଘେରାଉ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଏହି ଘେରାଉ ହୋଇଛି। ଏହା ସହ ଏହାର ତଦନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?