ଗଞ୍ଜାମ

ଗଞ୍ଜାମ ବ୍ଲକର ଅଧିକାଂଶ ଗ୍ରାମ ପାଣି ଘେରରେ

ଗଞ୍ଜାମ,୧୫।୧୦(ଡି.ଏନ.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ବ୍ଲକ ଅଂଚଳର ବିଭିନ୍ନ ଗ୍ରାମ ପାଣି ଘେରରେ ଥିବା ଦେଖିବାକୁ ମିଳିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଋଷୁକୁଲ୍ୟା ନଦୀରେ ବନ୍ୟା ଜଳ ପ୍ରଭାହିତ…

ପିଲିବନ୍ଧର ଗାର୍ଡଓ୍ବାଲ ଧସିଲା

ଛତ୍ରପୁର,୧୫ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ଥିବା ବ୍ରିଟିଶ ଅମଳର ପିଲିବନ୍ଧର ଗାର୍ଡୱାଲ ଗୁରୁବାର ଧସିଯାଇଛି। ବର୍ଷକ ତଳେ ନୂଆ କରି ଉକ୍ତ ଗାର୍ଡଓ୍ବାଲ ନିର୍ମାଣ କରାଯାଇଥିଲା ା ନିମ୍ନମାନର କାମ ଯୋଗୁ ନିର୍ମାଣର ବର୍ଷକ ପରେ ଉକ୍ତ ଗାର୍ଡଓ୍ବାଲ ଧସିଯାଇଛି…

କରୋନାରେ ଆଖିବୁଜିଲେ ପ୍ରଧାନଶିକ୍ଷକ; ଶୋକପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧୫।୧୦(ଡି.ଏନ.ଏ.) ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ସରକାରୀ ହାଇସ୍କୁଲର ନବନିଯୁକ୍ତ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ କରୋନାରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ପରଲୋକ ଖବର ପାଇ ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ,…

ହିନ୍ଦୀ ଶିକ୍ଷକଙ୍କ ଘରୁ ୪ କୋଟି ୯୩ ଲକ୍ଷର ସମ୍ପତ୍ତି ଠାବ

ବ୍ରହ୍ମପୁର ଅଫିସ,୧୪ା୧୦- ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ବୈକୁଣ୍ଠନଗରରେ ରହୁଥିବା ଜଣେ ଶିକ୍ଷକଙ୍କ ଘରେ ବୁଧବାର ଚଢାଉ କରିଛି। ଝାଡ଼ାଙ୍କୋଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ…

ଗାଁରେ ପଶିଲା ନାଳପାଣି: ୨ ଦିନ ହେଲା ଲୋକେ ଜଳବନ୍ଦୀ

ଦିଗପହଣ୍ଡି,୧୪।୧୦(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରିରହିଛି । ବର୍ଷା ପ୍ରଭାବରେ ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗାଁ ବୋଇରାଣୀ ନାଳର ବଢ଼ିପାଣି ନିଷ୍କାସନ ହୋଇ ନ ପାରି ଗାଁ ଭିତରେ ପଶିଯିବାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର…

ଋଷିକୂଲ୍ୟା ଜଳସ୍ତର ବଢୁଛି: ଗାଁରେ ପଶିଲା ପାଣି, ବିଡିଓ କଲେ ଅନୁଧ୍ୟାନ

ଗଞ୍ଜାମ,୧୪ା୧୦(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଦ୍ୱାରା ଋଷିକୁଲ୍ୟା ଜଳସ୍ତର ବଢୁଛି। ଏହି ନଦୀ ଜଳ ଓ ବର୍ଷାପାଣି ଗଞ୍ଜାମ ବ୍ଲକ ଗୋଖରକୁଦା ଗ୍ରାମରେ ବୁଧବାର ଦୁଇ ଫୁଟ ଉଚ୍ଚରେ ଲହଡ଼ି ମାରୁ ଥିବା…

ବର୍ଷାଜଳ ଘରେ ପଶିବା ଭଳି ପରିସ୍ଥିତି: ନିଆଗଲା ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ

ଗଞ୍ଜାମ,୧୪।୧୦(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ବର୍ଷାଜଳ ଜମି ରହିଛି। ଏହ ଘରେ ପଶିବା ଭଳି ପରିସ୍ଥିତି ଉପୁଜିଥିଲା। ଏ ନେଇ ଏନ୍‌ଏସି ପ୍ରଶାସନକୁ ଗ୍ରାମବାସୀ ଅଭିଯୋଗ କରିବାରୁ ବୁଧବାର…

ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର ଅଫିସ ,୧୪।୧୦ – ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ବୈକୁଣ୍ଠନଗରରେ ରହୁଥିବା ଜଣେ ଶିକ୍ଷକଙ୍କ ଘରେ ବୁଧବାର ଚଢାଉ କରାଯାଇଛି। ଶିକ୍ଷକ ଭୁବନାନନ୍ଦ ସାହୁ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ…

ଗଞ୍ଜାମ, ଗଜପତିରେ ଧସିଲା ପାହାଡ଼

ପାତ୍ରପୁର/ଦିଗପହଣ୍ଡି/ଚିକିଟି/ଶେରଗଡ଼,(ଡି.ଏନ୍‌.ଏ.)/ପାରଳାଖେମୁଣ୍ଡି, ୧୩ା୧୦(ସ୍ବ.ପ୍ର.)-ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲାରେ ସୋମବାରଠାରୁ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ…

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ଯୋଗୁ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ପଞ୍ଚାୟତ ବଉଳଘାଇ ଗ୍ରାମର ସିନ୍ଧୁ ସ୍ବାଇଁଙ୍କ ଘରକାନ୍ଥ ମଙ୍ଗଳବାର ସକାଳେ ଭୁଶୁଡି…

ବାହୁଦା ନଦୀରେ ବନ୍ୟାଜଳ: ବିପଦ ଘେରରେ ୮ ଗାଁ

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବାହୁଦା ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି। ଏ ନେଇ ଦିଗପହଣ୍ଡି ବ୍ଲକ ଅଧୀନ ଚୌଧୁରୀ ଟିକରପଡ଼ା, ବଜ୍ରଗୁମ୍ମା, ଢେପାପେଣ୍ଠ, ସମାସୀଙ୍ଗି ଶାସନ, ଧାନ୍ୟରାଶି, ପତ୍ରଚୁଡି ସମେତ ଚିକିଟି ବ୍ଳକର ନୂଆପଡ଼ା, ପୁହୁଣ୍ଡି ପ୍ରଭୃତି ଗ୍ରାମ ବିପଦ ଘେରରେ…

ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର: ଅଞ୍ଚଳରେ ୮୩ ମି.ମି. ବର୍ଷା

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର ରହିଛି। ଡ୍ୟାମର ଜଳଧାରଣା କ୍ଷମତା ୧୧୭.୮୦ ମିଟର ଥିବା ବେଳେ ମଙ୍ଗଳବାର ସକାଳ ୬ ଟା ସୁଦ୍ଧା ଜଳପତ୍ତନ ୧୧୫.୨୦ ମିଟରରେ ପହଞ୍ଚିଛି। ଗତ ୨୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri