ସମ୍ଭାବ୍ୟ ମହାବାତ୍ୟା ‘ଅମ୍ପନ’ର ମୁକାବିଲା ପାଇଁ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଲା ସ୍ବେଛାସେବୀ ସଂଗଠନ
ଗଞ୍ଜାମ,୧୯।୫(ଡି.ଏନ୍.ଏ.): ମହାମାରୀ କରୋନା ପରେ ସାମୁଦ୍ରିକ ଝଡ଼ ବାତ୍ୟା ‘ଅମ୍ପନ’ ପାଇଁ ଚିନ୍ତିତ ହୋଇପଡିଛନ୍ତି ଗଞ୍ଜାମ ଜିଲାବାସୀ। ତେବେ ସହରର ଏକ ସ୍ବେଛାସେବୀ ସଂଗଠନ ଏହାର ମୁକାବିଲା ନିମନ୍ତେ ପ୍ରଶାସନକୁ ସହଯୋଗ ପାଇଁ ହାତ ବଢ଼ାଇଛି। ଏ ନେଇ କାଇଁଚପୁର...
ମାସ୍କ, ସାମାଜିକ ଦୂରତ୍ୱ ନିୟମକୁ କଡାକଡି କଲେ ତହସିଲଦାର
ଗଞ୍ଜାମ, ୧୯।୫(ଡି.ଏନ୍.ଏ.): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି l ଏଥିପାଇଁ ସରକାର ଲକ୍ଡାଉନ ଅବଧିକୁ ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି। ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି।...
ସିବିଆଇ ତଦନ୍ତ ଦାବିକଲା କଂଗ୍ରେସ :ସୁରଟରେ ସତ୍ୟଙ୍କ ମୃତ୍ୟୁ ଘଟଣା
ଭଞ୍ଜନଗର, ୧୯ା୫(ଡି.ଏନ୍.ଏ.)-ଭଞ୍ଜନଗର ଥାନା ବାରୁଡ଼ାର ସତ୍ୟବାନ ସ୍ବାଇଁଙ୍କୁ ସୁରାଟ ପୋଲିସ ଗତ ଗୁରୁବାର ପିଟି ପିଟି ମାରି ଦେବା ଘଟଣାକୁ ୫ଦିନ ବିତିଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏଭଳି ସ୍ଥିତିରେ ସୋମବାର କଂଗ୍ରେସ ପକ୍ଷରୁ ଘଟଣାର...
ଗୁଟ୍ଖା କାରଖାନାରେ ଚଢ଼ାଉ
ହିଞ୍ଜିିଳିକାଟୁ, ୧୯ା୫(ଡି.ଏନ୍.ଏ.)-ହିଞ୍ଜିଳିକାଟୁ ଥାନା ପଲାସୀ ଗ୍ରାମରେ ଏକ ଗୁଟ୍ଖା କାରଖାନା ଉପରେ ରବିବାର ମଧ୍ୟରାତ୍ରିରେ ପୋଲିସ ଚଢ଼ାଉ କରିଛି। ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱର ଟିମ୍ ଚଢ଼ାଉ କରିବା ସହ ପ୍ରାୟ ୨୦ଲକ୍ଷ ଟଙ୍କାର ଗୁଟ୍ଖା ନିର୍ମାଣ ପାଇଁ...
ବିରୋଧରୁ ଫେରିଗଲା ପ୍ରବାସୀଙ୍କ ବସ୍
ଗୋପାଳପୁର,୧୯ା୫- କରୋନା ଭାରତରେ ଭୟଙ୍କର ରୂପେ ଧାରଣ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଅନ୍ୟପଟେ ଗଞ୍ଜାମ ଜିଲାକୁ ବହୁ ପ୍ରବାସୀ ଫେରୁଛନ୍ତି। ଗଞ୍ଜାମ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରବିବାର...
ଦୁଇ ବାଇକ୍ ମୁହଁ।ମୁହିଁ:୨ ଜୀବନ ଗଲା
ଭଞ୍ଜନଗର,୧୯।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କାଠଚିରା ନିକଟରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହଁ। ମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନୟାଗଡ଼ ଜିଲା...
କ୍ୱାରାଣ୍ଟାଇନ୍ ସେଣ୍ଟରକୁ ଗଲା ମଦ, ଜଣେ ଗିରଫ
ଶେରଗଡ଼,୧୮ା୫(ଡି.ଏନ୍.ଏ.)-ଗଞ୍ଜାମ ଜିଲାର ସମସ୍ତ କ୍ୱାରାଣ୍ଟାଇନ୍ ସେଣ୍ଟର ୧୦୦ ମିଟର ମଧ୍ୟରେ ଧାରା ୧୪୪ ଲାଗୁ ହୋଇଛି। ଏହାସତ୍ତ୍ୱେ ବି ଅନ୍ତେବାସୀଙ୍କ ନିକଟରେ ବାହାର ଜିନିଷ ପହଞ୍ଚୁଥିବା ଦେଖାଯାଉଛି। ସୋମବାର ଶେରଗଡ଼ ବ୍ଲକ ବନ୍ଧାଗୁଡ଼ା ଗ୍ରାମ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍ ସେଣ୍ଟରରେ...
ଧାନ ବିକ୍ରିର ୪ ମାସ ବିତିଲା, ମିଳିନି ଟଙ୍କା
ଛତ୍ରପୁର,୧୮ା୫(ଡି.ଏନ୍.ଏ.)-ପାତ୍ରପୁର ବ୍ଲକ ଅନ୍ତର୍ଗତ ପଦାଦିଗି ଦାମୋଦରପଲ୍ଲୀ ସୋସାଇଟିରେ ଧାନ ବିକ୍ରି କରିବାର ୪ ମାସ ପରେ ବି ଚାଷୀ ଟଙ୍କା ପାଇନାହାନ୍ତି। ଧାନ ବିକ୍ରି କରିବାର ୨୪ ଘଣ୍ଟା ମଧ୍ୟରେ ଅନଲାଇନ୍ରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବା ନିୟମ...
ହୋମ୍ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ: କ୍ୱାରାଣ୍ଟାଇନ ସେଣ୍ଟର ଗଲେ ସମ୍ପୃକ୍ତ ବ୍ୟକ୍ତି
ଛତ୍ରପୁର,୧୮ା୫(ଡି.ଏନ୍.ଏ)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବାସ୍ଥ୍ୟ ଆପ୍। ଜିଲାରେ ହୋମ୍ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କୁ ଏହି ଆପ୍ ଦ୍ୱାରା ମନିଟରିଂ କରାଯାଉଛି। ଉକ୍ତ ଆପ୍ର ଡାଟାରୁ ମିଳିଥିବା ସୂଚନା ପ୍ରକାରେ ଜଣେ ବ୍ୟକ୍ତି ହୋମ୍ କ୍ୱାରାଣ୍ଟାଇନ ନିୟମକୁ...
ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା: ଦିନକରେ ୧୫ ପଜିଟିଭ୍ ଚିହ୍ନଟ, ଗୁଣବନ୍ଧ ଗାଁରୁ ଚାଲିଛି ସ୍ବାବ୍ ସଂଗ୍ରହ
ବ୍ରହ୍ମପୁର ଅଫିସ,୧୮ା୫: ଗଞ୍ଜାମ ଜିଲାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଯୋଗୁ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ଜିଲାରେ ପୁଣି ୧୫ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଶୀର୍ଷ...
ବାଘୁଆ ଜଳଭଣ୍ଡାରରୁ ୨ ଗେଟ୍ ଦେଇ ଜଳ ନିଷ୍କାସନ, ପ୍ରତି ସେକେଣ୍ଡ୍ରେ ୩୧ ଘନମିଟର ଜଳ ନିଷ୍କାସିତ ହେଉଛି
ବୁଗୁଡ଼ା,୧୮ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରରୁ ରବିବାର ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇ ନଦୀରେ ଛଡ଼ାଯାଇଥିବା ଜଣାପଡ଼ିଛି। ଜଳସମ୍ପଦ ବିଭାଗର ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ କ୍ରମେ...
ଘରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ସଙ୍ଗରୋଧରୁ ଆସି ମୁଖାଗ୍ନି ଦେଲେ ପୁଅ
ପୁରୁଷୋତ୍ତମପୁର,୧୭ା୫(ଡି.ଏନ୍.ଏ.)- ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ଗ୍ରାମର ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଶନିବାର ପଡୋଶୀ ଉଦ୍ଧାର କରିଛନ୍ତି। ସେ ହେଲେ ରୋହିଣୀ ଦାଶ (୭୫)। ସୁରଟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିବା ପୁଅ ମୁଖାଗ୍ନି ଦେଇଛନ୍ତି। ରୋହିଣୀଙ୍କ ୨ ପୁଅ...
Archives


