ଗଞ୍ଜାମର ୧୦ ବ୍ଲକରେ ଆଜି ଟିକାକରଣ ବନ୍ଦ
ଛତ୍ରପୁର,୨୪ା୬(ଡି.ଏନ୍.ଏ): ଗଞ୍ଜାମ ଜିଲାରେ ଗତ ୩ ଦିନ ହେଲା ମେଗା କରୋନା ଟିକାକାରଣ ଚାଲିଥିଲା। ତେବେ ଟିକା ଅଭାବ ଯୋଗୁ ଜିଲାର ୨୨ ବ୍ଲକ ମଧ୍ୟରୁ ଗୁରୁବାର ୧୦ଟି ବ୍ଲକରେ ଟିକାକରଣ ବନ୍ଦ ରହିଛି। ସେଥିମଧ୍ୟରେ ସାନଖେମୁଣ୍ଡି, ରଙ୍ଗେଇଲୁଣ୍ଡା, କୁକୁଡାଖଣ୍ଡି, ସୋରଡ଼ା,…
ଦରବୃଦ୍ଧିକୁ ନେଇ ଦିଗପହଣ୍ଡିରେ ପ୍ରତିବାଦ
ଦିଗପହଣ୍ଡି,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ବୁଧବାର ସିପିଆଇ – ସିପିଆଇ(ଏମ) ଏବଂ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ପେଟ୍ରୋଲ ଡିଜେଲ ଖାଇବାତେଲ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ…
ଚାଷୀ ନଥାଇ ଧାନ କିଣା: ୭ ମହିଳା ସଂଘ ନାଁରେ ଅନିୟମିତତା ଅଭିଯୋଗ
ଛତ୍ରପୁର,୨୩।୬(ଡି.ଏନ୍.ଏ): ୨୦୨୦-୨୧ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲାରେ ଧାନ କିଣାରେ ୭ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ଅନିୟମିତତା କରିଥିବା ଯୋଗାଣ ବିଭାଗ ଚିହ୍ନଟ କରିଛି । ପ୍ରକାଶଯୋଗ୍ୟ ୨୦୨୦-୨୧ ଆର୍ଥିକ ବର୍ଷରେ ଉକ୍ତ ୭ ଏସଏଚ୍ଜି ଚାଷୀମାନଙ୍କ ଠାରୁ ଧାନ…
କବିସୂର୍ଯ୍ୟନଗର, କୋଦଳାରେ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ବିଧାୟିକା
ଛତ୍ରପୁର,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। କବିସୂର୍ଯ୍ୟନଗର ଓ କୋଦଳା ଏନ୍ଏସି ପରିସରରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଏଠାରେ…
ଟିକା ପ୍ରମାଣପତ୍ର ନ ଲଗାଇଲେ ଏଥର ଖୋଲିବନି ଦୋକାନ
ଛତ୍ରପୁର,୨୨।୬(ଡି.ଏନ୍.ଏ.): କୋଭିଡର ତୃତୀୟ ଲହରଠାରୁ ବର୍ତ୍ତିବା ପାଇଁ ସମସ୍ତ ଗଞ୍ଜାମ ଜିଲାବାସୀଙ୍କ ଟିକାକରଣ ଜରୁରୀ। ତେଣୁ ଟିକାକରଣ କାର୍ଯ୍ୟକ୍ରମର ସଫଳ ଓ ସଠିକ ପରିଚାଳନା ହେବା ଆବଶ୍ୟକ । ଦୈନିକ ଟିକାକରଣ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରଚେଷ୍ଟା…
ବିଭିନ୍ନ ସ୍ଥାନରେ ଚଢାଉ କଲେ ଏସଡିପିଓ: ୨ ଗିରଫ
ପୁରୁଷୋତ୍ତମପୁର,୨୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ପୁରୁଷୋତ୍ତମପୁର ଥାନା ନନ୍ଦିକ ଗ୍ରାମରେ ଅଚାନକ ଚଢାଉ କରିଥିଲେ। ବେଆଇନ ଭାବେ ମଦ ବିକ୍ରି କରୁଥିବା ନିଳାଞ୍ଚଳ ବେହେରାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ ଡିସ୍ଫ୍ରିଜ ସହ ବିପୁଳ…
ଏମ୍କେସିଜି କୋଭିଡ୍ ହସ୍ପିଟାଲ-୧ ବନ୍ଦ
ଛତ୍ରପୁର,୨୧।୬: ଗଞ୍ଜାମ ଜିଲାର ଯେଉଁ କୋଭିଡ୍ ଚିକିତ୍ସା କେନ୍ଦ୍ରରେ କୌଣସି ରୋଗୀ ନାହାନ୍ତି ସେଗୁଡିକ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁର ଏମ୍କେସିଜି ମେଡିକାଲର ଡିସିଏଚ-୧ ବନ୍ଦ କରି ଡିସିଏଚ-୨କୁ ଚାଲୁ ରଖିବା…
ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା: ୧୩ ଗିରଫ ପରେ ଗାଁ ପୁରୁଷଶୂନ୍ୟ
ଛତ୍ରପୁର,୨୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗ୍ରାମରେ ଶନିବାର ଗୁଣିଆ ସନ୍ଦେହରେ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସଂଘବଦ୍ଧ ଭାବେ ବ୍ରହ୍ମପୁର ଅଞ୍ଚଳର ଏନ୍.ଭେଙ୍କଟ ରମଣ(୫୦)ଙ୍କୁ ପିଟିପିଟି ଜୀବନରେ ମାରିଦେଇଥିଲେ । ଏହାସହ ରାମେୟାପଲ୍ଲୀ ଗ୍ରାମର ପି.ଭୀମରାଜୁ…
ମା’ ସହ ନାବାଳିକାଙ୍କୁ ଗାଁ ରାସ୍ତାରେ ଘୋଷାରି ନିସ୍ତୁକ ପିଟିଲେ
ଦିଗପହଣ୍ଡି,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ମା’ ଏବଂ ତାଙ୍କ ନାବାଳିକା ଝିଅଙ୍କୁ ଆକାଶ ଗୌଡ ନାମକ ଜଣେ ଯୁବକ ରାସ୍ତାରେ ଘୋଷାରି ନିସ୍ତୁକ ମାଡ଼ ମାରିବା ସହ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଗାଁର…
ଦୁଇ କାର୍ ମୁହାଁମୁହିଁ ଧକ୍କା: ମାଉସୀ-ପୁତୁରା ଆହତ, ଜଣେ ଗୁରୁତର
ଦିଗପହଣ୍ଡି,୧୯ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ନିକଟରେ ଶନିବାର ପୂର୍ବାହ୍ନରେ ବିପରୀତ ଦିଗରୁ ଆସୁଥିବା ୨ଟି କାର ଚାଳକଙ୍କ ଅସାବଧାନତା ଯୋଗୁ ଦୁର୍ଘଟଣା ଘଟିଛି। ଉଭୟ କାର ରାସ୍ତା କଡ଼କୁ ଓଲଟି ପଡ଼ିବାରୁ କାର୍ ମଧ୍ୟରେ ଥିବା…
ରାସ୍ତା ନିର୍ମାଣ ନ ହେଲେ ଭୋଟ, ସରକାରୀ ସହାୟତା ବର୍ଜନ
ଛତ୍ରପୁର,୧୮।୬(ଡି.ଏନ୍.ଏ.): ରାସ୍ତା ନିର୍ମାଣ ନ ହେଲେ ଭୋଟ ସହ ସରକାରୀ ସହାୟତାକୁ ବର୍ଜନ କରିବେ ଗ୍ରାମବାସୀ। ଏଭଳି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଠୁରୁବୁରାଇ ପଞ୍ଚାୟତ କଣଭାଗ ଗାଁର ଲୋକେ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁକୁ…
କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ବୁଗୁଡ଼ା,୧୭ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ…
Archives


