୨ ବାଇକ୍ ମୁହାଁମୁହିଁ: ବାପା ମୃତ, ପୁଅ ଗୁରୁତର
ଦିଗପହଣ୍ଡି,୬।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଅନଙ୍ଗପୁର ଗ୍ରାମ ନିକଟରେ ଗୁରୁବାର ଅପରାହ୍ନରେ ୨ଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି।…
ପ୍ଲାଷ୍ଟିକ ଦୋକାନରେ ଅଗ୍ନିକାଣ୍ଡ
ବ୍ରହ୍ମପୁର ଅଫିସ,୬।୪: ବଡବଜାର ଥାନା ଅଧୀନ ରଜାଗୁର୍ଜିରେ ଥିବା ଏକ ପ୍ଲାଷ୍ଟିକ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଶର୍ଟସର୍କିଟରୁ…
ବିଦ୍ୟୁତ୍ ପୋଲକୁ ଧକ୍କା ଦେଲା ବସ୍
ବ୍ରହ୍ମପୁର ଅଫିସ,୬।୪: ଗଞ୍ଜାମ ଜିଲା ସଦର ଥାନା ଅଧୀନ ବାଲିପଡ଼ା-କାଳୁଆ ଛକ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ୍ ପୋଲକୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ହେଲେ ବସ୍ରେ ଥିବା ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଛନ୍ତି। ଖବର ପାଇ ଅଗ୍ନିଶମ…
ପୁରୁଷୋତ୍ତମପୁର ଓକିଲସଂଘ ପକ୍ଷରୁ ଶପଥ ଗ୍ରହଣ ଉତ୍ସବ
ପୁରୁଷୋତ୍ତମପୁର,୬।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ପକ୍ଷରୁ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଗୁରବାର ନିର୍ବାଚନ ଅଧିକାରୀ ବାସୁଦେବ ଜେନାଙ୍କ ତତ୍ତ୍ୱାବଧାନରେ ନିର୍ବାଚନରେ ନବନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିଥିଲେ। ଏଥିରେ ନିର୍ବାଚନ ଅଧିକାରୀ ଶ୍ରୀ ଜେନା ନବନିର୍ବାଚିତ…
ପ୍ରବଳ ବର୍ଷାରେ ପୂର୍ତ୍ତ ବିଭାଗ କୋଠା ଛାତ ପଡ଼ିଲା
ଭଞ୍ଜନଗର, ୬ା୪(ଡି.ଏନ.ଏ): ଭଞ୍ଜନଗର କଲେଜ ରୋଡରେ ପ୍ରାୟ ସାଢେ ୩ କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ କୋଠା ନିର୍ମାଣ ଚାଲିଛି। ମଙ୍ଗଳବାର ଅପରାହ୍ନରେ ଦ୍ୱିତୀୟ ମହଲା ଛାତ ପଡୁଥିବା ସମୟରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ…
ଭାଇଙ୍କୁ ପିଟି ହତ୍ୟା କଲେ ଭାଇ
ବ୍ରହ୍ମପୁର ଅଫିସ,୫ା୪: ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପଛପାଖରେ ଥିବା ରାଜୀବ ଆବାସ ଯୋଜନା ଘରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନଭାଇଙ୍କୁ ଡମ୍ବଲ୍ସ(ବାୟାମ ଲୁହା)ରେ ଛେଚି ମଝିଆ ଭାଇ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତକ ହେଲେ ନେହୁରନଗର…
ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ମା’ ସାଆନ୍ତାଣୀ
ବ୍ରହ୍ମପୁର ଅଫିସ,୫ା୪: ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ମଙ୍ଗଳବାରରୁ ଆରମ୍ଭ ହୋଇଛି। ଦେଶୀ ବେହେରା ସାହିଠାରେ ଅସ୍ଥାୟୀ ମଣ୍ଡପରେ ସାଜସଜ୍ଜା ସରିଥିଲା। ମା’ଙ୍କ ଆଗମନ ନେଇ ମଙ୍ଗଳବାର ପୂର୍ବାହ୍ନରେ ଦେଶୀ ବେହେରାସାହିଠାରେ ସକାଳ ୮ଟାରେ ଧେଣ୍ଡୁରା…
ଗଞ୍ଜାମ ଜିଲାରେ ଖୋଲିବ ୩ ଟ୍ରମା କେୟାର ସେଣ୍ଟର
ଛତ୍ରପୁର,୫ା୪(ଡି.ଏନ୍.ଏ): ୨୦୨୨ରେ ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଓଡିଶାରେ ସର୍ବାଧିକ ରହିଛି। ଠିକ୍ ସମୟରେ ଦୁର୍ଘଟଣାରେ ଆହତଙ୍କୁ ଆବଶ୍ୟକୀୟ ଚିକିସତ୍। ଏବଂ ଏଥିପାଇଁ ଆବଶ୍ୟକ ପଡୁଥିବା ହସ୍ପିଟାଲରେ ଭର୍ତ୍ତି କରାଇବାରେ ବିଳମ୍ବ ଯୋଗୁଁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢୁଛି। ସଡ଼କ…
ମୃତ ଶିଶୁକନ୍ୟାକୁ ୧୦ କି.ମି. ବୋହିଲେ ବାପା
ପାତ୍ରପୁର,୫।୪(ଡି.ଏନ୍.ଏ): ଗଁାକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ନ ଯାଇପାରିବା ଫଳରେ ମୃତ ଦେଢ଼ବର୍ଷର ଝିଅକୁ ଡାକ୍ତରଖାନାରୁ ଦୀର୍ଘ ୧୦ କି.ମି. କାନ୍ଧରେ ବୋହି ନେଇଛନ୍ତି ବାପା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକରେ। ପାତ୍ରପୁର…
ମାଷ୍ଟରମାଇଣ୍ଡ ଯୁବତୀଙ୍କ ସମେତ ୩ ଗିରଫ
ବ୍ରହ୍ମପୁର ଅଫିସ,୫ା୪: ବ୍ରହ୍ମପୁର ବଡବଜାର ଥାନା ଶ୍ରୀକ୍ଷେତ୍ରବିହାର ରାସ୍ତାରେ ଗତ ୨୭ ତାରିଖରେ ପି.ରାଜେଶ ରାଓଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ ହୋଇଥିଲା। ବଡବଜାର ପୋଲିସ ତଦନ୍ତ କରି ଏଥିରେ ସଂପୃକ୍ତ ଥିବା ଜଣେ ଯୁବତୀ ସମେତ ୩ଜଣଙ୍କୁ ଗିରଫ କରିଛି।…
ବଜ୍ରପାତରେ ୧୨ ଛେଳି ମୃତ
ଆସିକା/ଦିଗପହଣ୍ଡି/କବିସୂର୍ଯ୍ୟନଗର, ୫।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ବ୍ଲକର ରିଷିପୁର ଗ୍ରାମ ଉପକଣ୍ଠରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହେବାରୁ ୧୨ ଛେଳିଙ୍କର ମୃତ୍ୟୁ ଘଟିଥିଲା ବେଳେ ୪ ଦଣ୍ଡୁଆଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି। ରିଷିପୁର ଗ୍ରାମ ଉପକଣ୍ଠରେ ବାଲିଛାଇ…
ସ୍ବାମୀଙ୍କୁ କିରୋସିନ ଢାଳି ଜାଳିଦେଲେ ଦ୍ୱିତୀୟ ସ୍ତ୍ରୀ
ଭଞ୍ଜନଗର,୫।୪(ଡି.ଏନ୍.ଏ): ବୟସର ଅପରାହ୍ଣରେ ବୃଦ୍ଧ ଦମ୍ପତି ମିଳିମିଶି ରହିଥା’ନ୍ତି। କିନ୍ତୁ ବେଳେବେଳେ ପାରିବାରିକ କଳହ ଅସହ୍ୟ ହୋଇପଡ଼ିଥାଏ, ଯାହାର କରୁଣ ପରିଣତି ଭୋଗିଛନ୍ତି ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ଜଣେ ବୃଦ୍ଧ ସ୍ବାମୀ। ମଙ୍ଗଳବାର ସ୍ବାମୀଙ୍କ ଦେହରେ…

