ମା’ ସହ ନାବାଳିକାଙ୍କୁ ଗାଁ ରାସ୍ତାରେ ଘୋଷାରି ନିସ୍ତୁକ ପିଟିଲେ
ଦିଗପହଣ୍ଡି,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ମା’ ଏବଂ ତାଙ୍କ ନାବାଳିକା ଝିଅଙ୍କୁ ଆକାଶ ଗୌଡ ନାମକ ଜଣେ ଯୁବକ ରାସ୍ତାରେ ଘୋଷାରି ନିସ୍ତୁକ ମାଡ଼ ମାରିବା ସହ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି।...
ଦୁଇ କାର୍ ମୁହାଁମୁହିଁ ଧକ୍କା: ମାଉସୀ-ପୁତୁରା ଆହତ, ଜଣେ ଗୁରୁତର
ଦିଗପହଣ୍ଡି,୧୯ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ନିକଟରେ ଶନିବାର ପୂର୍ବାହ୍ନରେ ବିପରୀତ ଦିଗରୁ ଆସୁଥିବା ୨ଟି କାର ଚାଳକଙ୍କ ଅସାବଧାନତା ଯୋଗୁ ଦୁର୍ଘଟଣା ଘଟିଛି। ଉଭୟ କାର ରାସ୍ତା କଡ଼କୁ ଓଲଟି ପଡ଼ିବାରୁ କାର୍ ମଧ୍ୟରେ...
ରାସ୍ତା ନିର୍ମାଣ ନ ହେଲେ ଭୋଟ, ସରକାରୀ ସହାୟତା ବର୍ଜନ
ଛତ୍ରପୁର,୧୮।୬(ଡି.ଏନ୍.ଏ.): ରାସ୍ତା ନିର୍ମାଣ ନ ହେଲେ ଭୋଟ ସହ ସରକାରୀ ସହାୟତାକୁ ବର୍ଜନ କରିବେ ଗ୍ରାମବାସୀ। ଏଭଳି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଠୁରୁବୁରାଇ ପଞ୍ଚାୟତ କଣଭାଗ ଗାଁର ଲୋକେ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି...
କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ବୁଗୁଡ଼ା,୧୭ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଯୁବକ...
କୋଭିଡ ନିୟମ କଡାକଡି ପାଳନ ନିର୍ଦ୍ଦେଶ: ଚାଲିଚାଲି ଯାଇ ସ୍ଥିତି ପରଖିଲେ ଜିଲାପାଳ
ଛତ୍ରପୁର,୧୭।୬(ଡି.ଏନ୍.ଏ.): କରୋନା ମହାମାରୀ ନେଇ ଲକ୍ଡାଉନ୍ ଉଠି ନ ଥିବା ବେଳେ କଟକଣା କୋହଳ ହୋଇଛି। ଏଣୁ ସମସ୍ତେ କୋଭିଡ ନିୟମ ମାନିବାକୁ ବାଧ୍ୟତାମୂଳକ ଏହାକୁ କଡାକଡି ଭାବେ ଏନ୍ଫୋର୍ସମେଣ୍ଟ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ...
କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍: ପୁଣି ଗଞ୍ଜାମରୁ ୩ ଜୀବନ ନେଲା
ଛତ୍ରପୁର,୧୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ବ୍ରେକ ଲାଗୁନି। ପୁଣି ଜିଲାର ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଜିଲାରୁ ୬୧ ଜଣଙ୍କ ଜୀବନ ଗଲାଣି। ମିଳିଥିବା ସୂଚନା ଅନୁସାରେ...
ଲକ୍ଡାଉନ୍ ନିୟମ ଉଲ୍ଲଙ୍ଘନ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଛତ୍ରପୁର,୧୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଲକ୍ଡାଉନ୍ ନିୟମ ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି । ଏନେଇ ଛତ୍ରପୁର ଏନ୍ଏସି କର୍ତ୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଛତ୍ରପୁର ଅରବିନ୍ଦ ସ୍କୁଲ ନିକଟରେ ଥିବା ଟୁର ଆଣ୍ଡ ଟ୍ରାଭେଲସ ଦୋକାନୀ କରୋନା...
ଜିଲାପାଳଙ୍କ ପୋତାଗଡ଼ ପରିଦର୍ଶନ: ସ୍ମାର୍ଟ ପାର୍କ ନିର୍ମାଣ କାର୍ଯ୍ୟକୁ ପ୍ରାଥମିକତା
ଗଞ୍ଜାମ,୧୭।୬(ଡି.ଏନ୍.ଏ.): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ପରିଦର୍ଶନରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ଗୁରୁବାର ଜିଲାପାଳଙ୍କ ସମେତ ଉପଜିଲାପାଳ, ତହସିଲଦାର, ବିଡ଼ିଓ ଓ ଏନ୍ଏସି ଇଓ ପୋତାଗଡ଼ ପରିଦର୍ଶନ କରିଥିବା ଜଣାପଡ଼ିଛି। କରୋନା ପାଇଁ ପୋତାଗଡ଼ ପୁନଃଉଦ୍ଧାର କାର୍ଯ୍ୟ...
ଏମ୍କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ
ବ୍ରହ୍ମପୁର ଅଫିସ,୧୭ା୬: ବ୍ରହ୍ମପୁର ବଡ଼ ମେଡିକାଲରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି। ଶିଶୁର ନାକ ନ ଥିବା ବେଳେ ଗୋଟିଏ ଜାଗାରେ ଦୁଇଟି ଆଖି ରହିଛି। ଶିଶୁକନ୍ୟାଟି ମୃତ ଅବସ୍ଥାରେ ଜନ୍ମ ହୋଇଥିବା ଏମ୍କେସିଜି ମେଡିକାଲ ବରିଷ୍ଠ...
କରୋନା ମହାମାରୀ ଯୋଗୁ ଫିକା ପଡିଲା ରଜ ମଉଜ
ବୁଗୁଡ଼ା,୧୬।୬(ଡି.ଏନ.ଏ) : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୁଗୁଡ଼ା ଅଞ୍ଚଳରେ ନିରାଡ଼ମ୍ବର ଭାବେ ପାଳିତ ହେଉଛି ରଜ ପର୍ବ। ରଜରେ ଝିଅମାନେ ସାମୂହିକ ଭାବେ ସଜବାଜ ହୋଇ ଗୀତ ଗାଇ ରଜ ପାଳିବା ଏବଂ ପୁଚି ଖେଳିବା ପରମ୍ପରା...
ଭୟଭୀତ କରାଉଛି କରୋନା: ରେଡ ଜୋନ୍ରେ ୧୬ଗାଁ, ୬ଓ୍ବାର୍ଡ
ଛତ୍ରପୁର,୧୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ କରୋନା ସଂକ୍ରମଣ ହ୍ରାସ ହେବାର ନା ନେଉନି। ଜିଲାର ବ୍ରହ୍ମପୁର ସହର ବ୍ୟତୀତ ଅନ୍ୟ ସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଛତ୍ରପୁରର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କରୋନା ସଂକ୍ରମିତଙ୍କ...
କୋଭିଡ କଟକଣା ମଧ୍ୟରେ ସରିଲା ମା’ ଭୁଧାରଚଣ୍ଡୀଙ୍କ ଉଡାପର୍ବ
ସଜନାଗଡ,୧୫।୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରିରୁ ପାଞ୍ଚ କି.ମି. ଦୂର ସଜନାଗଡ ଗ୍ରାମରେ ଆମ୍ରକୁଞ୍ଜ ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ଭୁଧାରଚଣ୍ଡୀଙ୍କ ଉଡାପର୍ବ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ପୀଠରେ ରଜ ସଂକ୍ରାନ୍ତିରେ ନିଆଁପାଟ ଓ ଉଡାପର୍ବ ପାଳିତ ହୋଇଥାଏ। ହଜାର ହଜାର...
Archives


