ଗଞ୍ଜାମ

ମୋବାଇଲ୍‌ରେ ଗେମ୍‌ ଖେଳୁଥିବା ବେଳେ ଫାଟିଲା ବ୍ୟାଟେରୀ

ଗଞ୍ଜାମ,୨୧।୬(ଡି.ଏନ୍‌.ଏ.): ମୋବାଇଲରେ ଗେମ୍‌ ଖେଳୁଥିବା ବେଳେ ବ୍ୟାଟେରୀ ଫାଟି ଆହତ ହୋଇଛନ୍ତି ଜଣେ ଯୁବକ। ଘଟଣାଟି ଘଟିଛି ଗଞ୍ଜାମ ବ୍ଲକ ଅଧିନସ୍ଥ ରମ୍ଭା ଥାନା ଝାଟି ପଦର ଗ୍ରାମରେ। ଉକ୍ତ ଗ୍ରାମର ଯୁବକ ରଞ୍ଜନ ସାହୁ ମଙ୍ଗଳବାର ସକାଳେ ମୋବାଇଲରେ ଗେମ୍‌…

ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପି ଅଫିସ ଦ୍ୱାରସ୍ଥ ମା’-ବାପା

ଛତ୍ରପୁର,୨୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆର୍ଯ୍ୟପଲି ମେରାଇନ ଥାନା ଅଞ୍ଚଳରେ ମେ ୨୦ ତାରିଖରେ ଜଣେ ନାବାଳିକାଙ୍କୁ ତାଙ୍କ ପଡୋଶୀ ବଳାତ୍କାର କରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏ ନେଇ ପୀଡ଼ିତା ଙ୍କ ମା’ଙ୍କ ପକ୍ଷରୁ ୨୪ ତାରିଖରେ ଆର୍ଯ୍ୟପଲି…

କାଠଫାଳିଆ ମାଡ଼ରେ ଶ୍ୱଶୁରଙ୍କ ମୃତ୍ୟୁ : ଅଭିଯୁକ୍ତା ବୋହୂ କୋର୍ଟ ଚାଲାଣ

ଆସିକା,୨୦ା୬(ଡି.ଏନ୍‌.ଏ.): ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ରପଲ୍ଲୀ ଗ୍ରାମରେ ଶନିବାର ରାତିରେ ବୋହୂଙ୍କ କାଠଫାଳିଆ ମାଡ଼ରେ ଶ୍ୱଶୁର ସୀମାଞ୍ଚଳ ନାୟକଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ରବିବାର ଅଭିଯୁକ୍ତା ବୋହୂ ସୁଲୋଚନା ନାୟକଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା। ସୋମବାର ତାଙ୍କୁ ଗିରଫ ପରେ…

ଗୁଜରାଟରେ ଓଡ଼ିଆ ଯୁବକଙ୍କ ମିଳୁନି ପତ୍ତା

ଗଞ୍ଜାମ,୨୦।୬(ଡି.ଏନ୍‌.ଏ): ଗୁଜରାଟରେ ଜଣେ ଓଡ଼ିଆ ଯୁବକଙ୍କ ପତ୍ତା ମିଳୁ ନ ଥିବା ଜଣାପଡ଼ିଛି। ଗଞ୍ଜାମ ସହର ସାମନ୍ତରାୟ ସାହିର ନାରାୟଣ ମହାରଣାଙ୍କ ବଡ଼ ପୁଅ ରଞ୍ଜନ ଗତ ଦୁଇଦିନ ହେବ ଗୁଜୁରାଟରେ ନିଖୋଜ ଥିବା ତାଙ୍କ ଭାଇ ପିଣ୍ଟୁ ସୂଚନା ଦେଇଛନ୍ତି।…

ଉପଜିଲାପାଳରୁ ଏମ୍‌କେସିଜିର ପ୍ରଶାସନିକ ଅଧିକାରୀ

ବ୍ରହ୍ମପୁର ଅଫିସ,୨୦।୬: ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲର ପ୍ରଶାସନିକ ଅଧିକାରୀ ଭାବେ ରାଜେନ୍ଦ୍ର ମିଞ୍ଜ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଭଞ୍ଜନଗର ଉପ-ଜିଲାପାଳ କାର୍ଯ୍ୟରତ ଥିଲେ। କାର୍ଯ୍ୟାଳୟର ପ୍ରତିଷ୍ଠାନ ଅଧିକାରୀ ମନୋଜ କୁମାର ଖାଡଙ୍ଗାଙ୍କ ତତ୍ତ୍ୱାବଧାନରେ ତାଙ୍କୁ ସମ୍ବର୍ଦ୍ଧନା…

ମନ୍ତ୍ରୀଙ୍କ ନାଁ କହି ଠକେଇ: କିନ୍ନର ଗିରଫ

ପୁରୁଷୋତ୍ତମପୁର,୨୦।୬(ଡି.ଏନ୍‌.ଏ.): ବର୍ତ୍ତମାନର ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀଙ୍କ ନାଁ କହି ଜଣେ ରାଜନୈତିକ ବ୍ୟକ୍ତି ତଥା ହୋଟେଲ ମାଲିକଙ୍କଠାରୁ ୭୦ ହଜାର ଟଙ୍କା ଠକେଇ ହୋଇଛି। ଟଙ୍କା ଠକେଇ ଅଭିଯୋଗରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ବୌଦ୍ଧରୁ କିନ୍ନର ସଂଘ ସଭାପତି ସୌମ୍ୟରଞ୍ଜନ…

ତାରାତାରିଣୀଙ୍କ ଦର୍ଶନକରି ପୂଜାକଲେ ୩ ଅଧିକାରୀ

ପୁରୁଷୋତ୍ତମପୁର,୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ନୂତନ ଭାବେ ଯୋଗଦେଇଥିବା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପିଡି ଭି.କୀର୍ତ୍ତିଭାସନ ଏବଂ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ. ସୋନାଲ ସୋମବାର ମା’ତାରା ତାରିଣୀଙ୍କ ଦର୍ଶନକରି ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ଜିଲାପାଳ ମନ୍ଦିରର ସମସ୍ତ କାର୍ଯ୍ୟ…

ଦିବ୍ୟାଙ୍ଗ ଶିକ୍ଷକ ପରିବାରକୁ ବାସନ୍ଦ

ଛତ୍ରପୁର,୨୦।୬(ଡି.ଏନ.ଏ): ଗଞ୍ଜାମ ବ୍ଲକରେ ପୁଣି ଏକ ବାସନ୍ଦ ଘଟଣା ସାମନାକୁ ଆସିଛି। ଗାଁରେ ସାମାଜିକ ବାସନ୍ଦ ହୋଇଥିବା ଜଣେ ଦିବ୍ୟାଙ୍ଗ ଶିକ୍ଷକ ନ୍ୟାୟ ପାଇଁ ରବିବାର ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ହେଉଛନ୍ତି ରମ୍ଭା ଥାନା ଅଧୀନ ତାରିଣୀପଲ୍ଲୀ ଗାଁର ରବୀନ୍ଦ୍ର…

ଅନ୍‌ଲାଇନରେ ଔଷଧ ବିକ୍ରି ନିଷେଧ, ୦% ଜିଏସ୍‌ଟି ଦାବି

ବ୍ରହ୍ମପୁର ଅଫିସ,୨୦।୬: ଓଡ଼ିଶା ସେଲ୍‌ସ ରିପ୍ରେଜେଣ୍ଟିଭ ୟୁନିୟନ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ରବିବାର ବ୍ରହ୍ମପୁର ସହରରେ ଏକ ବାଇକ୍‌ ଶୋଭାଯାତ୍ରା ହୋଇଥିଲା। ଏଥିରେ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍‌ଠାରୁ ବାହାରି ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଏକ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା।…

ଗଞ୍ଜାମରେ ଯୋଗଦେଲେ ନୂଆ ଜିଲାପାଳ

ଛତ୍ରପୁର,୨୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ନୂତନ ଜିଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ା ସୋମବାର ଯୋଗ ଦେଇଛନ୍ତି। ପୂର୍ବତନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କଠାରୁ ଆଜି ଦାୟିତ୍ୱ ନେଇଛନ୍ତି ଦିବ୍ୟଜ୍ୟୋତି। ସେ ୨୦୧୬ ଆଇଏଏସ୍‌ ବ୍ୟାଚର ଏବଂ ଏହା ପୂର୍ବରୁ ସେ ସମ୍ବଲପୁରର ଜିଲାପାଳ…

ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୦ା୬: ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଭୁବନେଶ୍ୱର ହେଡ୍‌ କ୍ୱାର୍ଟରରେ ଥିବା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ୍‌ଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ସୋମବାର ସକାଳୁ ଚଢ଼ାଉ…

ରଥଯାତ୍ରା ପୂର୍ବରୁ ବ୍ରହ୍ମପୁର-ପୁରୀ ଟ୍ରେନ ଚଳାଚଳ ଦାବି

ବ୍ରହ୍ମପୁର ଅଫିସ୍‌,୧୯।୬: ବିଭିନ୍ନ ଦାବି ନେଇ ସଂସ୍କାରବାଦୀ ଅନୁଷ୍ଠାନ ପକ୍ଷରୁ ରବିବାର ବ୍ରହ୍ମପୁର ରେଳ ଷ୍ଟେଶନରେ ଧାରଣା ଦିଆଯାଇଛି। ଏଥିସହ ସଂଘ ପକ୍ଷରୁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ଡିଭିଜନ ଡିଆର୍‌ଏମ୍‌ଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ରେଳ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri