ଗଞ୍ଜାମ

ଭୁଲ ଇଞ୍ଜେକସନ୍‌ ଦେଇଦେଲେ ଡାକ୍ତର, ଚାଲିଗଲା ୫ମାସ ଶିଶୁର ଜୀବନ!

ବୁଗୁଡା,୨୨।୨: ଡାକ୍ତର ଭୁଲ ଇଞ୍ଜେକସନ ଦେବା ଯୋଗୁ ଚାଲିଗଲା ପାଞ୍ଚ ମାସ ଶିଶୁର ଜୀବନ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲା ବୁଗୁଡା ସହରର ନେଳିଆବନ୍ଧ ସାହିରେ। ଏନେଇ ବୁଗୁଡା ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ…

ଗଞ୍ଜାମରେ ଗଡ଼ିଲା ଲକ୍ଷ୍ମୀ ବସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ/ ସନ୍ତୋଷ ପାଢ଼ୀ): ପ୍ରତି ପଞ୍ଚାୟତରୁ ନିଜ ନିଜ ବ୍ଲକ ଆସିବାକୁ ଆଉ ଅସୁବିଧା ହେବନାହିଁ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଯୋଗାଇ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ ବୁଧବାର…

ଆଜି ଗଞ୍ଜାମରେ ଗଡ଼ିବ ଲକ୍ଷ୍ମୀ

ଛତ୍ରପୁର,୨୧।୨(ଦିଲୀପ ସାମଲ ): ଗଞ୍ଜାମ ଜିଲାରେ ଗଡିବ ଲକ୍ଷ୍ମୀ ବସ୍‌। ଏହାକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଜିଲା ସଦର ମହକୁମା ଛତ୍ରପୁରରୁ ଏହାର ଶୁଭାରମ୍ଭ ହେବ। ଗଞ୍ଜାମ ଜିଲାର ୧୨୪ଟି ରୁଟ୍‌ରେ ୧୨୪ ଲକ୍ଷ୍ମୀ…

ଗୋଟିଏ ଜୁଇରେ ଜଳିଲା ମା’-ପୁଅଙ୍କ ଚିତା

ପାତ୍ରପୁର,୨୦ା୨(ଉମାଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଚୁଡିଆଲାଞ୍ଜି ଗ୍ରାମରେ ସୋମବାର ବନ୍ଦ ଘରୁ ମା’ ଓ ୭ ବର୍ଷିୟ ପୁଅର ମୃତଦେହକୁ ପୋଲିସ ଜବତ କରିଥିଲା। ମା’ ଦାଲି ନୀଳାବେଣି ଓ ପୁଅ ରିତିକଙ୍କ ମୃତଦେହକୁ ପୋଲିସ ଜବତ କରି…

ପ୍ରଦୀପଙ୍କ ଭୂମିକା ଉପରେ ଆଖି

ବ୍ରହ୍ମପୁର, ୨୧ା୨(ଅଶୋକ କୁମାର ସାହୁ): ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଗୋପାଳପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ୧୯୭୪ରୁ ଲଗାତର ୪ ଥର ଜିତିଥିଲେ। ୧୯୯୦ ଓ ୧୯୯୫ରେ ଏହି ଆସନ ଜନତା ଦଳକୁ ଯାଇଥିଲା। ୨୦୦୦ରେ ବିଜେଡି ପ୍ରାର୍ଥୀ ଏଠାରୁ ବିଜୟୀ…

ଗଞ୍ଜାମରେ ସ୍ବତ୍ୱଧାରୀ ଚାଷୀଙ୍କୁ ମିଳିବ ସ୍ଥିତିବାନ ପଟ୍ଟା,ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୦।୨(ସନ୍ତୋଷ ପାଢୀ/ଦିଲୀପ ସାମଲ)- ଗଞ୍ଜାମ ଜିଲାସ୍ତରୀୟ ପଟ୍ଟା ପ୍ରଦାନ ସମାରୋହ ଛତ୍ରପୁରସ୍ଥିତ ଖେଳପଡିଆଠାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ସିକିମ ସ୍ବତ୍ୱଧାରୀ ଚାଷୀମାନଙ୍କୁ ସ୍ଥିତିବାନ ପଟ୍ଟା…

ଦ୍ୱାଦଶାହରେ ରାଣୀ ଭି.ସୁଜ୍ଞାନ କୁମାରୀଙ୍କ ଫଟୋ ଥିବା ଡାକ ଟିକେଟ୍‌ ଉନ୍ମୋଚନ କଲେ ଅର୍ଥମନ୍ତ୍ରୀ

ଖଲ୍ଲିକୋଟ,୨୦।୨(ପ୍ରଶାନ୍ତ କୁମାର ମିଶ୍ର/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ୱାଦଶାହରେ ମଙ୍ଗଳବାର ଆୟୋଜିତ ସଭାରେ ରାଣୀଙ୍କ ଫଟୋ ଥିବା ଏକ ଡାକ ଟିକେଟକୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉନ୍ମୋଚନ କରିଛନ୍ତି କାର୍ଯ୍ୟକ୍ରମରେ ୫-ଟି…

ବିଦେଶରେ ଚାକିରି ଦେବା ନାଁରେ ଠକେଇ, ୩ ଗିରଫ

ବ୍ରହ୍ମପୁର,୨୦ା୨(ସୁବାସ ଚନ୍ଦ୍ର ପାଢ଼ୀ):କେନିଆରେ ଭଲ ଦରମାରେ ଚାକିରି ପାଇଁ ଏକ କମ୍ପାନୀର ନିଯୁକ୍ତିପତ୍ର ଯୋଗାଇ ଦିଆଯାଉଥିଲା। ପାସପୋର୍ଟ କରିବାକୁ ଜଣଙ୍କ ପିଛା ୨୫ରୁ ୪୦ହଜାର ଟଙ୍କା ଓ ଭିଜା ପାଇଁ ୪୮,୫୦୦ଟଙ୍କା ଆଦାୟ କରାଯାଉଥିଲା। ମାତ୍ର ଯେଉଁ ଭିଜା ମିଳିଲା ତାହା…

ବଡ଼ିବିଲ୍ଡିଂ ପ୍ରତିଯୋଗିତା: ରାକେଶଙ୍କୁ ମିଳିଲା ସ୍ବର୍ଣ୍ଣପଦକ

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ ): ବ୍ରହ୍ମପୁର ଖଲିକୋଟ କଲେଜ ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ ବଡ଼ିବିଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତାର ୬୦ କେଜି ବର୍ଗରେ ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିର ରାକେଶ କୁମାର ପଣ୍ଡା ସ୍ବର୍ଣ୍ଣ ପଦକ ଜିତି ଜିଲା ପାଇଁ…

ମଙ୍ଗଳବାରଠୁ ଦଶମ ବୋର୍ଡ: କଡ଼ା ସୁରକ୍ଷାରେ ପ୍ରଶ୍ନପତ୍ର

ହିଞ୍ଜିଳିକାଟୁ,୧୯।୨(ଦ୍ବିତୀକୃଷ୍ଣ ପଣ୍ଡା): ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ବାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହିଞ୍ଜିଳିକାଟୁ ବ୍ଳକର ୧୦ଟି ପରୀକ୍ଷା…

ତାନ୍ତ୍ରିକ ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ବ୍ରହ୍ମପୁର,୧୯।୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲାରେ ବିଗତ ଦିନରେ ଗୁଣି ଗାରେଡିକୁ କେନ୍ଦ୍ରକରି ଅନେକ ମୁଣ୍ଡ ଗଡ଼ିଥିବା ନଜିର ରହିଛି। ହେଲେ ଏଭଳି ପରମ୍ପରା ପୁଣି ଜିଲାରେ ମୁଣ୍ଡ ଟେକିଛି। ଗଞ୍ଜାମ ଜିଲା ଜରଡ଼ା ଥାନା ଅଧୀନ ହଳଦୀବା ଗ୍ରାମରେ ଗତ ୧୦ତାରିଖରେ…

କେନିଆରେ ଚାକିରି, ମାସକୁ ମିଳିବ ମୋଟା ଅଙ୍କର ଦରମା, ଏଭଳି ଅଫର୍‌ ଦେଇ କରୁଥିଲେ ଠକେଇ, ହେଲେ ଗିରଫ

ବ୍ରହ୍ମପୁର,୧୯।୨(ସୁବାସ ଚନ୍ଦ୍ର ପାଢ଼ୀ): କେନିଆରେ ମୋଟା ଅଙ୍କର ଦରମାରେ ମିଳିବ ଚାକିରି। ଏନେଇ କମ୍ପାନୀର ନିଯୁକ୍ତିପତ୍ର ମଧ୍ୟ ଯୋଗାଇ ଦେଉଥିଲେ। ପାସ୍‌ପୋର୍ଟ କରିବାକୁ ହେଲେ ନେଉଥିଲେ ଜଣକ ପିଛା ୨୫ରୁ ୪୦ ହଜାର ଟଙ୍କା, ଭିଜା ପାଇଁ ୪୮ ହଜାର ୫୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?