ଗଞ୍ଜାମ

ସରପଞ୍ଚଙ୍କୁ ଆକ୍ରମଣ,ଥାନାରେ ମାମଲା

ହିଞ୍ଜିଳିକାଟୁ, ୬।୧୦(ଡି.ଏନ.ଏ.): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ୍‌ ଅନ୍ତର୍ଗତ ତହଁର ସରପଞ୍ଚ ଶିବରାମ ମେହେଣାଙ୍କୁ କାଞ୍ଜିଆମା ଗ୍ରାମରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ କାଞ୍ଜିଆମା ଗ୍ରାମରେ କୋଠିଶାଳ ଯାତ୍ରାକୁ ସରପଞ୍ଚଙ୍କୁ ପୂଜା କମିଟି ନିମନ୍ତ୍ରଣ…

ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବାପାଙ୍କ ଜୀବନ

କବିସୂର୍ଯ୍ୟନଗର,୬ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବୋଲସର ଗ୍ରାମ ଖଦାଳ ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। କେତେକ ଦୁର୍ବୃତ୍ତ ଗାଁ ଦାଣ୍ଡରେ ଗୋଟିଏ ପରିବାରର ବାପା ଓ ପୁଅକୁ ଠେଙ୍ଗାରେ ଆକ୍ରମଣ କରିଛନ୍ତି। ଫଳରେ ବାପା ଘଟଣାସ୍ଥଳରେ ଟଳି ପଡ଼ିଥିବା ବେଳେ…

ଅଖଣ୍ଡ ଦୀପରୁ ବଜାରରେ ଅଗ୍ନିକାଣ୍ଡ

ବୁଗୁଡ଼ା,୬ା୧୦(ଡି.ଏନ୍‌.ଏ.): ବୁଗୁଡ଼ା ତ୍ରିନାଥ ସ୍ବାମୀ ପରିବା ବଜାରରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ଟି ଦୋକାନ ପୋଡ଼ି ଯାଇଛି। ଅଗ୍ନିକାଣ୍ଡରେ ବ୍ୟବସାୟୀ ଧୋବା ପ୍ରଧାନ, ସୀମାଞ୍ଚଳ ପୋଲାଇ ଓ ସନ୍ୟାସୀ ପଣ୍ଡାଙ୍କ ଦୋକାନ ପୋଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ…

ଚତୁର୍ଥ ଦିବସରେ ମା’ଙ୍କ ଯାତ୍ରା: ପ୍ରବଳ ଜନସମାଗମ

ଦିଗପହଣ୍ଡି,୫ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସାହିସ୍ଥିତ ଅସ୍ଥାୟୀ ମଣ୍ଡପରେ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ଚତୁର୍ଥ ଦିବସରେ ପହଞ୍ଚିଛି। ପୀଠରେ ମୁଖ୍ୟ ପୁରୋହିତ ସନାତନ ରଥ ଏବଂ ସେବାୟତ ଆଦିଦ୍ୟ ପାତ୍ରଙ୍କ ପୂଜାର୍ଚ୍ଚନା ସହ ସନ୍ଧ୍ୟା ଆଳତି ହୋଇଥିଲା।…

ବର୍ଷାରେ ଫିକା ପଡ଼ିଲା ଦଶହରା: ଆମିଷ ବଜାରରେ ଭିଡ଼

ଗଞ୍ଜାମ,୫।୧୦(ଡି.ଏନ୍‌.ଏ.): ଦିନ ତମାମ ପ୍ରବଳ ବର୍ଷା ଯୋଗୁ ଦଶହରା ସାମାନ୍ୟ ଫିକା ପଡିଯାଇଛି। ହେଲେ ଆମିଷ ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଭିଡକୁ ଦୃଷ୍ଟିରେ ରଖି ମାଛ, ମାଂସ, ଚିକେନ ଦର ମଧ୍ୟ ବୃଦ୍ଧି ପାଇଛି। ରୋହି ମାଛ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା, ହତ୍ୟାକାରୀ ଅଟକ

ବ୍ରହ୍ମପୁର ଅଫିସ,୫।୧୦: ବଡବଜାର ଥାନା ଅନ୍ତର୍ଗତ ପ୍ରେମନଗର ମୁଖ୍ୟ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ହରିହର ନଗର ଦ୍ୱିତୀୟ ଲାଇନରେ ରହୁଥିବା କେ. ବାଳକୃଷ୍ଣ ପାତ୍ର(୪୭)।…

ମା’ଗଙ୍ଗାଦେବୀଙ୍କ ଯାତ୍ରା ଆରମ୍ଭ

ଗଞ୍ଜାମ,୫।୧୦(ବ୍ୟୁରୋ): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ଋଷିକୁଲ୍ୟା ନଦୀ ନିକଟସ୍ଥ ଥିବା ପ୍ରସିଦ୍ଧ ମା’ ଗଙ୍ଗାଦେବୀଙ୍କ ପୀଠରେ ପବିତ୍ର ଦଶହରା ଉପଲକ୍ଷେ ମା’ଙ୍କ ଯାତ୍ରା ବୁଧବାର ଆରମ୍ଭ ହୋଇଛି l ଏହି ଅବସରରେ ମା’ ଗଙ୍ଗାଦେବୀ, ବରପଲି ପୁଡୁଗେଶର ମହାଦେବ ଏବଂ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌: ଚାଲିଗଲା ଯୁବକଙ୍କ ଜୀବନ

ଭଞ୍ଜନଗର, ୪।୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରସାଦ ମୁଖ୍ୟ ରାସ୍ତାର ବୁଦୁଲି ନିକଟରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଏକ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୁଜାଗଡ଼ର ଭଞ୍ଜ ସେଠୀ (୩୫)।…

ଜୁଆଖେଳ ଉପରେ ବୁଗୁଡ଼ା ପୋଲିସର ନଜର

ବୁଗୁଡ଼ା,୪୧୦(ଡି.ଏନ୍‌.ଏ.): ବୁଗୁଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପରମ୍ପରା ନାଁରେ ଆରମ୍ଭ ହୋଇଗଲାଣି ତାସଖେଳ ଏବଂ ଜୁଆଖେଳର ଆସର। କେତେକ ସ୍ଥାନରେ ମଜା ମଜଲିସରେ ଲୋକେ ତାସ ଖେଳୁଥିବା ବେଳେ ଆଉ କେତେକ ଜୁଆଖେଳରେ ପ୍ରଚୁର ଟଙ୍କା ବାଜିରେ…

ମା’ ଖମ୍ବେଶ୍ୱରୀଙ୍କ ସୁନାବେଶ

ଆସିକା,୪ା୧୦(ଡି.ଏନ.ଏ.): ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଗତ ସୋମବାରଠାରୁ ଦେବୀଙ୍କ ଶାରଦୀୟ ନବରାତ୍ର ପୂଜା ଲାଗି ମନ୍ଦିର ପରିସର ଉତ୍ସବ ମୁଖରିତ ହୋଇଛି। ରବିବାରଠାରୁ ଦେବୀଙ୍କ ସୁନାବେଶ ଆରମ୍ଭ ହୋଇଛି । ଏହି ବେଶ ଚାରିଦିନ ଧରି ବୁଧବାର…

ଦାଦନଙ୍କ ଗୋଡ଼, ହାତପାପୁଲି କାଟିଲେ ଦଲାଲ

ପାରଳାଖେମୁଣ୍ଡି,୪ା୧୦(ଡି.ଏନ୍‌.ଏ.):କିଛିବର୍ଷ ତଳେ କଳାହାଣ୍ଡି ଜିଲାର ଜଣେ ଦାଦନ ଶ୍ରମିକଙ୍କ ହାତ କାଟି ଦିଆଯାଇଥିଲା। ଗଜପତି ଜିଲା ଅଡ଼ବା ଥାନା କଲବା ଗାଁର ଶାଙ୍କ ମୁର୍ମୁଙ୍କ କ୍ଷେତ୍ରରେ ଏହାର ପୁନରାବୃତ୍ତି ହୋଇଛି। ଶାଙ୍କଙ୍କୁ ୪ ଜଣ ଦଲାଲ ଦାଦନ ଖଟିବାକୁ ଡାକି ନେଇ…

ଜୁଆ ଆଡ୍ଡା ଉପରେ ଚଢାଉ: ୫ ଗିରଫ,୧୪ ହଜାର ଜବତ

ହିଞ୍ଜିଳିକାଟୁ,୩।୧୦(ଡି.ଏନ.ଏ.): ହିଞ୍ଜିଳିକାଟୁ ପୌରାଞ୍ଚଳର ହିଞ୍ଜିଳି ମଠ ପଦର ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ସନ୍ଧ୍ୟାରେ ହିଞ୍ଜିଳି ପୋଲିସ ଚଢ଼ାଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିଛି। ପୋଲିସ ଚଢ଼ାଉ ବେଳେ ଅନ୍ୟ କିଛି ଜୁଆଡି ଖସି ପଳାଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri