ସହରରେ ବଢୁଛି ସାଇବର ଅପରାଧ, ରୋକିବା ପାଇଁ ପୋଲିସର ପ୍ରୟାସ ଆରମ୍ଭ
ଛତ୍ରପୁର,୨୮ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଦିନକୁ ଦିନ ସହରରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୩ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୨ରୁ ୧୫ ପର୍ଯ୍ୟନ୍ତ ସାଇବର ସୁରକ୍ଷା ନେଇ ସଚେତନତା ରଥ ଗଞ୍ଜାମ ପୋଲିସ…
ପାଠପଢ଼ା ଛାଡ଼ି ଭୋଜିରେ ବ୍ୟସ୍ତ ଛାତ୍ର
କୋଦଳା,୨୮ା୯(ଅମିତ କୁମାର ପଟ୍ଟନାୟକ):ବିଦ୍ୟାଳୟରେ ପାଠ ପଢ଼ା ସମୟରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଛାଡ଼ି ଅନ୍ୟ ଏକ ଭୋଜିରେ ବ୍ୟସ୍ତ ରହିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଠପଢ଼ା ଚାଲିଥିବା ବେଳେ ପିଲାମାନେ କେମିତି ସ୍କୁଲ ଛାଡ଼ି ଭୋଜିରେ ଯୋଗଦେଲେ ତାହାକୁ ନେଇ ଅଭିଭାବକ…
ସମନ୍ବୟ ଅଭାବରୁ ପୂର୍ତ୍ତ ବିଭାଗ କାମ ମନ୍ଥର
ଭଞ୍ଜନଗର,୨୮।୯(ବାବୁଲା ପ୍ରଧାନ):ଭଞ୍ଜନଗର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ଭଞ୍ଜନଗରତ୍-ବଦାଙ୍ଗି ରାଜ୍ୟ ରାଜପଥକୁ ୩ଟି ପର୍ଯ୍ୟାୟରେ କାମ କରାଯାଉଛି । ଏ ବାବଦରେ ୫୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ସେଥିମଧ୍ୟରେ ଗାଲେରୀ-ବଦାଙ୍ଗି ପ୍ରଥମ ପର୍ଯ୍ୟାୟ…
ପୁଣି ଚମକିଲେ ଓଡ଼ିଆ ଝିଅ ମନସ୍ବିନୀ
ଗଞ୍ଜାମ,୨୭ା୯(ବିଦ୍ୟାଧର ସାହୁ): ମୁମ୍ବାଇର ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍ରେ ଗଞ୍ଜାମର ଝିଅ ମନସ୍ବିନୀ ମହାରଣା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଆର୍ଏକ୍ସ ମହିଳା ବର୍ଗରେ ଓଡ଼ିଶା ୟାଚିଂ ଆସୋସିଏଶନ ପକ୍ଷରୁ ଅଂଶଗ୍ରହଣ କରିଥିଲେ। କୋଚ୍ ସବୀର ବକ୍ସଙ୍କଠାରୁ ପ୍ରଶିକ୍ଷଣ…
ମୌଳିକ ସୁବିଧାରୁ ବଞ୍ଚିତ ୧୮ ଗାଁର ଲୋକେ, ଜିଲାପାଳଙ୍କୁ ଭେଟି ଜଣାଇଲେ ସମସ୍ୟା
ଛତ୍ରପୁର,୨୭ା୯(ସନ୍ତୋଷ ପାଢ଼ୀ): ସ୍ବାଧୀନତାର ୭୫ ବର୍ଷ ପରେ ବି ଗଞ୍ଜାମ ଜିଲାର ୧୮ଟି ଆଦିବାସୀ ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ନେଇ ଗ୍ରାମବାସୀ ଲିଖିତ ଭାବେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲା ଖଲ୍ଲିକୋଟ ତହସିଲ ଅନ୍ତର୍ଗତର…
କାରାଗାର କର୍ମଚାରୀଙ୍କ ଅନଶନ: ଜଣେ ଗୁରୁତର
ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ) : କାରାଗାର କର୍ମଚାରୀମାନଙ୍କ ଆମରଣ ଅନଶନ ବୁଧବାର ତୃତୀୟ ଦିନରେ ପହଞ୍ଚିଛି। ଗ୍ରେଡ ପେ’ ୧୯୦୦ରୁ ୨୦୦୦ଟଙ୍କା ଏବଂ ମୁଖ୍ୟ କାରାଗାର କର୍ମଚାରୀଙ୍କ ଗ୍ରେଡ ପେ’ ୨୦୦୦ଟଙ୍କାରୁ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତି ନିୟମ-୨୦୧୨କୁ ଲାଗୁ…
ଉନ୍ନତୀକରଣ ନାମରେ ଶ୍ରେଣୀଗୃହ ଭାଙ୍ଗି ଦିଆଗଲା
ପାରଳାଖେମୁଣ୍ଡି,୨୭।୯(ଗିରିଧାରୀ ପରିଛା):ଗଜପତି ଜିଲା ଗୋଷାଣି ବ୍ଲକ ସରଧାପୁର ପଞ୍ଚାୟତ ସଦରସ୍ଥିତ ଉଚ୍ଚ ବିଦ୍ୟାଳୟର ଉନ୍ନତୀକରଣ ନିମନ୍ତେ ଶ୍ରେଣୀଗୃହଗୁଡିକୁ ପ୍ରାୟ ଏକମାସ ହେଲା ଭାଙ୍ଗି ଦିଆଯାଇଛି। ଏହି କକ୍ଷଗୁଡିକୁ ମରାମତି କିମ୍ବା ପୁନଃନିର୍ମାଣ କରାଯାଉନାହିଁ। ଏପରି ସ୍ଥଳେ ବିଦ୍ୟାଳୟରେ ପଢୁଥିବା ଶତାଧିକ…
ଗଣେଶ ପୂଜା ଭସାଣୀରେ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଆକ୍ରମଣରେ ଓ୍ବାର୍ଡ ସଭ୍ୟ ଗୁରୁତର
ହିଞ୍ଜିଳିକାଟୁ, ୨୬।୯( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତହଁର ଗ୍ରାମରେ ରାଜନୈତିକ ତଥା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ରାତିରେ ଗଣେଶ ପୂଜା ଭସାଣୀରେ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଗୋଟିଏ ଗୋଷ୍ଠୀର ତଥା ଉକ୍ତ ପଞ୍ଚାୟତର ଓ୍ବାର୍ଡ ସଭ୍ୟ…
ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲାସ୍ତରୀୟ ବୈଠକ
ଛତ୍ରପୁର,୨୬।୯(ଦିଲ୍ଲୀପ ସାମଲ) ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ସୁଦ୍ଧା ଜିଲାରେ ୩୦୬୩ଟି ପୋଲିଙ୍ଗ ଷ୍ଟେସନ କରାଯାଇଛି…
ସୁଜଳ ଷ୍ଟାଣ୍ଡ ପୋଷ୍ଟରୁ ଟେପ ଚୋରି
ଗଞ୍ଜାମ,୨୬।୯(ବିଦ୍ୟାଧର ସାହୁ ): ରାସ୍ତାରେ ଯିବା ଆସିବା କରୁଥିବା ପଥଚାରୀ ଓ ଜନସାଧାରଣ ପିଇବା ପାଇଁ ଏନଏସି ପ୍ରଶାସନ ପକ୍ଷରୁ ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ଠାରେ ସୁଜଳ ଷ୍ଟାଣ୍ଡ ପାଇପ ଲଗାଯାଇଥିଲା। ହେଲେ ଗତ କାଲି ଅର୍ଥାତ ସୋମବାର…
ଛତ୍ରପୁରକୁ ମୁନିସିପାଲିଟି ମାନ୍ୟତା: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ
ଛତ୍ରପୁର,୨୬।୯(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟି ମାନ୍ୟତା ଘୋଷଣା କରିବା ପାଇଁ ବିଭାଗ ତରଫରୁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ବିଧାନସଭାରେ…
୩ ମାସ ହେଲା କର୍ମଚାରୀଙ୍କୁ ଦରମା ମିଳୁନି
ଛତ୍ରପୁର,୨୬।୯(ସନ୍ତୋଷ ପାଢ଼ୀ ):ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଟିଟାନିୟମ ପ୍ଲାଣ୍ଟରେ କର୍ମଚାରୀଙ୍କୁ ଗତ ୩ ମାସ ହେଲା ଦରମାୟ ମିଳିନି। ଏ ନେଇ କର୍ମଚାରୀ ମାନଙ୍କ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡ଼ୁଛି। ମଙ୍ଗଳବାର ଟିଟାନିୟମ ଭୂ-ବିସ୍ଥାପିତ କଲ୍ୟାଣ ସମିତି ମହାସଂଘ ଛତ୍ରପୁର…
Archives


