ଗଞ୍ଜାମ

ଆନ୍ଧ୍ର-ଗଞ୍ଜାମ ସୀମାନ୍ତରେ ୨୪ ଘଣ୍ଟିଆ ଅନ୍‌ଲାଇନ୍‌ ପଞ୍ଜୀକରଣ

ଛତ୍ରପୁର,୨୦ା୫(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶ -ଗଞ୍ଜାମ ଜିଲା ସୀମାନ୍ତ ଗିରିଶୋଳା ତନଖି ଫାଟକରେ ଅନ୍ୟ ରାଜ୍ୟରୁ ଆସୁଥିବା ଗାଡ଼ି ଓ ଶ୍ରମିକଙ୍କ ୨୪ ଘଣ୍ଟିଆ ପଞ୍ଜୀକରଣ କରାଯାଉଛି। କୋଭିଡ୍‌ ପୋର୍ଟାଲରେ ଅନ୍‌ଲାଇନ୍‌ରେ ହେଉଥିବା ଏହି ପଞ୍ଜୀକରଣ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ହେଉଛି।...

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ଗଲେ ୧୧୯ ଜଣ, ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌

ଶେରଗଡ଼,୨୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ଗତ ୨୯ ଏପ୍ରିଲ୍‌ରୁ ସୁରଟରୁ ଆସିଥିବା ପ୍ରବାସୀମାନେ ରହିଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ବୁଧବାର ଏହି ସମସ୍ତଙ୍କୁ ଘରକୁ ଛଡ଼ାଯାଇଛି। ସେମାନେ ନିଜ ଘରେ ୭...

ପ୍ରଥମ ବ୍ୟାଚ୍‌ରେ ୨୩୬ ଜଣଙ୍କ କ୍ୱାରାଣ୍ଟାଇନ୍‌ ଅବଧି ସରିଲା: ସ୍ବାସ୍ଥ୍ୟକର୍ମୀ ସାର୍ଟିଫିକେଟ୍‌ ଦେଇ ଘରକୁ ପଠାଗଲା

ଛତ୍ରପୁର,୨୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରଥମ ବ୍ୟାଚ୍‌ରେ ୨୩୬ ଜଣଙ୍କ କ୍ୱାରାଣ୍ଟାଇନ୍‌ ଅବଧି ବୁଧବାର ଶେଷ ହୋଇଛି। ଏମାନଙ୍କୁ ପ୍ରଶାସନ ପକ୍ଷରୁ ଡିସ୍‌ଚାର୍ଜ କରାଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

ଅମ୍ଫନ: ୪୩୧ ଲୋକଙ୍କୁ ସ୍ଥାନାନ୍ତର

ଆର.ଉଦୟଗିରି,୨୦ା୫(ଡି.ଏନ.ଏ.)-ନୁଆଗଡ ବ୍ଲକର ୧୦ ପାହାଡ ତଳି ଅଞ୍ଚଳ ଗ୍ରାମକୁ ବ୍ଲକ ପକ୍ଷରୁ ଚିହ୍ନଟ କରାଯାଇଥିଲା। ମଙ୍ଗଳବାର ବ୍ଲକ ପ୍ରଶାସନ ପୁଟୁପଡା ପଞ୍ଚାୟତର ପାରାଜୀ ଗ୍ରାମର ୪୬ ପରିବାରର ୨୭୦ ଲୋକଙ୍କୁ ପାରାଜୀ ଅଙ୍ଗନୱାଡି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଆର.ଉଦୟଗିରି ବ୍ଲକ...

ସୁଧାର ଗୃହରୁ ୭ ଅନ୍ତେବାସୀ ଫେରାର

ବ୍ରହ୍ମପୁର ଅଫିସ,୨୦ା୫-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସ୍ବତନ୍ତ୍ର ସୁଧାର ଗୃହରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ବେଳେ ସେଠାରେ ଥିବା ୭ ଜଣ ଅନ୍ତେବାସୀ ଫେରାର ହୋଇଯାଇଛନ୍ତି। ଏପରିକି ଅନ୍ତେବାସୀମାନେ ସୁରକ୍ଷା କର୍ମୀଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଆକ୍ରମଣ କରିଥିବା ନେଇ...

ସୀତାଢ଼ିମ୍ବିରା ସାହିରେ ବୋମାମାଡ଼

ବ୍ରହ୍ମପୁର ଅଫିସ,୨୦ା୫-ବଡ଼ବଜାର ଥାନା ଅନ୍ତର୍ଗତ ସୀତାଢ଼ିମ୍ବିରା ସାହିରେ ମଙ୍ଗଳବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହା ହୋଇଥିବା ପୋଲିସ ସୂଚନା ଦେଇଛି। ଅନ୍ୟପଟେ ଏଥିରେ କେହି ଆହତ ହୋଇ ନ ଥିବା ବେଳେ ବୋମା ଶବ୍ଦରେ ଅଞ୍ଚଳରେ...

ସାଇକେଲରେ ତାମିଲନାଡୁରୁ ପୋଲସରା ଫେରିଲେ ଯୁବକ

ପୋଲସରା,୨୦ା୫(ଡି.ଏନ.ଏ.)- ପୋଲସରା ଇଚ୍ଛାପୁର ଗ୍ରାମର ଅରୁଣ ନାୟକ ତାମିଲନାଡୁର ଅମ୍ବାଟୁରରୁ ସାଇକେଲରେ ଆସି ସୋମବାର ନିଜ ଅଞ୍ଚଳରେ ପହଞ୍ଚତ୍ଛନ୍ତି। ଅମ୍ବାଟୁରର ଏକ କମ୍ପାନୀରେ ଅରୁଣ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ କାମ ବନ୍ଦ ପରେ ଚଳିବାକୁ ଅସୁବିଧା ହୋଇଥିଲା। ଅର୍ଥ...

ବାହାରେ ବୁଲୁଛନ୍ତି ଅନ୍ତେବାସୀ

କବିସୂର୍ଯ୍ୟନଗର,୨୦ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ୩ଶହ ଟପିଛି କରୋନା ପଜିଟିଭ ସଂଖ୍ୟା। ତଥାପି ଚେତୁ ନାହାନ୍ତି ଅନ୍ତେବାସୀ। ସୁରକ୍ଷା ବ୍ୟବସ୍ଥା କୋହଳ ହେତୁ ବଜାରରେ ବୁଲୁଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଭୟଭୀତ ହୋଇ ପଡିଛନ୍ତି। କଲ୍ୟାଣ ମଣ୍ଡପ ସଙ୍ଗରୋଧ...

ସାବିତ୍ରୀ ପାଇଁ ଭୂଲିଗଲେ ସାମାଜିକ ଦୂରତା

କବିସୂର୍ଯ୍ୟନଗର,୨୦ା୫(ଡି.ଏନ୍‌.ଏ.)- କରୋନାର ଭୟାବହତା କମିନାହିଁ। ତେଣୁ ଲକ୍‌ଡାଉନ୍‌ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଏହାକୁ ସାମାନ୍ୟ କୋହଳ କରି ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି। ମାତ୍ର ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଆହୁରି...

ଗୋଷ୍ଠୀ ସଂଘର୍ଷ, ୫ ଆହତ

ପାତ୍ରପୁର,୨୦ା୫(ଡି.ଏନ୍‌.ଏ.)- ଜରଡ଼ା ଥାନା ଗୋପାଳପଲ୍ଲୀ ଗ୍ରାମରେ ସୋମବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୫ ଜଣ ଆହାତ ହୋଇଛନ୍ତି। ପୂର୍ବରୁ ଶ୍ରୀରାମ ନବମୀବେଳେ ଉଭୟ ଗୋଷ୍ଠୀ ଦର୍ଶନ ପାଇଁ ମାର୍‌ପିଟ...

କରୋନା ପଜିଟିଭ୍‌ ଚିହ୍ନଟ ପରେ ଲିଆଖାଇ ଗାଁ ସିଲ୍‌

ଚିକିଟି,୨୦ା୫(ଡି.ଏନ.ଏ.)- ଚିକିଟି ବ୍ଲକ୍‌ ଲିଆଖାଇ ଗ୍ରାମକୁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ପ୍ରଶାସନ ସିଲ୍‌ କରିଛି। ମସ୍ତିଷ୍କ କର୍କଟ ରୋଗରେ ଭୁବନେଶ୍ୱର ଏମ୍‌ସ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଜିଲା...

ଅମ୍ଫନ୍‌ ପ୍ରଭାବ, ଗୋପାଳପୁର ବେଳାଭୂମି ଅଶାନ୍ତ

ଗୋପାଳପୁର,୧୯ା୫(ଡି.ଏନ୍‌.ଏ.)- ଅମ୍ଫନ୍‌ ପ୍ରଭାବରେ ମଙ୍ଗଳବାର ଗୋପାଳପୁର ବେଳାଭୂମି ଅଶାନ୍ତ ରହିବା ସହ ବଡବଡ ଜୁଆର ଉଠିଥିଲା। ୨୪ ଘଣ୍ଟାରେ ୦.୫ ମିଲି ବର୍ଷା ରେକର୍ଡ଼ କରାଯାଇଛି। ମଙ୍ଗଳବାର ମଧ୍ୟ ରାତିରୁ ବର୍ଷା ବଢିବା ସହ ୫୫ରୁ ୬୫ କିମି ବେଗରେ...

ସୁରଟରେ ଆଖି ବୁଜିଲେ କରୋନା ଆକ୍ରାନ୍ତ ଓଡିଆ ଶ୍ରମିକ

ଧରାକୋଟ,୧୯ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଝରପାରି ପଞ୍ଚାୟତ ବାଡୁଲା ଗ୍ରାମର କୃଷ୍ଣଚନ୍ଦ୍ର ବିଶୋଇ(୨୭)ଙ୍କ ସୁରଟରେ ମୃତ୍ୟୁ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗତ ୮ଦିନ ତଳେ ସୁରଟର ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର...

ଶ୍ମଶାନରୁ ନବବଧୂଙ୍କ ଅଧାପୋଡା ମୃତଦେହ ଜବତ

ସୋରଡା,୧୯ା୫(ଡି.ଏନ୍‌.ଏ.)- ସୋରଡା ବ୍ଲକ ରାଇବନ୍ଧ ମଶାଣିରୁ ବଡଗଡ ପୋଲିସ ଜଣେ ନବବଧୂଙ୍କ ଅଧାପୋଡା ମୃତଦେହ ମଙ୍ଗଳବାର ଜବତ କରିଛି। ସେ ହେଲେ କୁଲାଙ୍ଗି ଗ୍ରାମର କୃଷ୍ଣ ସ୍ବାଇଁଙ୍କ ଝିଅ ଟିକିନା (୨୦)। ରାଇବନ୍ଧ ଗ୍ରାମର କବିରାଜ ସ୍ବାଇଁଙ୍କୁ ୨ ମାର୍ଚ୍ଚରେ...

ଗଞ୍ଜାମ ଜିଲାର ୧୧୬୭ କ୍ୱାରାଣ୍ଟାଇନ ସେଣ୍ଟର ଉପରେ ନଜର ରଖୁଛି ୫୮ ପୋଲିସ ମୋବାଇଲ ଟିମ୍‌ , ରହିଛନ୍ତି ୫୫୦୨୫ ପ୍ରବାସୀ

ଛତ୍ରପୁର, ୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ୧୧୬୭ଟି କ୍ୱାରାଣ୍ଟାଇନ ସେଣ୍ଟର ରହିଛି। ଉକ୍ତ ସେଣ୍ଟରଗୁଡିକର ବାହାରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଏଥିସହ ୫୮ଟି ପୋଲିସ ମୋବାଇଲ ଟିମ୍‌ ଉକ୍ତ କ୍ୱାରାଣ୍ଟାଇନ ସେଣ୍ଟର ଉପରେ ନଜର ରଖିବା...

ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଚୋରି: ରୁପା ଅଳଙ୍କାର, ଦାନ ହୁଣ୍ଡି ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୧୯।୫: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଥିବା ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ୩ଟି ଗେଟର ତାଲା ଭାଙ୍ଗି ମା’ ଠାକୁରାଣୀ ପରିଧାନ କରିଥିବା...

ସାମାଜିକ ଦୂରତା ଉଲ୍ଲଂଘନ: ଛତ୍ରପୁରରେ ଗ୍ରୋସରୀ ଦୋକାନ ସିଲ୍‌

ଛତ୍ରପୁର,୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ସହର ବଜାର ମେନ୍‌ରୋଡରେ ଥିବା ସନ୍ତୋଷ ସେନାପତିଙ୍କ ଗ୍ରୋସରୀ ଦୋକାନକୁ ସୋମବାର ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ସାମାଜିକ ଦୂରତା ଉଲ୍ଲଂଘନ ନେଇ ଉକ୍ତ ଦୋକାନକୁ ସିଲ କରାଯାଇଥିବା ଜଣାପଡ଼ିଛି। ସାମାଜିକ ଦୂରତା,...

କ୍ୱାରାଣ୍ଟାଇନ ସେଣ୍ଟରରେ ଡାଲିରୁ ବାହାରିଲା ଝିଟିପିଟି: ଏହାକୁ ଖାଇ ୫ ଅସୁସ୍ଥ

ଛତ୍ରପୁର, ୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ମହାନାଦପୁର ପଞ୍ଚାୟତ ଖୁରିଗାଁ ପ୍ରାଥମିକ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ତଥା ଅନ୍ତେବାସୀଙ୍କୁ ସୋମବାର ରାତିରେ ଖାଇବାକୁ ଦିଆଯାଇଥିଲା। ୨୯ ଅନ୍ତେବାସୀ ରାତ୍ରି ଭୋଜନ ଖାଇ ସାରିଥିବାବେଳ ବେଳ ୨...