ଗଞ୍ଜାମ

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳି

ବ୍ରହ୍ମପୁର ଅଫିସ,୨୩ା୫: କିଛିଦିନର ନୀରବତା ପରେ ପୁଣି ଥରେ ବ୍ରହ୍ମପୁରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଗୁରୁବାର ସାଧାରଣ ନିର୍ବାଚନର ଭୋଟ ଗଣତି ହେବାକୁ ଥିବାବେଳେ ବୁଧବାର ରାତି ପ୍ରାୟ ୯ଟାବେଳେ ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନାଙ୍କୁ...

ଦାରିଙ୍ଗବାଡ଼ି ଅଞ୍ଚଳରେ କାଜୁ ଚାଷ ନୈରାଶ୍ୟଜନକ

ଦାରିଙ୍ଗବାଡି,୨୩।୫(ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ସମେତ ପଡୋଶୀ ଜିଲା ଗଜପତିର ପାଣିଗଣ୍ଡା, କଟାମାହା ଆଦି ଅଞ୍ଚଳରେ ଏବେ କାଜୁ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ତେବେ ଚଳିତ ବର୍ଷ କାଜୁ ଫସଲରେ ଚାଷୀଙ୍କୁ ନିରାଶ ହେବାକୁ ପଡିଛି। ଯେତିକି କାଜୁ...

ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଶାଖା ସ୍ଥାନାନ୍ତରଣକୁ ବିରୋଧ: ମିଳିତ କ୍ରିୟାନୁଷ୍ଠାନ କମିିିଟିର ଦାବିପତ୍ର

ବ୍ରହ୍ମପୁର ଅଫିସ,୨୩ା୫-ବ୍ରହ୍ମପୁର ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ସ୍ଥାନାନ୍ତରଣକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଶରଧାବାଲିରେ ଥିବା ଏହି ବ୍ରାଞ୍ଚକୁ ଖୋଡାସିଙ୍ଗି ଏଡିବି ଶାଖା ସହ ମିଶ୍ରଣ କରାଯିବାକୁ ଯୋଜନା କରାଯାଉଥିବା ବେଳେ ଏହାକୁ ସ୍ଥାନୀୟ...

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ

ବ୍ରହ୍ମପୁର ଅଫିସ,୨୩ା୫: ଟାଉନ ଥାନାରୁ ବୁଧବାର ମଧ୍ୟାହ୍ନରେ ପୋଲିସକୁ ଚକ୍‌ମା ଦେଇ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ସେ ହେଲେ ମହମ୍ମଦ ଇମରାନ। ଏକ ହତ୍ୟା ଉଦ୍ୟମ ମାମଲାରେ ସେ ସମ୍ପୃକ୍ତ ଥିବା ବେଳେ ତାଙ୍କୁ ସଦର ଥାନାରେ...

ମହିଳାଙ୍କୁ ନିର୍ଯାତନା, ଶାଶୁଘର ଲୋକଙ୍କ ନାଁରେ ଏତଲା

ଆର.ଉଦୟଗିରି,୨୩ା୫(ଡି.ଏନ.ଏ.)-ଆର.ଉଦୟଗିରି ଥାନା ସରଳାପଦର ଗ୍ରାମର ଜଣେ ମହିଳାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ବିବାହର ୧୩ ବର୍ଷ ପରେ ନିର୍ଯାତନାର ଶିକାର ହୋଇଥିବା ନାରାୟଣୀ ନାୟକଙ୍କ ଏତଲାକ୍ରମେ ନଂ.୫୫/୧୯ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ...

ଭୋଟ ଗଣତି ଆଜି: ଛତ୍ରପୁର, ଭଞ୍ଜନଗର, ବ୍ରହ୍ମପୁର କେନ୍ଦ୍ରରେ ସୁରକ୍ଷା କଡ଼ାକଡ଼ି

ଛତ୍ରପୁର,୨୩ା୫(ଡି.ଏନ.ଏ.)-ଗଞ୍ଜାମ ଜିଲାର ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲ, ବ୍ରହ୍ମପୁରର ପଲିଟେକନିକ୍‌ ଓ ଆଇଟିଆଇ ଏବଂ ଭଞ୍ଜନଗରର କେଏସୟୁବି କଲେଜରେ ଗୁରୁବାର ଭୋଟ ଗଣତି କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଭୋଟ ଗଣତିରେ ନିୟୋଜିତ କର୍ମଚାରୀ, ପ୍ରାର୍ଥୀ...

ଗ୍ରୀଷ୍ମରେ ରକ୍ତ ଅଭାବ ଦୂର ପାଇଁ ପ୍ରୟାସ: ୭ଟି ଶିବିରରେ ୧୩୨ ୟୁନିଟ ରକ୍ତ ସଂଗ୍ରହ

ବ୍ରହ୍ମପୁର ଅଫିସ, ୨୨।୫: ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ), ମାରଓ୍ବାଡି ମହିଳା ସମିତି, ନେଚର ଲଭର୍ସ ଓଡିଶା, ବକ୍ସିଂ ଓଡିଶାର ମିଳିତ ଆନୁକୂଲ୍ୟରେ ଏବଂ ରକ୍‌ ଷ୍ଟାର ଡ୍ୟାନ୍ସ ଏକାଡେମୀର ସହଯୋଗରେ ବୁଧବାର ବ୍ରହ୍ମପୁର ବଡ଼...

ପୁରୁଣା ବ୍ରହ୍ମପୁରରେ ମାଙ୍କଡ଼ ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଆହତ, ମାରିଦେବାକୁ ଅଞ୍ଚଳବାସୀଙ୍କ ଦାବି

ବ୍ରହ୍ମପୁର ଅଫିସ,୨୨ା୫: ଗଞ୍ଜାମ ଜିଲା ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଗତ ଏକ ମାସ ହେଲା ଏକ ପାଗଳ ହନୁମାଙ୍କଡ଼ର ଆତଙ୍କ ଦେଖିବାକୁ ମିଳିଛି। ମାଙ୍କଡ଼ଟି ସ୍ଥାନୀୟ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ି ସାରିଲାଣି। ଭୟରେ ଲୋକମାନେ ଘରୁ ବାହାରକୁ...

ଭୋଟ ଗଣତି କେନ୍ଦ୍ରରେ ଅଧିକାରୀଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ,୨୨ା୫ : ଚଳିତ ସାଧାରଣ ନିର୍ବାଚନର ଭୋଟ୍‌ ଗଣତି ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ବ୍ରହ୍ମପୁରର ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ)ରେ ଦିଗପହଣ୍ଡି, ଚିକିଟି ଏବଂ ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି ହେବ । ସେହିଭଳି ସରକାରୀ...

ଆମ୍ବ ତୋଳିବା କାଳ ହେଲା: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

ଫିରିଙ୍ଗିଆ,୨୨।୫: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ସାଦୁରୁମୁଣ୍ଡା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ଏକ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଦଶରଥି ଭୁକ୍ତା ଓ ସ୍ତ୍ରୀ ସରୋଜିନୀ ଭୁକ୍ତା।...

ପେଟ୍ରୋଲ ପମ୍ପ୍‌ରେ ଡକାୟତି ଯୋଜନା, ୬ ଗିରଫ

ବ୍ରହ୍ମପୁର ଅଫିସ,୨୨ା୫: ବଡବଜାର ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ସୋମବାର ଥାନାଧିକାରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ ଟିମ୍‌ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଶ୍ରୀକ୍ଷେତ୍ର ବିହାରରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଏକତ୍ରିତ ହୋଇଥିବା ୬...

୧୨ ପରିବାରଙ୍କୁ ବାସନ୍ଦ ଅଭିଯୋଗ, ଜଣେ ଗିରଫ

ଦିଗପହଣ୍ଡି,୨୧ା୫(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟି ବ୍ଲକ ରମ୍ପା ପଞ୍ଚାୟତ ବରଡ଼ା ଗ୍ରାମରେ ୧୦ ତାରିଖ ରାତିରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଓ ହତ୍ୟା ଉଦ୍ୟମ ଘଟଣାରେ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ମଙ୍ଗଳବାର କେ.ନୂଆଗାଁ ପୋଲିସ ଗିରଫ କରିଛି। ସେ...

ଘର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ବ୍ରହ୍ମପୁର ଅଫିସ,୨୨ା୫- ଘରଭଡ଼ାକୁ କେନ୍ଦ୍ରକରି ଘର ମାଲିକଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଗୋଷାଣୀନୂଆଗଁା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋଷାଣୀନୂଆଗଁା ଅଞ୍ଚଳର ଏକ ଦୃଷ୍ଟିହୀନ ଅନୁଷ୍ଠାନର ମୁଖ୍ୟ ବଦ୍ରିରାଜନଗରର ଭବାନୀ ଶଙ୍କର ପାଢୀ (୪୨),...

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୨୪ ପ୍ଲାଟୁନ୍‌ ଫୋର୍ସ

ଛତ୍ରପୁର,୨୨ା୫(ଡି.ଏନ.ଏ)- ଚଳିତମାସ ୨୩ରେ ଗଞ୍ଜାମ ଜିଲାରେ ହୋଇଥିବା ଭୋଟର ଗଣତି ହେବ। ଏନେଇ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ...

ତପ୍ତପାଣି ଘାଟିରେ ଓଲଟିଲା ମିନିବସ୍‌: ଜଣେ ମୃତ, ୨୫ ଆହତ

ଦିଗପହଣ୍ଡି,୨୧ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରେ ଏକ ମିନିବସ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ମୃତକ ହେଲେ ଦିଗପହଣ୍ଡି ବ୍ଲକ ଗଡ଼ସାମନ୍ତରାପୁର ଗ୍ରାମର...

ହାଇଦ୍ରାବାଦରେ ମୃତ୍ୟୁ, ହିଞ୍ଜିଳିରେ ହତ୍ୟା ମାମଲା: ସ୍ବାମୀ ଗିରଫ

ହିଞ୍ଜିଳିକାଟୁ,୨୧ା୫(ଡି.ଏନ୍‌.ଏ): ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ହିଞ୍ଜିଳି ଥାନା ପୋଲିସ ମଙ୍ଗଳବାର ଆଙ୍କୋରଡା ଗ୍ରାମର ପ୍ରଶାନ୍ତ ସ୍ବାଇଁଙ୍କୁ ଗିରଫ କରିଛି। ହତ୍ୟାର ଶିକାର ହୋଇଛନ୍ତି ମଧୁମିତା। ଏନେଇ ମଧୁମିତାଙ୍କ ବାପା ପାଟପୁର ଥାନା ଗମ୍ଭାରୀଗୁଡାର ଡାକ୍ତର ଜେନା ଗତ...

ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା ପଣ୍ଡ: ପାଟ୍ରୋଲିଂ ବେଳେ ପୋଲିସ ହାତରେ ଧରାପଡ଼ିଲେ, ୬ ଗିରଫ; ବୋମା, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୧।୫: ବଡ଼ବଜାର ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଥାନାଧିକାରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ ଟିମ୍‌ ସୋମବାର ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଶ୍ରୀକ୍ଷେତ୍ର ବିହାରରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଏକତ୍ରିତ ହୋଇଥିବା ୬...

ରଙ୍ଗିପୁର ମା’ ବୁଢ଼ୀ ଠାକୁରାଣୀ ଯାତ୍ରାରେ ଭକ୍ତଙ୍କ ଭିଡ଼

ଗୋପାଳପୁର,୨୧।୫-ରଙ୍ଗେଇଲୁଣ୍ଡା ବ୍ଲକ ରଙ୍ଗିପୁର ଗ୍ରାମରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ୧୬ ତାରିଖରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ଯାତ୍ରା ଷଷ୍ଠ ଦିବସରେ ପହଞ୍ଚତ୍ଛି। ମା’ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ବେଳେ ପ୍ରତ୍ୟହ ଆଖପାଖ ବହୁ ଭକ୍ତଙ୍କ...