ଗଞ୍ଜାମ

‘ଦେଶର ବିକାଶରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଗୁରୁବାର ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଏସ୍‌ଡିଓ (୧) ସୁଦୀପ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିବସ ସମ୍ପର୍କରେ କହିବା ସହ ବିକାଶ...

୧୦ ଦିନ ଧରି ପ୍ରଶିକ୍ଷଣ ନେବେ ଆଚାର୍ଯ୍ୟା-ଆଚାର୍ଯ୍ୟ

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁବାର ଓଡ଼ିଶା ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତି ଦକ୍ଷିଣ-ପୂର୍ବ ସମ୍ଭାଗ ପକ୍ଷରୁ ୧୦ ଦିନ ବ୍ୟାପୀ ଆଚାର୍ଯ୍ୟା ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଶିଶୁ ବିଦ୍ୟାମନ୍ଦିର...

ଶ୍ରମିକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଆନ୍ଦୋଳନ ପାଇଁ ଆହ୍ବାନ

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ପକ୍ଷରୁ ମିଳିତ ଭାବେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବଜାର ଗାନ୍ଧୀଛକଠାରେ ଆୟୋଜିତ ସଭାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସିର ଗଞ୍ଜାମ ଜିଲା...

ବିଫଳ ପ୍ରେମିକଙ୍କ ବର୍ବର କାଣ୍ଡ: ଘରେ କେହି ନ ଥିବାବେଳେ ନାବାଳିକାଙ୍କୁ ନିର୍ମମ ଭାବେ କଲେ ହତ୍ୟା

ଗୋପାଳପୁର,୧ା୫(ନବୀନ ରାଜ ଆଚାରୀ): ଗୋପାଳପୁର ଥାନା ଅଞ୍ଚଳରେ କିଛିଦିନ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର, ନାବାଳିକା ବଳାତ୍କାର,ଚୋରି, ଡକାୟତି ରାହାଜାନି ଓ ଜୁଆଆଡ୍ଡା ବୃଦ୍ଧି ହେବା ସହ ଅଶାନ୍ତ ହୋଇପଡ଼ିଛି ଗୋପାଳପୁର। ସାଧାରଣ ଲୋକ...

ସୁରଟରେ ଉତ୍କଳ ବ୍ରାହ୍ମଣ ପରିବାର ପକ୍ଷରୁ ପର୍ଶୁରାମ ଜୟନ୍ତୀ

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ)-ସୁରଟ ଉତ୍କଳ ବ୍ରାହ୍ମଣ ପରିବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ପର୍ଶୁରାମ ଜୟନ୍ତୀ ପାଳିତ ହୋଇଯାଇଛି। ସଭାପତି ଭାବଗ୍ରାହୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିଗତ ତିନି ବର୍ଷ ଧରି ଏହି ଉତ୍ସବ ପାଳିତ ହେଉଛି। ମଙ୍ଗଳବାର ଅନୁଷ୍ଠିତ ଉତ୍ସବରେ ମୁଖ୍ୟ...

ଅର୍କିଟ ଫୁଲ ଚାଷ ବୁଲି ଦେଖିଲେ ରାଜ୍ୟପାଳ

ଗଞ୍ଜାମ,୩୦।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍‌ପତି ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ପାଳୁରୁ ସ୍ଥିତ ଅର୍କିଟ ଫୁଲ ଚାଷ ବୁଲି ଦେଖିଥିଲେ l ଆର୍କିଟ ଫୁଲ ଦେଖି ରାଜ୍ୟପାଳ ବହୁତ...

ଭଞ୍ଜନଗର ମେଡିକାଲକୁ ମିଳିବ ଜିଲା ମାନ୍ୟତା, ପର୍ଯ୍ୟଟନ କ୍ଷେତ୍ରରେ ବି ପ୍ରମୁଖ ସ୍ଥାନରେ ରହିବ…

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଗାନ୍ଧୀ କୈଳାସ ପାହାଡ଼ର ପାଦଦେଶରେ ଥିବା ପୁରୁଣା ହନୁମାନ ମନ୍ଦିର ସ୍ଥାନରେ ଏକ ନୂଆ ମନ୍ଦିର ନିର୍ମାଣ ହେବ। ବୁଧବାର ସନ୍ଧ୍ୟାରେ ତାହାର ଶିଳାନ୍ୟାସ ହୋଇଥିଲା। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ...

ଭଞ୍ଜନଗରରେ ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ, ପିଅନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତୁରୁମୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲୀପ ମିଶ୍ର ବୁଧବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ତାଙ୍କ ଉଦ୍ଧେଶ୍ୟରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ...

ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଦିଗପହଣ୍ଡି,୩୦ା୪(ଅଶେଷ ନାଥ ମିଶ୍ର): ଚୁଡୁଙ୍ଗପୁର ସ୍ଥିତ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ କୋରେଶୁ ସେଠୀ ପୌରହିତ୍ୟ କରିଥିଲେ।...

ନବବିବାହିତାଙ୍କ ଆତ୍ମହତ୍ୟା ପରେ ତରବରିଆ ଭାବେ କରିଥିଲେ ଅନ୍ତିମ ସଂସ୍କାର, ସ୍ବାମୀ ଅଟକ

ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମର ନବ ବିବାହିତା ସ୍ମୃତି ସାହୁଙ୍କ ଆତ୍ମହତ୍ୟା ଘଟଣାରେ ସ୍ବାମୀ ସୁଜିତ ସାହୁଙ୍କୁ ପାଟପୁର ଥାନାରେ ପୋଲିସ ଅଟକ ରଖି ତଦନ୍ତ ଚଳାଇଛନ୍ତି। ଗତ ୨୦ ତାରିଖରେ ଗ୍ରାମର...

ଦୁଇ ବର୍ଷ ତଳେ ଜଣଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ, ଏବେ ଭୋଗିବେ ୭ ବର୍ଷ ଜେଲ୍‌ଦଣ୍ଡ

ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କନ୍ଧ ନୂଆଁପଲ୍ଲୀ ଗ୍ରାମରେ ୨୦୨୩ରେ ନିଆଁ ଲଗାଇବା ଅଭିଯୋଗରେ ଅଭିଯୁକ୍ତ କାର୍ତ୍ତିକ ସାହୁଙ୍କୁ ଭଞ୍ଜନଗର ସହକାରୀ ଦୌରା ଜଜ ଦେବାଶିଷ ବିଷୋୟୀ ବୁଧବାର ୭ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।...

କବିସୂର୍ଯ୍ୟ ବିଦ୍ୟାପୀଠରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟସ୍ମୃତି ପରିଷଦ ପକ୍ଷରୁ ବୁଧବାର ପଣ୍ଡିତ କବିସୂର୍ଯ୍ୟ ବଳଦେବ ରଥଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ପବିତ୍ର ଅକ୍ଷୟ ତୃତୀୟା ତିଥିରେ ତାଙ୍କ ତିରୋଧାନ ଘଟିଥିଲା। ଏହି ଯୋଗଜନ୍ମା ସାଧକଙ୍କ ପୁଣ୍ୟତିଥିରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri