ରାସ୍ତାକଡ଼ରେ ମହିଳାଙ୍କ ପ୍ରସବ ଘଟଣା :ତଦନ୍ତ କଲା ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଟିମ୍‌

ବ୍ରହ୍ମପୁର ଅଫିସ୍‌,୨୭ା୮-ବ୍ରହ୍ମପୁର ସହର କୋର୍ଟପେଟା ଛକରେ ଗତ ୨୩ତାରିଖରେ କେ.ପାର୍ବତୀ ନାମ୍ନୀ ଜଣେ ମହିଳା ରାସ୍ତା କଡ଼ରେ ପ୍ରସବ କରିଥିଲେ। ପ୍ରସବ କରାଇ ମାନବିକତାର ପରିଚୟ ଦେଇଥିବା ଡା. ରୋନକ୍‌ ଗାନ୍ଧୀ ଏବଂ ଡା. ଦେବଦର୍ଶିନୀ ସାହୁଙ୍କୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଅଧ୍ୟୟନ କରୁଥିବା ଏହି ଡାକ୍ତର ଦ୍ୱୟଙ୍କୁ ନିଜ ଶିକ୍ଷାନୁଷ୍ଠାନ ପକ୍ଷରୁ ପୂର୍ବରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କିନ୍ତୁ ଦୁଇ ଡାକ୍ତରଙ୍କୁ ସମ୍ବର୍ଦ୍ଧନା ଆଳରେ ସ୍ବାସ୍ଥ୍ୟ ବିଭାଗ ନିଜ ଦୋଷ ଘୋଡ଼ାଇବାକୁ ଉଦ୍ୟମ କରୁଛି ବୋଲି ଜାଣିବା ଶୁଣିବା ମହଲରେ ଆଲୋଚନା ହେଉଛି । କାରଣ ଗର୍ଭବତୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ଥିଲେ ମଧ୍ୟ ସେଇ ସବୁ ଯୋଜନାର ବିଫଳତା ଯୋଗୁ ପାର୍ବତୀ ରାସ୍ତା କଡ଼ରେ ପ୍ରସବ କଲେ ବୋଲି କୁହାଯାଉଛି ।
ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ନବନିର୍ମିତ ଏନ୍‌ଏଚ୍‌ଏମ୍‌ ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ମୁଖ୍ୟ ଚିକିତ୍ସାଧିକାରୀ ତଥା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଦୁଇ ଜଣ ଡାକ୍ତର ଗାନ୍ଧୀ ଏବଂ ଡା. ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜିଲାପାଳ କୁଲାଙ୍ଗେ କହିଥିଲେ, ଉଭୟ ଡାକ୍ତର ମାନବିକତାର ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ତାହା ସମସ୍ତଙ୍କ ପାଇଁ ଶିକ୍ଷଣୀୟ। ବୃତ୍ତି ନୁହେଁ, ସେବାକୁ ଉଭୟେ ପ୍ରାଥମିକତା ଦେଇଛନ୍ତି। ଏହି ଅବସରରେ ଉଭୟେ ଡାକ୍ତର ଉକ୍ତ ଦିନର ଅଭିଜ୍ଞତା କହିିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଭି. ସରୋଜିନୀ ଦେବୀ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ହିମାଂଶୁବାଳା ପଟ୍ଟନାୟକ, ଏନ୍‌ଏଚ୍‌ଏମ୍‌ର ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀ ଏବଂ ପ୍ରଜନନ ଏବଂ ଶିଶୁ ସ୍ବାସ୍ଥ୍ୟ ପ୍ରବନ୍ଧକ ଶକ୍ତି କୁମାର ଦିଗାଲ୍‌ଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।
ସାମନ୍ତିଆପଲ୍ଲୀ ଗ୍ରାମର ପାର୍ବତୀ ରାସ୍ତା କଡ଼ରେ ପ୍ରସବ କରାଇବାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଅପରାଗତା ଦାୟୀ ବୋଲି କୁହାଯାଉଛି। ଗର୍ଭବତୀଙ୍କୁ ଚିକିତ୍ସାଳୟରେ ପହଞ୍ଚାଇବା ପାଇଁ ଆଶାମାନେ ନିଯୁକ୍ତି ପାଇଛନ୍ତି। ହେଲେ ସେହି ଦିନ ପାର୍ବତୀଙ୍କ ସହ ଆଶା ନ ଥିଲେ । ରାସ୍ତା କଡ଼ରେ ପାର୍ବତୀ ପ୍ରସବ କରୁଥିବା ବେଳେ ଅଞ୍ଚଳବାସୀଙ୍କ ପକ୍ଷରୁ ୧୦୨ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା। ହେଲେ ପ୍ରାୟ ୪୫ମିନିଟ୍‌ ପରେ ଆମ୍ବୁଲାନ୍ସ ସେଠାରେ ପହଞ୍ଚିଥିଲା ।
ଯଦି ପାର୍ବତୀଙ୍କ ପ୍ରସବ ସମୟରେ ଡା. ଦେବଦର୍ଶିନୀ ସେଠାରେ ନ ଥାନ୍ତେ, ତେବେ ପରିସ୍ଥିତି ଭିନ୍ନ ହୋଇଥାନ୍ତା, ଏଥିରେ ସନ୍ଦେହ ନାହିଁ ବୋଲି ମଧ୍ୟ କୁହାଯାଉଛି ।
ନେଇ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ଭି. ସରୋଜିନୀ ଦେବୀ କୁହନ୍ତି, ସ୍ବତନ୍ତ୍ର ଟିମ୍‌ ଦ୍ୱାରା ଘଟଣାର ତଦନ୍ତ କରାଯାଇଛି ।
୨୨ତାରିଖରେ ଆଶାଙ୍କ ସହ ପାର୍ବତୀ ବଡ଼ ମେଡ଼ିକାଲ୍‌କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ । ଡାକ୍ତର ତାଙ୍କୁ ଅଲ୍‌ଟ୍ରାସାଉଣ୍ଡ କରିବାକୁ କହିଥିଲେ। ଆଧାର କାର୍ଡ଼ ନ ଥିବା ଯୋଗୁ ପାର୍ବତୀ ଫେରି ଯାଇଥିଲେ। ପରଦିନ ଅର୍ଥାତ୍‌ ୨୩ତାରିଖରେ ପାର୍ବତୀ ପୁଣି ଥରେ ବ୍ରହ୍ମପୁର ଆସିଥିଲେ । ଆଶାଙ୍କୁ ଡାକି ଥିଲେ ମଧ୍ୟ ସେ ସାଥିରେ ଆସିବାକୁ ମନା କରିଥିଲେ । ଏଣୁ ପ୍ରାଥମିକ ତଦନ୍ତରୁ ଆଶାଙ୍କ ଦାୟିତ୍ୱହୀନତା ଜଣାପଡ଼ିଛି।
ଏନେଇ ଏକ ରିପୋର୍ଟ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପାଣିଗ୍ରାହୀ କହିଛନ୍ତି, ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri