ଅଟୋ ଚଳାଇବେ, ପେଟ୍ରୋଲ ପମ୍ପରେ ରହିବେ ମହିଳା
ଛତ୍ରପୁର,୨୫ା୭(ଡି.ଏନ.ଏ.) – ଗଞ୍ଜାମ ଜିଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଆହୁରି କ୍ରିୟାଶୀଳ କରିବା ସହ ମହିଳା ସଂଘ ସଦସ୍ୟାମାନଙ୍କୁ ଆମତ୍ନିର୍ଭରଶୀଳ କରାଯିବ। ବୁଧବାର ଏ ନେଇ ଛତ୍ରପୁରସ୍ଥିତ ଡିଆରଡିଏ ସମ୍ମିଳନୀ ଗୃହରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ…
ମତ୍ସ୍ୟ ଯାଅଁ।ଳ ବିକ୍ରି ଆରମ୍ଭ:ମାଛ ଚାଷ ପାଇଁ ଏସ୍ଏଚ୍ଜିକୁ ପ୍ରୋତ୍ସାହନ ମିଳିବ
ଭଞ୍ଜନଗର,୨୫।୭(ଡି.ଏନ୍.ଏ.)-ଭଞ୍ଜନଗର ସରକାରୀ ମସତ୍ୟ ଯାଅଁ।ଳ ଉପତ୍ାଦନ କେନ୍ଦ୍ରରୁ ଚଳିତ ବର୍ଷ ପାଇଁ ବୁଧବାର ଠାରୁ ବିଭିନ୍ନ କିସମର ଯାଅଁ।ଳ ବିକ୍ରି ଆରମ୍ଭ ହୋଇଛି। ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ବୀରେନ୍ଦ୍ର କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଅଁ।ଳ…
ଅଗ୍ନିକାଣ୍ଡ: ୨୦ ବଖରା ଜଳିଗଲା
ଚିକିଟି/ହାତୀଓଟ,୨୫ା୭(ଡି.ଏନ୍.ଏ.)- ଚିକିିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଆଦିବାସୀ ବାତରଡାପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୮ ଆଦିବାସି ପରିବାରଙ୍କ ୧୬ ବଖରା ଜଳିଯାଇଛି। ସେହିପର ପୋଲସରା ବ୍ଲକ ହାତୀଓଟ ପଞ୍ଚାୟତର ପ୍ରାଣଦେଇପୁର ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟି ୪ ବଖରା…
ଲାଞ୍ଚ ମାମଲା: ବରିଷ୍ଠ କିରାଣିଙ୍କୁ ୨ ବର୍ଷ ଜେଲ
ଫୁଲବାଣୀ ଅଫିସ, ୨୫ା୭-ଏକ ଲାଞ୍ଚ ମାମଲାର ବିଚାର କରି ବୁଧବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଭଗବାନ ପ୍ରଧାନ ଅଭିଯୁକ୍ତ ବରିଷ୍ଠ କିରାଣିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ…
ପଥର, ବାଲି ଚାଲାଣବେଳେ ୬ ଗାଡ଼ି ଜବତ
ଭଞ୍ଜନଗର,୨୪।୭(ଡି.ଏନଏ): ପଥର, ବାଲି, ଗୋଡ଼ି ବେନିୟମ ଚାଲାଣ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ବୁଧବାର ଭଞ୍ଜନଗର ତହସିଲ ଓ ଗାଲେରୀ, ଭଞ୍ଜନଗର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ୬ଟି ଗାଡ଼ିରେ ବେନିୟମ…
ମଧ୍ୟାହ୍ନ ଭୋଜନ ତଦାରଖ କଲେ ବ୍ଲକ ଅଧକ୍ଷା, ବିଡ଼ିଓ
ଶେରଗଡ,୨୪ା୭(ଡି.ଏନ୍.ଏ.)- ଶେରଗଡ଼ ବ୍ଲକ ବାଦୁଆ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇ ବୁଧବାର ଶେରଗଡ଼ ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ବ୍ଲକ ଅଧକ୍ଷା ସାରସ ସ୍ବାଇଁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ତଦାରଖ କରିଥିଲେ। ଛାତ୍ରୀଛାତ୍ର ମାନେ ମଧ୍ୟାହ୍ନ…
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ
କ.ନୂଆଗଁା,୨୪ା୭(ଡି.ଏନ୍.ଏ.)-କନ୍ଧମାଳ ଜିଲା ସାରଙ୍ଗ ଗଡ଼ ଥାନା ଅଞ୍ଚଳରେ ବୁଧବାର ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବନେଗଁାର ଜମ୍ବେବ ପ୍ରଧାନ (୨୦)। ଟ୍ରାକ୍ଟରଟି ଗୋଡ଼ି ନେଇ ଗୁଟିଙ୍ଗିଆ ଅଭିମୁଖେ ଯାଉଥିବା ବେଳେ କାଣିବିଡ଼ିକାଠାରେ ଓଲଟିପଡ଼ିଥିଲା। ଏଥିରେ…
ଶ୍ରାବଣରେ ମୁଣ୍ଡଫଟା ଖରା : କେନାଲରେ ପାଣି ନାହିଁ, ଚାଷୀକୁଳ ଚିନ୍ତାରେ
କନିଷି,୨୪।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକରେ ବର୍ଷାଭାବରୁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି । ଶ୍ରାବଣ ମାସରେ ମୁଣ୍ଡଫଟା ଖରା ହେଉଥିବାରୁ କେନାଲରେ ପାଣି ନାହିଁ। ଫଳରେ ଧାନରୁଆ ସମୟ ହୋଇଥିବାରୁ ବର୍ଷାଭାବରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଧାନତଳି ଟାଣଖରାରେ…
ଅଗ୍ନିକାଣ୍ଡ ଘଟି ୮ ଆଦିବାସୀ ପରିବାରଙ୍କ ୧୬ ବଖରା ଭସ୍ମୀଭୂତ
ଚିକିଟି,୨୪।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚିକିିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବାତରଡାପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଆଦିବାସୀ ପରିବାରଙ୍କ ୧୬ ବଖରା ଗୃହ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଦିଗପହଣ୍ଡି…
ପାରିବାରିକ କଳହରୁ ଆତ୍ମହତ୍ୟା ଅଭିଯୋଗ
ହିଞ୍ଜିଳିକାଟୁ,୨୪।୭(ଡି.ଏନ୍.ଏ.) : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ରାଜାତୋଟା ସାହିର ଜଣେ ବ୍ୟକ୍ତି ମଙ୍ଗଳବାର ପରିବାରବର୍ଗଙ୍କ ଅନୁପସ୍ଥିତିରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଏ. ଲକ୍ଷ୍ମୀ ନାରାୟଣ ଆଚାରୀ (୪୫)। ସେ ରାସ୍ତା କଡ଼ରେ ଫାଷ୍ଟଫୁଡ୍…
ବିଲରେ କାମ କରୁଥିବାବେଳେ ମହିଳାଙ୍କ ଜୀବନଗଲା
ହିଞ୍ଜିଳିକାଟୁ,୨୪।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଡ଼ପଡ଼ା ଫାଣ୍ଡି କରାଖଣ୍ଡି ଗ୍ରାମର ଜଣେ ମହିଳା ବିଲରେ କାମ କରୁଥିବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପାଖରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର…
ଋଷିକୁଲ୍ୟାରୁ ଜଳ ଯୋଗାଣ ବନ୍ଦ: ୫ ଦିନ ହେଲା ମିଳୁନି ପିଇବା ପାଣି
ବ୍ରହ୍ମପୁର ଅଫିସ,୨୪ା୭: ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଅଦୂରଦର୍ଶିତା ଯୋଗୁ ବ୍ରହ୍ମପୁର ସହରରେ ଶ୍ରାବଣ ମାସରେ ମଧ୍ୟ ଉତ୍କଟ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି। ଗୋଟିଏ କି ଦୁଇଟି ସାହି ନୁହଁ, ପ୍ରାୟ ଅଧା ବ୍ରହ୍ମପୁରରେ ଏବେ ପିଇବା ପାଇଁ ପାଣି…

