ଗଜପତି

ମହାବଳ ବାଘ ଠାବ

ପାରଳାଖେମୁଣ୍ଡି, ୨୦ା୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ ନିକଟସ୍ଥ ସନ୍ତୋଷପୁର ଗ୍ରାମ ନିକଟରେ ମହାବଳ ବାଘ ଠାବ କରାଯାଇଛି। ଗତ ୧୮ ତାରିଖ ଦିନ ଗୋଟିଏ ଗାଈକୁ ଘୋଷାରି ନେଇ ମାରିଥିବା ଘଟଣା ସାମ୍ନାକୁ ଆସିଥିଲା।…

ସର୍ଭେରେ ଅଟକିଛି ମାଛଧରା ଜେଟି

ଛତ୍ରପୁର,୨୦ା୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀଠାରେ ମାଛ ଧରା ଜେଟି (ଫିସିଂ ହାରବୋର) ନିର୍ମାଣ ପ୍ରସ୍ତାବ ଦୀର୍ଘବର୍ଷ ଧରି ଅଟକିରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଜଙ୍ଗଲ ଜମିର କିସମ ପରିବର୍ତ୍ତନ, ଇଂଜିନିୟରିଂ ସର୍ଭେ, ପ୍ରକଳ୍ପ ନକ୍ସା…

ଥଇଥାନ ନୀତିରେ ଅସନ୍ତୋଷ ବିସ୍ଥାପିତ

ଆର.ଉଦୟଗିରି,୧୮।୧୦(ମନୋଜ ପାଢୀ): ଗଜପତି ଜିଲା ଆର.ଉଦୟଗିର ବ୍ଳକ ଛେଳିଗଡରେ କାର୍ଯ୍ୟକାରୀ ହେଉଥିବା ବିଦ୍ୟୁତ ଜଳସେଚନ ପ୍ରକଳ୍ପର ବିସ୍ଥାପିତଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରାଯାଇ ପାରିନାହିଁ। ୧୯୮୫ ରେ ଏହି ପ୍ରକଳ୍ପର ସର୍ଭେ ଆରମ୍ଭ ହୋଇଥିଲା। ଲୋକଙ୍କୁ ବୁଝାସୁଝା କରି ୨୦୦୮- ୦୯ରେ…

ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ବିଶ୍ରାମାଗାର

ପାରଳାଖେମୁଣ୍ଡି,୧୮।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଭ୍ରମରପୁର ଗ୍ରାମର ଯାତ୍ରୀ ବିଶ୍ରାମାଗାର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର କାନ୍ଥ ଫାଟିବା ସହ ପଲସ୍ତରା ଖସି ସେଥିରୁ ପଥର ଖସିବାରେ ଲାଗିଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି…

ବର୍ଷକୁ ୧୦ଦିନ ଖୋଲାହୁଏ ମା’ ଦାଣ୍ଡୁମାରମ୍ମାଙ୍କ ମନ୍ଦିର

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା),୧୬ା୧୦: ଗଜପତି ଜିଲା ପାରଳାଖେମୁଣ୍ଡି ସହରଠାରେ ଏକ ଭିନ୍ନ ପରମ୍ପରାର ଦୁର୍ଗା ମନ୍ଦିର ରହିଛି। ଯେଉଁ ମନ୍ଦିରଟି ବର୍ଷକୁ କେବଳ ୧୦ଦିନ ଖୋଲାଯାଇ ମା’ଙ୍କୁ ପୂଜା କରାଯାଇଥାଏ । ଅନ୍ୟଦିନେ ଏହି ମନ୍ଦିରରେ ତାଲା ଝୁଲିଥାଏ। ଏହି ମନ୍ଦିର ହେଉଛି…

ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି ଅଲିନ

ପାରଳାଖେମୁଣ୍ଡି,୧୫ା୧୦ (ଗିରିଧାରୀ ପରିଛା):ରାଜ୍ୟ ସରକାର ଗରିବ ଅସହାୟମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନର ଆନ୍ତରିକତା ଅଭାବ ହେତୁ କେତେକ ଗରିବ ଲୋକେ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏମିତି ଜଣେ ଅସହାୟ ବ୍ୟକ୍ତି ହେଉଛନ୍ତି ଗଜପତି ଜିଲା ନୂଆଗଡ଼…

ପାଠପଢ଼ା ବୟସରେ ମୂଲ ଲାଗୁଛନ୍ତି ସବିନା

ମୋହନା,୧୫ା୧୦(ମନ୍ମଥ ମିଶ୍ର)ଦେଶ ତଥା ରାଜ୍ୟ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳନ କରୁଥିବା ବେଳେ ଏବେ ବି ଦୁର୍ଗମ ଅଞ୍ଚଳରେ ଅନେକ କିଶୋରୀ ନାବାଳିକାମାନେ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛନ୍ତି। ଯେଉଁମାନେ ଶିକ୍ଷା, ସ୍ବାସ୍ଥ୍ୟ ତଥା ସାମାଜିକ ସୁରକ୍ଷା ଭଳି ମୌଳିକ ଅଧିକାରରୁ…

ପାହାଡ଼ ଚଢ଼ି ଚିଠି ବାଣ୍ଟୁଛନ୍ତି ପୋଷ୍ଟ ମାଷ୍ଟର

ମୋହନା,୧୩ା୧୦(ମନ୍ମଥ ମିଶ୍ର): ଡାକ ସେବା ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ବେଳେ ବହୁ ପୁରାତନ କାଳରୁ ଲୋକଙ୍କୁ ଏହି ସେବା ଯୋଗାଇ ଆସୁଛି। ଜନସାଧାରଣଙ୍କୁ ସଞ୍ଚୟ ଖାତା, ପୁନଃ ସଂଘଟିତ ଜମା ଖାତା, ମାସିକ ଆୟ ଖାତା, ସୁକନ୍ୟା ସମୃଦ୍ଧି ଯୋଜନା…

ପୋଖରୀରେ ବୁଡ଼ି ଚାଲିଗଲା ଛାତ୍ରୀଙ୍କ ଜୀବନ

ରାୟଗଡ଼,୮।୧୦ା(ଜ୍ୟୋତି ପ୍ରସାଦ ପାଣି): ଗଜପତି ଜିଲା ରାୟଗଡ଼ ବ୍ଲକ ଅଧୀନ ଗଣ୍ଡାହାତୀ ପଞ୍ଚାୟତ ଅନ୍ତର୍ଗତ ତାମତରା ଗ୍ରାମର ଏକ ପୋଖରୀରେ ବୁଡ଼ି ଜଣେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ସୁଙ୍କୁ ମଣ୍ଡଳଙ୍କ ଝିଅ ସୁଜାତା ମଣ୍ଡଳ(୯)।…

ଘାଟିରେ ଓଲଟିଲା ବସ୍‌

ମୋହନା,୨ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ କୁଡିକିମା ଗାଁ ନିକଟସ୍ଥ ଇନ୍ଦ୍ରପୁର ଘାଟିରେ ସୋମବାର ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହୋଇଛନ୍ତି। ତେବେ ୭ଜଣ ଅବସ୍ଥା ଗୁରୁତର ରହିଛି। ସମସ୍ତ…

ରାସ୍ତା ତଳକୁ ଖସିଲା ବସ୍‌

ଗଜପତି,୩୦।୯: ଗଜପତି ଜିଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ରାସ୍ତା ତଳକୁ ଖସିପଡ଼ିଛି। ଏଥିରେ ୩୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ତଳକୁ ଖସି ପଡ଼ିଥିଲା।…

ଯୁକ୍ତ୩ରେ ନାମ ଲେଖାଇବାକୁ ଅର୍ଥ ସାଜିଛି ବାଧକ

ମୋହନା,୩୦ା୯(ମନ୍ମଥ ମିଶ୍ର): ପାଠପଢି ଶିକ୍ଷୟତ୍ରୀ ହେବାର ବହୁତ୍ ସ୍ବପ୍ନ ଦେଖୁଛନ୍ତି ଦିବ୍ୟାଙ୍ଗ ସଜନୀ। ହେଲେ ଅର୍ଥାଭାବରୁ ପାଠରେ ଏବେ ଡୋରି ଲାଗିଯିବା ସହ ସବୁ ସ୍ବପ୍ନ ଅଧୁରା ରହିଯାଇଛି। ସରକାର ଯଦି ସହାୟତା ଯୋଗାଇ ଦିଅନ୍ତେ ତେବେ ସଜନୀ ଆଗକୁ ପାଠ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri