ଗଜପତି

ଜଗନ୍ନାଥଙ୍କ ଭଜନ ଗାଉ ଗାଉ ଟଳି ପଡିଲେ ଅତିରିକ୍ତ ଜିଲାପାଳ

ଗଜପତି,୧୧।୭(ଗିରିଧାରୀ ପରିଚ୍ଛା): ମୃତ୍ୟୁ କେତେବେଳେ ଆସେ ଜାଣି ହୁଏନି। ଖୁସି କି ଦୁଃଖର ସମୟ ବୁଝେନି ମୃତ୍ୟୁ। ଆଉ ଅଚାନକ ସମୁଦ୍ରର ଢେଉ ଭଳି ମାଡିଆସେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲାର ପାରଳାଖେମୁଣ୍ଡିରେ। ଖୁସିର ମାହୋଲରେ ଗୀତ…

ଯାତ୍ରୀଙ୍କୁ ଧରିଯାଉଥିବା ବସ୍‌ ଓଲଟିଲା: ୧୦ଆହତ ୨ଗୁରୁତର

ଗଜପତି,୮।୭: ଗଜପତି ଜିଲା ଉଲିଆପଦା ଗାଁରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଯାତ୍ରୀଙ୍କୁ ଧରିଯାଉଥିବା ଏକ ଘରୋଇ ବସ୍‌ ବାଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ଫଳରେ ଦୁର୍ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର…

ପାରଳାଖେମୁଣ୍ଡିରେ ପହଞ୍ଚିଲା ପାରଳା ରାଜବଂଶୀୟ ଅମଳର ଟ୍ରେନ୍‌ ଇଞ୍ଜିନ୍‌, ନିର୍ମାଣରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା

ଗଜପତି,୭ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ଆସି ପହଞ୍ଚିଛି ପାରଳାଖେମୁଣ୍ଡି ରାଜବଂଶୀୟଙ୍କ ପୁରାତନ କୀର୍ତ୍ତି। ଲୋକଙ୍କ ଯାତାୟାତ ପାଇଁ ପାରଳା ରାଜବଂଶୀୟ ଯେଉଁ ରେଳସେବା ଆରମ୍ଭ କରିଥିଲେ ପ୍ରାୟତଃ ଅଖଣ୍ଡ ଭାରତବର୍ଷରେ କିଛି ହାତଗଣତି ସ୍ଥାନରେ ହିଁ ରେଳସେବା ରହିଥିଲା।…

ମୁଖ୍ୟମନ୍ତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇଥିବା ଆଇଆଇସିଙ୍କୁ ବଦଳି

ପାରଳାଖେମୁଣ୍ଡି,୫ା୭(ଗିରିଧାରୀ ପରିଛା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବରୁ ଥାନାରେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା କେନ୍ଦୁଝର ଆଇଆଇସି ତ୍ରିନାଥ ସେଠୀଙ୍କୁ ଗଜପତି ଜିଲାକୁ ବଦଳି ହୋଇଛି। କଟକ ପୋଲିସ ମୁଖ୍ୟାଳୟରୁ ଏହି ବଦଳି ଆଦେଶ ହୋଇଛି। ସେହିପରି ଭଦ୍ରକ ଥାନାର…

ଓଡ଼ିଆ ଲେଖି ଜାଣି ନ ଥିବାରୁ ସରପଞ୍ଚ ପଦ ଅସିଦ୍ଧ

ମୋହନା, ୪ା୭ (ମନ୍ମଥ ମିଶ୍ର)ଓଡ଼ିଆ ଲେଖି ଜାଣି ନ ଥିବା ଅଭିଯୋଗରେ ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କରିଛନ୍ତି କୋର୍ଟ । ଗଜପତି ଜିଲା ମୋହନା ବ୍ଲକ୍‌ ଚାନ୍ଦିପୁଟ ସରପଞ୍ଚ କନକଲତା ପାଲ ଓଡ଼ିଆ ଲେଖି ଜାଣି ନ ଥିବା ନେଇ ତାଙ୍କଠାରୁ…

ନଗଦ ଟଙ୍କା ସହ ନେଇଗଲେ ସୁନାଗହଣା

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅଧୀନ ଲାବାଣ୍ୟଗଡ ଗ୍ରାମରେ କେତେକ ଦୃର୍ବୃତ୍ତ ଜଣକ ଘରେ କଳାକନା ବୁଲାଇବା ସହ ଗ୍ରାମଦେବୀ ମନ୍ଦିରର ଲୁହା ଗ୍ରୀଲ ତାଡି କାଠ ସାମଗ୍ରୀକୁ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ…

ଜି ଉଦୟଗିରରେ ଜଗନ୍ନାଥଙ୍କ ଗଜାନନ ବେଶ

ଜି ଉଦୟଗିରି,୨୨।୬(ଶିଶିର ପଟ୍ଟନାୟକ ): ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ ଶନିବାର ଦିନ ସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା ଓ ସୁଦର୍ଶନଙ୍କ ସ୍ନାନ ବିଧି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଠାକୁର ମାନଙ୍କୁ ପହଣ୍ଡି କରି ସ୍ନାନ…

ଶଳାଙ୍କୁ ଗୁଳି କରି ହତ୍ୟା କଲେ ଭିଣୋଇ

ପାରଳାଖେମୁଣ୍ଡି,୧୬ା୬(ଗିରିଧାରୀ ପରିଚ୍ଛା): ଶଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଭିଣୋଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଭାଲିଆଗଣି ଗାଁରେ। ମୃତକ ଶଳା ହେଲେ କୈଳାସ ନାୟକ। ରବିବାର ସକାଳୁ ଏ ବିଷୟରେ ଜଣାପଡ଼ିଛି। ଶିକାର କରିବାକୁ…

ପାରଳାଖେମୁଣ୍ଡିରେ ବର୍ଷା, ପବନ, ବଜ୍ରପାତର ତାଣ୍ଡବ

ପାରଳାଖେମୁଣ୍ଡି,୧୫।୬(ଗିରିଧାରୀ ପରିଛା): ମାଡ଼ି ଆସିଲା ପବନ, ଘଡଘଡି ସହ ବର୍ଷା। କିଛିକ୍ଷଣ ପାଇଁ ରଚିଲା ତାଣ୍ଡବ। କାଳ ବୈଶାଖୀ ପ୍ରଭାବରେ ପବନ, ଘଡଘଡି ସାଙ୍ଗକୁ ବର୍ଷାରେ ବେହାଲ ହୋଇପଡିଛି ପାରଳାଖେମୁଣ୍ଡି ସହର। ସହରର ମୁଖ୍ୟ ରାଜୁଗୁରୁ ସାହି ଛକ ନିକଟରେ ବଜ୍ରପାତ…

ଘାଟିରୁ ୨ଶହ ଫୁଟ ତଳକୁ ଖସିପଡ଼ିଲା ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଗାଡି

ଗଜପତି,୧୪।୬: ଗଜପତି ଜିଲା ଅଡ଼ବା ଥାନା ତୁଆବାଡ଼ି ଘାଟିରେ ଶୁକ୍ରବାର ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ୨ଶହ ଫୁଟ ତଳକୁ ଖସିପଡିଥିଲା। ଫଳରେ ଗାଡିରେ ଥିବା ୫ଜଣ ଆହତ ହୋଇଥିବା ବେଳେ…

ଟ୍ରକ୍‌ରୁ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ମୋହନା,୯ା୬: ମୋହନା ପୋଲିସକୁ ବଡ଼ ସଫଳତା ମିଳିଛି। ପାଖାପାଖି ୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଅଡ଼ବା ଥାନା ଅଞ୍ଚଳରୁ ମାଲବାହୀ ଟ୍ରକ୍‌ ଯୋଗେ ଉତ୍ତରପ୍ରଦେଶକୁ ଚୋରା ଚାଲାଣ ବେଳେ ମାଡ଼ି ବସିଛି ମୋହନା ପୋଲିସ। ଦୁଇ ଆନ୍ତଃରାଜ୍ୟ ମାଫିଆଙ୍କୁ…

ପାରଳାଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ ରୂପେଶ, ମୋହନାରେ ଦାସୁରଥୀ ବିଜୟୀ

ପାରଳାଖେମୁଣ୍ଡି,୪।୬ (ଗିରିଧାରୀ ପରିଛା): ଗଜପତି ଜିଲାର ପାରଳାଖେମୁଣ୍ଡି ବିଧାନସଭା ଆସନରୁ ବିଜେଡି ଦଳର ପ୍ରାର୍ଥୀ ଇଂ.ରୂପେଶ କୁମାର ପାଣିଗ୍ରାହୀ ବିଜୟଲାଭ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାଜପା ଦଳ ପ୍ରାର୍ଥୀ କେ. ନାରାୟଣ ରାଓଙ୍କୁ ୪୧୧୫ ଭୋଟ ବ୍ୟବଧାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri