ଗଜପତି

ସୀମା ଟପିଲା ପୁଅ-ବୋହୂଙ୍କ ନିର୍ଯାତନା: ସବୁ ସମ୍ପତ୍ତି ଦାନ କରିବେ ଜାନକୀ

ପାରଳାଖେମୁଣ୍ଡି,୨୦ା୯(ସ୍ବ.ପ୍ର.)-ଏକମାତ୍ର ପୁଅ-ବୋହୂଙ୍କ ନିର୍ଯାତନା ଆଇ ସହ୍ୟ ହୋଇନାହିଁ। ବାଧ୍ୟହୋଇ ଜଣେ ୭୫ବର୍ଷୀୟ ବୃଦ୍ଧା ପୁଅକୁ ନିଜ ସମ୍ପତ୍ତିରୁ ବେଦଖଲ କରିବା ପାଇଁ ମନସ୍ଥ କରିଛନ୍ତି। ଏହି ସବୁ ସମ୍ପତ୍ତି ସେ ଦାନ କରିବା ସହ ନିଜ ଘରକୁ ବୃଦ୍ଧାଶ୍ରମ କରିବା ପାଇଁ…

ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ଲାଗି ଗାଡ଼ି ମାଲିକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ

ଚନ୍ଦ୍ରଗିରି,୨୦।୯(ଡି.ଏନ୍‌.ଏ.): ସରକାର ଟ୍ରାଫିକ ନିୟମ କଡ଼ାକଡ଼ି କରିବା ପରେ ସମଗ୍ର ରାଜ୍ୟର ଗାଡ଼ି ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପଟେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ନିୟମକୁ ତିନି ମାସ କୋହଳ ବି କରିଛନ୍ତି । ଏହି…

ତିନି ଭାଇଙ୍କୁ ବାସନ୍ଦ ଘଟଣା, ତୁଟିଲା ବିବାଦ

ପାତ୍ରପୁର,୧୮ା୯(ଡ଼ିଏନଏ): ଜରଡ଼ା ଥାନା ପାତ୍ରପୁର ବ୍ଲକ ଡୁଙ୍ଗୁରୁଗୁଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ଗ୍ରାମରୁ ତିନି ଭାଇଙ୍କୁ ବାସନ୍ଦ କରାଯାଇଥିବାବେଳେ ସେମାନଙ୍କ ପିଲା ମାନଙ୍କୁ ଗ୍ରାମ ବିଦ୍ୟାଳୟରେ ଏକୁଟିଆ କରାଯାଇଥିବା ନେଇ ବାସନ୍ଦ ପରିବାର ମଙ୍ଗଳବାର ବିଇଓଙ୍କ ସହିତ ଆଲୋଚନା କରଥିଲେ।…

୩୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ସୋରଡା,୧୨ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବଡଗଡ଼ ପୋଲିସ ଗୁରୁବାର ଏକ ବଡଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରିଛି। ଯାଞ୍ଚବେଳେ ୪୦୭ ଟ୍ରକ୍‌, ପିକ୍‌ଅପ୍‌, ବୋଲେରୋ ଓ ଏକ କାରରୁ ପାଖାପାଖି ୩୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ…

ଓଭରଟେକ୍‌ କରିବା ବେଳେ ପୋଲକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର

ଚନ୍ଦ୍ରଗିରି,୧୨।୯ (ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ପତି ଗୋବିନ୍ଦପୁର ଗ୍ରାମ ନିକଟ କିନିବିନି ପଲୋରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ…

ବିଦ୍ୟୁତ୍‌ ତାରରେ ଝୁଲୁଛି ଜୀବନ ଡୋରୀ

ଚନ୍ଦ୍ରଗିରି,୧୧।୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଏପରି ଏକ ଗ୍ରାମ ରହିଛି ଯେଉଁଠିକୁ ପହଞ୍ଚିବା ଲାଗି ଜୀବନକୁ ବାଜି ଲଗାନ୍ତି ଲୋକେ। ଏହା ହେଉଛି ଜିଲାର ମୋହନା ବ୍ଳକ ଅନ୍ତର୍ଗତ ପାହାଡ ପର୍ବତ ଘେରା ଗରଡ଼ମା ପଞ୍ଚାୟତର ରାଜଖମା ଗାଁ। ମୋହନାଠାରୁ ପ୍ରାୟ ୭୦…

ଗଞ୍ଜାମ ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକ: ପୁରୀକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ କ୍ଷେତ୍ର କରିବା ଉଦ୍ୟମକୁ ପ୍ରଶଂସା

ସୋରଡା,୧୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ବୈଠକ ସୋରଡା ଶିଶୁ ଉଦ୍ୟାନ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ତଥା ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର…

ନକଲି ମଦ କାରଖାନା ଠାବ, ୪ ଅଟକ

ଦିଗପହଣ୍ଡି,୭ା୯(ଡି.ଏନ୍‌.ଏ.)- ଦିଗପହଣ୍ଡି ପୋଲିସ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ କୈଠଖଣ୍ଡି ପଞ୍ଚାୟତ ବିରପାଟଣା ଗ୍ରାମ ନିକଟ ଏକ କୁକୁଡ଼ା ଫାର୍ମ ଭିତରେ ଚାଲିଥିବା ନକଲି ବିଦେଶୀ ମଦ କାରଖାନା ଉପରେ ଚଢାଉ କରିଛି। ଏଠାରୁ ବିପୁଳ ପରିମାଣର ହାତ ରନ୍ଧା…

ଖୋଜାପଲ୍ଲୀରେ ଗୁଳିମାଡ଼, କାରଣ ଅସ୍ପଷ୍ଟ

ଖଲ୍ଲିକୋଟ,୭।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଛି। ଏଥିରେ ଗ୍ରାମର ନୀଳକଣ୍ଠ ପରିଡ଼ା (୩୬) ଗୁରୁତର ଆହତ ହୋଇଛନ୍ତି। ନୀଳକଣ୍ଠ ସନ୍ଧ୍ୟା ପ୍ରାୟ ୭ଟାରେ ଗଁା ଦାଣ୍ଡରେ ଛିଡା ହୋଇଥିଲେ। ବାଇକରେ…

ଟ୍ରାଫିକ ନିୟମ କଡ଼ାକଡ଼ି: ମୋହନା ପୋଲିସର ଯାନବାହନ ଯାଞ୍ଚ, ୩୯ ହଜାର ଜରିମାନା ଆଦାୟ

ଚନ୍ଦ୍ରଗିରି, ୭।୯(ଡି.ଏନ୍‌.ଏ.): ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁହେବା ପରେ ବିଭିନ୍ନ ସ୍ଥାନରେ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଉଛି । ଏଭଳି କ୍ରମରେ ଗଜପତି ଜିଲା ମୋହନା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ…

ଗଞ୍ଜାମ ଜିଲା: ଆଜି ବନ୍ଦ ରହିବ ସ୍କୁଲ, ଅଙ୍ଗନଓ୍ବାଡି

ବ୍ରହ୍ମପୁର ଅଫିସ,୬ା୯- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଗୁରୁବାର ଦିନତମାମ ବର୍ଷା ଯୋଗୁ ଜିଲାର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ମଧ୍ୟ ବର୍ଷା ଜାରି ରହିବ…

ଲାଞ୍ଚ ନେଇ ଧରାପଡ଼ିଲେ ଅସୁରବନ୍ଧ ଆର୍‌ଆଇ

ସୋରଡ଼ା,୬ା୯(ଡି.ଏନ.ଏ.)-ସୋରଡ଼ା ତହସିଲ ଅସୁରବନ୍ଧ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ବସନ୍ତ କୁମାର ମଲିକ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡରେ ପଡିଛନ୍ତି। ଗୁରୁବାର ଅପରାହ୍ନରେ ତାଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ମହିଳାଙ୍କ ଠାରୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?