Posted inଗଜପତି

ପଥର ଖୋଲରୁ ୨ ମୃତଦେହ ଉଦ୍ଧାର

ଆର.ଉଦୟଗିରି,୨୬ା୧(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ଥାନା ଖମ୍ଭାରିସାହି ଗ୍ରାମ ନିକଟସ୍ଥ ତିତ୍‌ଲି ଆମ୍ବ ପର୍ବତର ଏକ ପଥର ଖୋଲରୁ ଶନିବାର ପୋଲିସ ଜଣେ ମହିଳା ଓ ପୁରଷଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ଏ ନେଇ ଆର.ଉଦୟଗିରି ପୋଲିସ ନଂ. ୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଳାଇଛି। ମୃତଦେହ ପାଖରେ ଏକ ବିଷ ବୋତଲ ପଡ଼ିଥିବାରୁ ଏମାନେ ବହୁଦିନ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି ବୋଲି ଥାନାଧିକାରିଣୀ ମମତା ନାୟକ କହିଛନ୍ତି।
ପ୍ରକାଶ ଯେ, ଉକ୍ତ ଗ୍ରାମ ତିତ୍‌ଲି ଆମ୍ବ ପର୍ବତର ଏକ ପଥର ଖୋଲରୁ ଜଣେ ମହିଳା ଓ ପୁରୁଷଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖି ମହେନ୍ଦ୍ରଗଡ଼ ସରପଞ୍ଚ ବୀର ଭାସ୍କର ପାଇକଙ୍କୁ ଜଣାଇଥିଲେ। ସରପଞ୍ଚ ଆର.ଉଦୟଗିରି ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାସ୍ଥରେ ପହଞ୍ଚତ୍ ୨ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ...

ପାରଳାଖେମୁଣ୍ଡିରୁ ରୂପେଶ, ମୋହନାରୁ ଅନ୍ତର୍ଯ୍ୟାମୀ ଲଢ଼ିବେ ବିଧାନସଭା ନିର୍ବାଚନ

ପାରଳାଖେମୁଣ୍ଡି,୩ା୪(ଗିରିଧାରୀ ପରିଚ୍ଛା): ବହୁପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବାକିଥିବା ସମସ୍ତ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀ ଘୋଷଣା ହୋଇଛି। ଆଜି ବିଜେଡି ଦ୍ୱିତୀୟ ପର୍ଯ୍ୟାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri