Posted inଗଜପତି

ପଥର ଖୋଲରୁ ୨ ମୃତଦେହ ଉଦ୍ଧାର

ଆର.ଉଦୟଗିରି,୨୬ା୧(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ଥାନା ଖମ୍ଭାରିସାହି ଗ୍ରାମ ନିକଟସ୍ଥ ତିତ୍‌ଲି ଆମ୍ବ ପର୍ବତର ଏକ ପଥର ଖୋଲରୁ ଶନିବାର ପୋଲିସ ଜଣେ ମହିଳା ଓ ପୁରଷଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ଏ ନେଇ ଆର.ଉଦୟଗିରି ପୋଲିସ ନଂ. ୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଳାଇଛି। ମୃତଦେହ ପାଖରେ ଏକ ବିଷ ବୋତଲ ପଡ଼ିଥିବାରୁ ଏମାନେ ବହୁଦିନ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି ବୋଲି ଥାନାଧିକାରିଣୀ ମମତା ନାୟକ କହିଛନ୍ତି।
ପ୍ରକାଶ ଯେ, ଉକ୍ତ ଗ୍ରାମ ତିତ୍‌ଲି ଆମ୍ବ ପର୍ବତର ଏକ ପଥର ଖୋଲରୁ ଜଣେ ମହିଳା ଓ ପୁରୁଷଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖି ମହେନ୍ଦ୍ରଗଡ଼ ସରପଞ୍ଚ ବୀର ଭାସ୍କର ପାଇକଙ୍କୁ ଜଣାଇଥିଲେ। ସରପଞ୍ଚ ଆର.ଉଦୟଗିରି ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାସ୍ଥରେ ପହଞ୍ଚତ୍ ୨ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

ଚାକିରି ଦେବାର ପ୍ରଲୋଭନ ଦେଖାଇ ନାବାଳିକା ଚାଲାଣ, ହାଇଦ୍ରାବାଦରୁ ୫…

ମୋହନା,୨୭।୮( ମନ୍ମଥ ମିଶ୍ର ): ଚାକିରିର ପ୍ରଲୋଭନ ଦେଖାଇ ଓଡ଼ିଶା ବାହାରକୁ ନାବାଳିକାଙ୍କୁ ଚାଲାଣ ଅଭିଯୋଗ ଘଟଣାରେ ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା। ତେଲେଙ୍ଗାନାର ହାଇଦ୍ରାବାଦରୁ…

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ, ଚମ୍ପଟ ମାରିଲେ ମାଫିଆ

ମୋହନା,୨୬।୮(ମନ୍ମଥ ମିଶ୍ର ): ଗଜପତି ଜିଲା ଏକ ପ୍ରକାର ଗଞ୍ଜେଇ ଚୋରାଚାଲାଣର ଚରାଭୂଇଁ ପାଲଟିଛି । ବିଭିନ୍ନ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରୁ ବାରମ୍ବାର ବିପୁଳ ପରିମାଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri